-+91-9937148622 |

prerana_bgr@rediffmail.com |

  Saturday 24th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   (24-Oct-2026)       ||      ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   (24-Oct-2026)       ||      ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   (24-Oct-2026)       ||      ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   (24-Oct-2026)       ||      ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ    (24-Oct-2026)       ||      ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା    (24-Oct-2026)       ||      ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   (24-Oct-2026)       ||      କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   (24-Oct-2026)       ||      ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ    (23-Oct-2026)       ||      ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   (23-Oct-2026)       ||      ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା    (23-Oct-2026)       ||      ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   (23-Oct-2026)       ||      ବିର୍ଷାମୁଣ୍ଡା ଆଦିବାସୀ କଲ୍ୟାଣ ମଣ୍ଡପ ଉଦଘାଟିତ    (23-Oct-2026)       ||      ହାତୀ ଆକ୍ରମଣରେ ମୃତକଙ୍କ ପରିବାରକୁ ୨୦ ଲକ୍ଷ ସହାୟତା ଦିଆଯାଉ: କ୍ଷତିଗ୍ରସ୍ତ ପରିବାରକୁ ପକ୍କା ଘର ପ୍ରଦାନ ପାଇଁ ନିରଞ୍ଜନ ବିଶିଙ୍କ ଦାବି   (23-Oct-2026)       ||      ଷ୍ଟେଟ୍ ୟୁନିଅନ୍ ଅଫ୍ ଜର୍ଣ୍ଣାଲିଷ୍ଟ୍, ବଲାଙ୍ଗୀର ଶାଖାର ବୈଠକ    (23-Oct-2026)       ||      ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ଉତ୍ସାହ ୨୦୨୬ ଅନୁଷ୍ଠିତ" ।   (23-Oct-2026)       ||      ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ନୃତ୍ୟଶିଳ୍ପୀ କଳ୍ପନା ବ୍ୟାସଙ୍କୁ ଚାଦୋତରା ଦୁର୍ଗା ପୂଜା କମିଟିର ସମ୍ମାନ   (23-Oct-2026)       ||      *ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||     

HOME   ଜୀବନଶୈଳୀ

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଆଜି ୭୩ ତମ ଜନ୍ମଦିନ। ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ କିଛି ଗହନ କଥା

09-Dec-2020



(ପ୍ରେରଣା ଖବର ବ୍ୟୁରୋ) - କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କର ଆଜି ୭୩ ତମ ଜନ୍ମଦିନ। ଇଟାଲିର ଏକ ଛୋଟ ଗାଁରେ ଅତି ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ସୋନିଆ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଘରକୁ ବୋହୂ ହୋଇ ଆସିବା ଏବଂ ପ୍ରଧାନମନ୍ତ୍ରୀଙ୍କ ପତ୍ନୀର ମାନ୍ୟତା ପାଇବା ତଥା କଂଗ୍ରେସ ପରି ଏକ ଜାତୀୟ ଦଳ ମୁଖ୍ୟ ହେବା….ଯେମିତି ପରୀ ରାଇଜର କାହାଣୀ।
ସୋନିଆଙ୍କର ଭାରତ ସହ ସମ୍ପର୍କ ଏକ ସାଧାରଣ ପ୍ରେମ କାହାଣୀରୁ ଆରମ୍ଭ ହୋଇଥିଲା। ତିନି ଭଉଣୀଙ୍କ ମଧ୍ୟରେ ମଝିଆଁ ଥିଲେ ସୋନିଆ। ତାଙ୍କ ଅନ୍ୟ ଦୁଇ ଭଉଣୀଙ୍କ ନାମ ପାଓଲା ଓ ଷ୍ଟେଫାନୋ। ଇଟାଲିର ଟ୍ୟୁରିନ ସହରରେ ତାଙ୍କର ଘର। ସୋନିଆଙ୍କ ବାପା ତିନି ଭଉଣୀଙ୍କୁ ପାରମ୍ପରିକ ଢଙ୍ଗରେ ବଡ କରିଥିଲେ। କଟକଣା ସତ୍ତ୍ୱେ ସୋନିଆଙ୍କ ବାପା ଥିଲେ ଆଧୁନିକ ଚିନ୍ତାଧାରାର। ତେଣୁ ସୋନିଆଙ୍କୁ ବିଦେଶରେ ପାଠ ପଢିବାର ସୁଯୋଗ ମିଳିଥିଲା। ସୋନିଆ ଇଂରାଜୀ ଶିଖିବାକୁ ଚାହୁଁଥିଲେ। ତେଣୁ ସେ ଇଂଲଣ୍ଡ ଯିବା ପାଇଁ ବାପାଙ୍କୁ  ଅନୁମତି ମାଗିଥିଲେ। ସୋନିଆ କେମ୍ବ୍ରିଜର ଲାଙ୍ଗୁଏଜ କଲେଜରେ ନାମ ଲେଖାଇଥିଲେ। ପ୍ରଥମେ ପ୍ରଥମେ ସେଠାରେ ରହିବା, ଖାଇବା ନେଇ ବହୁ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ହେଲେ କିଛି ଦିନ ପରେ କେମ୍ବ୍ରିଜ୍‌ରେ ଏକ ଗ୍ରୀକ୍‌ ରେଷ୍ଟୁରାଣ୍ଟର ସନ୍ଧାନ ପାଇଥିଲେ। ଅଧିକାଂଶ ସମୟ ସେ ସେଠାକୁ ଖାଇବାକୁ ଯାଉଥିଲେ। ରାଜୀବ ଗାନ୍ଧି ମଧ୍ୟ ସେଠାକୁ ଆସୁଥାନ୍ତି। ଜଣେ ବନ୍ଧୁଙ୍କ ମାଧ୍ୟମରେ ଦୁହିଁଙ୍କର ପ୍ରଥମ ସାକ୍ଷାତ ହୋଇଥିଲା।

ଦିନେ ଲଞ୍ଚ ସମୟରେ ସୋନିଆ ଏକୁଟିଆ ଖାଇବା ପାଇଁ ରେଷ୍ଟୁରାଣ୍ଟ ଆସିଥିଲେ। ତାଙ୍କ ପାଖରେ ବସିବା ପାଇଁ ସିଟ୍‌ ନ ଥିଲା। ରାଜୀବ ତାଙ୍କ ବନ୍ଧୁ ଏଲୋକ୍ସିକ୍ସଙ୍କୁ  ରାଉଣ୍ଡ ଟେବୁଲ୍‌ରେ ଅପେକ୍ଷା କରିଥିଲେ। ସେତେବେଳେ ସୋନିଆ ତାଙ୍କ ପାଖ ସିଟ୍‌ରେ ବସିଲେ କିଛି ଅସୁବିଧା ହେବ କି ବୋଲି ପଚାରିଥିଲେ। ତୁରନ୍ତ ରାଜୀବ କହିଲେ ‘ ବିଲୁକୁଲ୍‌ ନୁହେଁ।’*ବାସ୍‌, ତା ପରଠାରୁ ଦୁହିଁଙ୍କ ବନ୍ଧୁତା ଏତେ ବଢିଗଲା ଯେ ଚେଷ୍ଟା କରି ବି କେହି ସେମାନଙ୍କୁ ଅଲଗା କରିପାରି ନ ଥିଲେ। ଏ ସମ୍ପର୍କରେ ସୋନିଆ କୁହନ୍ତି, ’ମୁଁ ଏଥିପାଇଁ ରାଜୀବଙ୍କୁ ଦୋଷ ଦିଏ ନାହିଁ। ସେ ନିଜେ ସେତିକି ସୁନ୍ଦର ଥିଲେ।’

