-+91-9937148622 |

prerana_bgr@rediffmail.com |

  Monday 13th April 2026 |

| | | |

R.N.I. Regd No. ODIODI/2010/46693

Breaking News

*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   (12-Apr-2026)       ||      କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   (12-Apr-2026)       ||      *ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   (12-Apr-2026)       ||      ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି    (12-Apr-2026)       ||      ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି    (12-Apr-2026)       ||      ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ    (12-Apr-2026)       ||      ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା    (12-Apr-2026)       ||      *ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   (12-Apr-2026)       ||      ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   (12-Apr-2026)       ||      ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   (12-Apr-2026)       ||      ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   (12-Apr-2026)       ||      ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   (12-Apr-2026)       ||      ନିଖିଳ ଓଡିଶା ଆଶା କର୍ମୀ ସଂଘ, ବଲାଙ୍ଗିର ଜିଲ୍ଲା କମିଟିର ବୈଠକ    (11-Apr-2026)       ||      କଣ୍ଟାବାଞ୍ଜି ଠାରେ ଜାତୀୟ ସେଭେନ ବ୍ଲକ ଜାତୀୟ ସ୍ତରୀୟ ରେଫରୀ ପରୀକ୍ଷା ଶିବିର ଉଦଘାଟିତ    (11-Apr-2026)       ||      ପିଏମ୍ ଶ୍ରୀ ମହାରାଜା ଉଚ୍ଚବିଦ୍ୟାଳୟ ର ପଞ୍ଚ ସଖା ଶିକ୍ଷା ସେତୁ ନୂତନ କମିଟି ଗଠନ   (11-Apr-2026)       ||      *ନିସହାୟ ଧନୁ ବରିହାଙ୍କ ଘରେ ପହଞ୍ଚିଲେ ଜିଲ୍ଲାପାଳ*   (11-Apr-2026)       ||      ଭିତ୍ତିଭୂମୀ ନିର୍ମାଣରେ ଇତିହାସ ରଚିଲା ଓଡିଶା,୧୭ଟି ପ୍ରକଲ୍ପକୁ ବିଶ୍ୱକର୍ମା ପୁରସ୍କାର, ବଲାଙ୍ଗୀରର କ୍ୟାନସର ହସପିଟାଲ ଓ ଲୋୟର ସୁକତେଲ ପ୍ରକଲ୍ପ ପୁରସ୍କୃତ   (11-Apr-2026)       ||      ଦାଦନ ଖଟିବାକୁ ଯାଇଥିବା ଯୁବକର ମୃତଦେହ ଘରକୁ ଫେରିଲା   (11-Apr-2026)       ||      ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରେ ଗୋଷ୍ଠୀଗତ ବିବାହ ପାଇଁ ପ୍ରସ୍ତୁତି ବୈଠକ   (11-Apr-2026)       ||      *ବିଶ୍ଵ ହୋମିଓପ୍ୟାଥିକ ଦିବସ ପାଳିତ* *(ଡାକ୍ତର ସି.ଫେଡ୍ରିକ୍.ସାମୁଏଲ୍ ହ୍ୟାନିମାନ୍ ଙ୍କ ୨୭୨ ତମ ଜୟନ୍ତୀ ପାଳିତ)*   (11-Apr-2026)       ||     

HOME   ଖେଳ

ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ବିଏନ୍‌ଏଏ ଜରାସିଂହା ଚମ୍ପିୟାନ

19-Nov-2023



ବଲାଙ୍ଗିର(ପ୍ରେରଣା ଖବର ): ସ୍ଥାନୀୟ ଢୁଲୁସର ଖେଳ ପଡିଆରେ ଜବାହାରଲାଲ ଫୁଟବଲ ଏସୋସିଏସନ ଆନୁକୁଲ୍ୟରେ ପ୍ରଥମ ବର୍ଷ ବିନୋଦ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳରେ ବିଏନ୍‌ଏଏ ଜରାସିଂହା ୩-୨ ଗୋଲରେ ଜିୱାଇଡିସି ନକଟାସରକୁ ହରାଇ ଚମ୍ପିୟାନ ହୋଇଛି ।

ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜିବୀ ଅମରେନ୍ଦ୍ର ମିଶ୍ର (ବାବୁଲୁ) ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଫୁଟବଲ ଏସୋସିଏସନ ଅଫ୍ ଓଡିଶା ତଥା ଜିଲ୍ଲା କ୍ରୀଡା ସଂସଦର କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର, ପୂର୍ବତନ ଫୁଟବଲ ଖେଳାଳି ଲୋକନାଥ କୁମୁରା, ପୂର୍ବତନ ସଦରବ୍ଲକ ବଲାଙ୍ଗିର ଅଧ୍ୟକ୍ଷ ଘାସିରାମ ବେହେରା, ଜିଲ୍ଲା କ୍ରୀଡାସଂସଦର ଫୁଟବଲ ସଂପାଦକ ହେମନ୍ତ କୁମାର ବେହେରା ଯୋଗ ଦେଇଥିଲେ । ଟୁର୍ଣ୍ଣାମେଣ୍ଟ କମିଟି ଅଧ୍ୟକ୍ଷ ଶରତ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନି ଉତ୍ସବରେ ଅତିଥିଗଣ ବିଜେତା ଜରାସିଂହା ଦଳକୁ ସ୍ୱର୍ଗତ ସୁଦର୍ଶନ ନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ଓ ନଗଦ ୭ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିବା ବେଳେ ଉପ-ବିଜେତା ନକଟାସର ଦଳକୁ ସ୍ୱର୍ଗତ ସୀତାନନ୍ଦ ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଟ୍ରଫି ଓ ନଗଦ ୫ହଜାର ଟଙ୍କା ପୁରସ୍କୃତ କରିଥିଲେ । ପୂର୍ବତନ ଖେଳାଳି ରାମ କୁମାର କୁମୁରା, ଲମ୍ବୋଦର ପଟେଲ, କ୍ରୀଡା ସଂସଦର ବରିଷ୍ଠ ସଦସ୍ୟ ଡା. ସିଦ୍ଧେଶ୍ୱର ମିଶ୍ର, ସୁବାଷ କୁମାର ନନ୍ଦ, ପ୍ରଦୀପ ମହାରଣା, ପ୍ରମୋଦ ରଣା, ଅଦ୍ୟୁତ ନାହାକ, ସୁଚୀନ୍ଦ୍ର ମଲ୍ଲିକ ପ୍ରମୁଖ ମଂଚାସିନ ଥିଲେ । ଖେଳକୁ ରେଫରି ଭାବେ ସଂଜିବ ମହାରଣା, ସୁଧାଂଶୁ ସେଠ, ପୁରୁଷୋତ୍ତମ ବୁଡେକ ଓ ନିଶାରକାନ୍ତ ନାଗ ପରିଚାଳନା କରିଥିବେ ବେଳେ ଦେବରାଜ ନାହାକ ମ୍ୟାଚ କମିଶନର ଓ ମନୋଜ କୁମାର ବେହେରା ସହଯୋଗି କମିଶନର ଭାବେ ଦାୟିତ୍ୱ ତୁଳାଇ ଥିଲେ । ନକଟାସର ଦଳର ସୁରେଶ ପାଣ୍ଡେଙ୍କୁ ମ୍ୟାନ ଅଫ୍ ଦ ମ୍ୟାଚ ଓ ଜରସିଂହା ଦଳର ସୁକାନ୍ତ ଘଡେଇ ଓ ମୁରଲି ଭୋଇଙ୍କୁ ବେଷ୍ଟ ପ୍ଲେୟାର ସମ୍ମାନରେ ପୁରସ୍କୃତ କରାଯାଇଥିଲା । ଲମ୍ବୋଦର ମାଝି, ଦଳଗଞ୍ଜନ ମହାଲିଙ୍ଗ, ପିଣ୍ଟୁ କଅଁର, ବବଲୁ ମହାଲିଙ୍ଗ, ବିଶ୍ୱାମିତ୍ର କଅଁର, କରନ ଦଣ୍ଡସେନା, ସଂଜୟ ଥନାପତି, ଉମେଶ ରଣା, ଦିନେଶ ମରପାଚି, ବିପ୍ଲବ ନାହାକ, ଶିବ ଶଙ୍କର ଭୋଇ, ମହାଦେବ ଧରୁଆ, ମନୋଜ ରଣା, ମୁକେଶ ବଢେଇ, ଦିପକ ବେହେରା, ପ୍ରଶାନ୍ତ ମହାଲିଙ୍ଗ ପ୍ରମୁଖ ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଗାଈ କ୍ଷୀର ପିଇ କୁକୁର କାମୁଡା ଇଞ୍ଜେକ୍ସନ ନେବା ପାଇଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଲୋକଙ୍କ ଲମ୍ବା ଲାଇନ*   12-Apr-2026
  ଜିଲ୍ଲା  
କ.ନୂଆଗାଁ ବ୍ଲକ୍ ଶିକ୍ଷା ବିଭାଗ : ୫ ମାସ ହେଲା ବିଇଓ ପଦବି ଖାଲି, କାମଚଳା ନୀତିରେ ଚାଲିଛି କାର୍ଯ୍ୟାଳୟ   12-Apr-2026
  ଜିଲ୍ଲା  
*ସୋନପୁର କଲେଜ୍ ରେ ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ*-   12-Apr-2026
  ଜିଲ୍ଲା  
ବେଲଘର ବନାଞ୍ଚଳରେ ପୁଣି ହାତୀ ଆତଙ୍କ: ଯୁବକ ଙ୍କୁ କଚାଡି ଫିଙ୍ଗିଲା : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି   12-Apr-2026
  ଜିଲ୍ଲା  
ରାସ୍ତା କାମରେ ଅବହେଳା, ଲୋକମାନଙ୍କ ଅସନ୍ତୋଷ ବୃଦ୍ଧି   12-Apr-2026
  ଜିଲ୍ଲା  
ଓଡିଶା ଫରେଷ୍ଟ ଉଡ଼ ଏଗ୍ରିକଲଚର ଏଣ୍ଡ ବିଲଡିଂ କନଷ୍ଟ୍ରକସନ ୱାର୍କର ୟୁନିଅନ, ବଲାଙ୍ଗିର ଜିଲ୍ଲା କମିଟୀର ତୃତୀୟ ଜିଲ୍ଲା ସମ୍ମିଳନୀ   12-Apr-2026
  ଜିଲ୍ଲା  
ଦକ୍ଷ ସଂଗଠକ ପ୍ରମୋଦ ସାହୁଙ୍କ ଅକାଳ ବିୟୋଗରେ ଗାନ୍ଧି ପାଠାଗାର ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା   12-Apr-2026
  ଜିଲ୍ଲା  
*ପ୍ରମାଣିକ ଚଳଚ୍ଚିତ୍ର ବନ୍ଦେ ମାଗୋ ସୋନପୁର ଲୋକାର୍ପିତ*- *ଉଦ୍ଘାଟନ କଲେ ଜିଲ୍ଲାପାଳ*-   12-Apr-2026
  ଜିଲ୍ଲା  
ବିକାଶ କାମରେ ଦୁର୍ନୀତିଖୋରଙ୍କୁ ଘୋର ବିରୋଧ କରନ୍ତୁ ଲୋକେ: ନରସିଂହ   12-Apr-2026
  ଜିଲ୍ଲା  
ଓଡିଆ ପକ୍ଷରେ କଳାକାର ସମ୍ଭର୍ଷିତ   12-Apr-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ ପ୍ରତିଭା ଅନ୍ୱେଷଣ କାର୍ଯକ୍ରମ–୨୦୨୬ ଆଥଲେଟିକ୍ସ ଅନୁଷ୍ଠିତ   12-Apr-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଶିବିର ପାଇଁ ଯୋଜନା   12-Apr-2026

You Might Also Like