-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
08-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ଗତ ଅଗଷ୍ଟ ୩୧ ତାରିଖ ରାତି ୮ ଟା ସମୟରେ ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି କଲେଜ ନିକଟରେ ୩ ଜଣ ଯୁବକ ପଥଚାରୀ ମାନଙ୍କୁ ରାସ୍ତାରେ ଅଟକାଇ ରାହାଜାନି କରୁଥିବା ବେଳେ ୨ ଜଣ ଯୁବକ ପୋଲିସ ହାତରେ ଗିରଫ ହୋଇଥିଲେ । ଏ ମାମଲାରେ ଫେରାର ଥିବା ଜଣେ ଯୁବକଙ୍କୁ ଆଜି ସଂଧ୍ୟାରେ ସଦର ଥାନା ପୋଲିସ ଗିରଫ କରିଛି । ଗିରଫ ଯୁବକ ଜାମୁରଟିଆ ଗାଁ ର ଶିବ ନାରାୟଣ ସିଂହଙ୍କ ପୁଅ ଶୁଭମ ରଂଜନ ସିଂହ(୨୨) ବୋଲି ଜଣାପଡିଛି । ସଦର ଥାନା କେଶ ନଂ ୩୪୬, ଆଇପିସିର ଦଫା ୩୯୪ ରେ ଶୁଭମକୁ ଗିରଫ କରି ସଦର ଥାନା ପୋଲିସ ଆଜି ସଂଧ୍ୟାରେ କୋର୍ଟ ଚାଲାଣ କରିଛି ।