କହିବାକୁ କହିଲେ, ରାଜୀବ ଏବଂ ସୋନିଆଙ୍କ ସମ୍ପର୍କ ଏହି ରେଷ୍ଟୁରାଣ୍ଟରୁ ହିଁ ଆରମ୍ଭ ହୋଇଥିଲା। ଏହି ସମ୍ପର୍କ ଥିଲା ଅତୁଟ। ସବୁ ପ୍ରେମ କାହାଣୀ ପରି ସେମାନଙ୍କ ସମ୍ପର୍କରେ ମଧ୍ୟ ଜୁଆର ଭଟ୍ଟା ଆସିଥିଲା। ଦୁହେଁ ଯେତେବେଳେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ ସେତେବେଳେ ପରିବାର ଲୋକେ ସହଜରେ ଗ୍ରହଣ କରିପାରି ନ ଥିଲେ। କାରଣ ରାଜୀବ ଗାନ୍ଧୀ ଭାରତର ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ପୁଅ ଥିଲେ ଆଉ ସୋନିଆ ଥିଲେ ଜଣେ ସାଧାରଣ ପରିବାରର ଝିଅ।ସୋନିଆଙ୍କ ବାପା ମଧ୍ୟ ଏହି ବାହାଘର ପାଇଁ ରାଜି ନ ଥିଲେ। ନିଜ ଝିଅକୁ ଅନ୍ୟ ଏକ ଦେଶକୁ ଛାଡ଼ିବାକୁ ସେ ଚାହୁଁ ନ ଥିଲେ। ତାଙ୍କର ଭୟ ଥିଲା, କାଳେ ତାଙ୍କ ଝିଅକୁ ସେମାନେ ସ୍ୱୀକାର ନ କରିବେ ! ହେଲେ ସୋନିଆ-ରାଜୀବଙ୍କ ଭଲ ପାଇବା ଆଗରେ ସବୁକିଛି ହାର ମାନିଲା। ରାଜୀବଙ୍କ ସହ ସାକ୍ଷାତ ପରେ ସୋନିଆଙ୍କ ବାପା ବାହାଘର ପାଇଁ ରାଜି ହୋଇଥିଲେ।

ବାହାଘର ପୂର୍ବରୁ ସୋନିଆ ଭାରତ ଆସିଥିଲେ। ସେତେବେଳେ ଇନ୍ଦିରା ପ୍ରଧାନମନ୍ତ୍ରୀ ଥିଲେ। ସେଥିପାଇଁ ବାହାଘର ନ କରି ସୋନିଆଙ୍କୁ ଘରକୁ ଆଣିବାକୁ ସେ ଚାହୁଁ ନ ଥିଲେ। ସେଥିପାଇଁ ସୋନିଆଙ୍କୁ ଅମିତାଭ ବଚ୍ଚନଙ୍କ ଘରେ ରହିବାକୁ ପଡ଼ିଥିଲା। କାରଣ ସେତେବେଳେ ରାଜୀବ-ଅମିତାଭ ବହୁତ ଭଲ ବନ୍ଧୁ ଥିଲେ। ୧୯୬୮, ଜାନୁଆରୀ ୧୩ରେ ସୋନିଆ ଦିଲ୍ଲୀ ପହଞ୍ଚିଲେ ଏବଂ ଅମିତାଭଙ୍କ ଘରେ ରହିଲେ। ସେଠାରେ ଭାରତୀୟ ପରମ୍ପରା ବିଷୟରେ ଅନେକ କଥା ଶିଖିବାର ସୁଯୋଗ ପାଇଥିଲେ ସୋନିଆ। ଅମିତାଭଙ୍କ ଘରେ ହିଁ ସୋନିଆଙ୍କର ବାହାଘର ହୋଇଥିଲାଶାଶୁ ଇନ୍ଦିରାଙ୍କ ସହ ସୋନିଆଙ୍କ ସମ୍ପର୍କ ବହୁତ ଭଲ ଥିଲା। ଭଲ ପାଇବା ଧୈର୍ଯ୍ୟ ଏବଂ ସହଭାଗୀତା ମଧ୍ୟରେ ସେମାନଙ୍କର ସମ୍ପର୍କ ଗଢି ଉଠିଥିଲା। ତେବେ ଗୋଟିଏ ଜିନିଷରେ ସେ ଇନ୍ଦିରାଙ୍କ ସହ ଭାଗିଦାରୀ ହୋଇପାରି ନ ଥିଲେ ସୋନିଆ। ତାହା ହେଉଛି ରାଜନୀତି।

ଏହା ପରେ ଗୋଟିଏ ଗୋଟିଏ ହୋଇ ଅନେକ ଦୁଃଖଦ ଘଟଣା ଘଟିଗଲା। ବିମାନ ଦୁର୍ଘଟଣାରେ ସଞ୍ଜୟ ଗାନ୍ଧିଙ୍କ ମୃତ୍ୟୁ, ଏହାପରେ ଇନ୍ଦିରାଙ୍କ ହତ୍ୟା ଏବଂ ଶେଷରେ ରାଜୀବଙ୍କ ହତ୍ୟା। ଏସବୁ ଘଟଣା ପରେ ସୋନିଆଙ୍କର ବିଶ୍ୱାସ ହେଲା ଯେ ରାଜୀବ ଏବଂ ତାଙ୍କ ଜୀବନରେ ସବୁଠାରୁ ବଡ ଶତ୍ରୁଥିଲା ରାଜନୀତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରରେ ତ୍ରିଦିବସୀୟ ସଂସ୍କୃତ ଭାଷାବୋଧନ ବର୍ଗର ଉଦ୍‌ଯାପନୀ ସମାରୋହ   24-Oct-2026
  ଜିଲ୍ଲା  
ବଲାଙ୍ଗୀର ଦିନ ପୂର୍ବରୁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ: ନାରୀ ଶକ୍ତି ଫାଉଣ୍ଡେସନ ପକ୍ଷରୁ ମେଗା ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ଶିବିର ଅନୁଷ୍ଠିତ   24-Oct-2026
  ଜିଲ୍ଲା  
ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ଦାବିରେ ଫଳସାମାଲରେ ବିଶାଳ ମେଳି♦️ ଗ୍ରାମସଭାର ସମ୍ମତି ଓ ଜନଶୁଣାଣି ବିନା ଖଣି ଲିଜ୍‌କୁ ବିରୋଧ   24-Oct-2026
  ଜିଲ୍ଲା  
ଟିଟିଲାଗଡ଼ରେ ଭୂତଳ ପୋଲ ନିକଟସ୍ଥ ରାସ୍ତା ବନ୍ଦ ପ୍ରସ୍ତାବକୁ ବିରୋଧ - ବକ୍ସ-ଟାଇପ୍ ଅଣ୍ଡରପାସ୍ ନିର୍ମାଣ ଦାବି   24-Oct-2026
  ଜିଲ୍ଲା  
ନ୍ୟାସନାଲ୍‌ ଅର୍ବାନ୍‌ କନ୍‌କ୍ଲେଭ୍‌-୨୦୨୬ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ♦️ପିଏମ ଇ-ବସ୍‌ ସେବା ଯୋଜନାରେ ୨୬ଟି ଇ-ବସ୍ ସେବାର ଶୁଭାରମ୍ଭ   24-Oct-2026
  ଜିଲ୍ଲା  
ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବଙ୍କ ଖୋରଧା ଜିଲ୍ଲାର ବିଭିନ୍ନ ପ୍ରକଳ୍ପ ସମୀକ୍ଷା   24-Oct-2026
  ଜିଲ୍ଲା  
ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ସୁଶ୍ରୀ ପଦ୍ମିନୀପ୍ରଭା ସାଗରଙ୍କ ପରଲୋକ   24-Oct-2026
  ଜିଲ୍ଲା  
କଣ୍ଟାବାଞ୍ଜି ୱାର୍ଡ ନଂ-୧୫ରେ ଦୋକାନରୁ ଚୋରି, ସିଟ୍ କଭର ସିଲେଇ ମେସିନ୍ ଲୁଟ୍   24-Oct-2026
  ଜିଲ୍ଲା  
ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାମଗ୍ରିକ ବିକାଶ ଓ ଗମନଗମନର ସୁବିଧା ପାଇଁ ବିଭିନ୍ନ ଜନହିତକର ପ୍ରକଳ୍ପର ଉଦଘାଟନ କଲେ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ   23-Oct-2026
  ଜିଲ୍ଲା  
ଲୋଇସିଂହା ରେ ୫୬ତମ ଦୁର୍ଗାପୂଜା ଉଦଯାପିତ   23-Oct-2026
  ଜିଲ୍ଲା  
ହଜାର ହଜାର ଭକ୍ତ ଙ୍କ ମେଲରେ ମେଲାଣି ନେଲେ ମା ଦୁର୍ଗା   23-Oct-2026
  ଜିଲ୍ଲା  
ଆର୍ଥିକ ଅନ୍ତର୍ଭୁକ୍ତୀକରଣ ନେଇ ସଚେତନତା ଶିବିର   23-Oct-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