-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ଜୀବନଶୈଳୀ

ବହ୍ନୀକନ୍ୟା ପାର୍ବତୀଗିରିଙ୍କ ଜନ୍ମଶତବାର୍ଷିକୀ ପାଳିତ

20-Jan-2026



ବଲାଙ୍ଗିର(ପ୍ରେରଣା ଖବର): ବଲାଙ୍ଗୀର ଉପକଣ୍ଠରେ ଥିବା ପଥରଚେପା ପାର୍ବତୀଗିରି ବାଳନିକେତନଠାରେ ଏହି ଆଶ୍ରମର ସଂସ୍ଥାପିକା ତଥା ସ୍ୱାଧିନତାସଂର୍ଗାମୀ,ସମାଜସେବିକା ବହ୍ନୀକନ୍ୟା ପାର୍ବତୀଗିରିଙ୍କର ଜନ୍ମଶତବାର୍ଷିକି ସମାରୋହ ପାଳିତ ହୋଇଯାଇଛି । ବାଳନିକେତନର ସଭାପତି ସୁଶ୍ରୀ ଶାନ୍ତିଲତା ବହିଦାରଙ୍କ ଅଧ୍ୟକ୍ଷତା ଓ ଶିଶୁକଲ୍ୟାଣ ଅଧିକାରୀ ଇପସିତା ପୁରୋହିତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବଲାଙ୍ଗୀର ଭୀମଭୋଇ ମେଡିକାଲକଲେଜର ଡିନ ଡ.ସ୍ୱୟଂପ୍ରଭା ପ୍ରଧାନ, ସମ୍ମାନୀତ ଅତିଥି ଭାବରେ ରାଜେନ୍ଦ୍ରବିଶ୍ୱବିଦ୍ୟାଳୟର ପିଜିକାଉନସିଲ ଅଧ୍ୟକ୍ଷ ଡ.ପ୍ରତାପଚନ୍ଦ୍ର ଦାସ,କେନ୍ଦ୍ରମୁଖ୍ୟ ବଲାଙ୍ଗୀର ଇଶ୍ୱରୀୟ ବିଶ୍ୱବିଦ୍ୟାଳୟର ବି.ଉଷା,ଜିଲ୍ଲା ଶିଶୁସୁରକ୍ଷା ୟୁନିଟର ଦିଗାମ୍ବର କର,ସିଡବ୍ଲୁସିର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ଲିନା ବାବୁ ଓ ମୁଖ୍ୟବକ୍ତା ଭାବରେ ପ୍ରଧ୍ୟାପକ ଡ.ପ୍ରେମଚନ୍ଦ ମହାନ୍ତି ଯୋଗଦେଇଥିଲେ । ବଡମା ପାର୍ବତୀ ଗିରିଙ୍କ ସମାଧି ଓ ପ୍ରତିକୃତୀରେ ମାଲ୍ୟାର୍ପଣକରି ପୂଜାର୍ଚ୍ଚନା ପରେ ଅନୁଷ୍ଠାନର ସଂପାଦିକା ସଂସ୍କୃତି ପଟ୍ଟନାୟକ ବାର୍ଷିକବିବରଣୀ ପ୍ରଦାନ କରିଥିଲେ । ଏହି ବିବରଣୀରେ ଅନୁଷ୍ଠାନର ସଫଳ ଛାତ୍ରଛାତ୍ରୀ ମାନଙ୍କ ବିଷୟରେ ସୂଚନା ଦିଆଯାଇ ବଡମା ପାର୍ବତୀ ଗିରିଙ୍କ ସ୍ୱପ୍ନପୂରଣ ହେଉଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ । ତେବେ ସରକାର ଏହି ଅନୁଷ୍ଠାନକୁ ଏବେ ଅନୁଦାନ ଦେଇ ଚଳାଉଥିଲେ ହେଁ ଜିଲ୍ଲାପ୍ରଶାସନର ଆଭିମୁଖ୍ୟକୁ ନେଇ ସଭାପତି ଶାନ୍ତିଲତା ବହିଦାର ଅସନ୍ତୋଷ ବ୍ୟକ୍ତ କରିଥିଲେ । ଅନୁଷ୍ଠାନକୁ ଯେଭଳି ଭାବରେ ପ୍ରଶାସନ ନଜର ଦେବାକଥା ତାହା ହୋଇପାରୁନାହିଁ ବୋଲି ସେ ସଭାରେ କହିଥିଲେ । ଡିନ.ଡ.ପ୍ରଧାନ ତାଙ୍କ ବକ୍ତବ୍ୟରେ ପାର୍ବତୀ ଗିରିଙ୍କର ସେବା ଓ ତ୍ୟାଗ ପାଇଁ ସବୁଦିନ ପାଇଁ ମନେରହିବେ ବୋଲି କହିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୧୨୯ତମ ମନକି ବାତରେ ପାର୍ବତୀ ଗିରିଙ୍କୁ ସ୍ମରଣ କରିଥିବା ବିଷୟରେ କହିଥିଲେ । ବି.କେ ଉଷା ତାଙ୍କ ବକ୍ତବ୍ୟରେ ଜୀବନରେ ଆଧ୍ୟାତ୍ମିକତାର ମୂଲ୍ୟ ଓ ମାନିବିୟଗୁଣ ବିଷୟରେ କହିଥିଲେ । ମୁଖ୍ୟବକ୍ତା ଡ.ମହାନ୍ତି ପାର୍ବତୀ ଗିରିଙ୍କ ସମାଜପ୍ରତି ଥିବା ଉତ୍ସର୍ଗିକୃତ ମନୋଭାବ,ତ୍ୟାଗ ଓ ସେବାକୁ ନେଇ ବକ୍ତବ୍ୟ ରଖିଥିଲେ । ପାର୍ବତୀ ଗିରିଙ୍କ ଦ୍ୱାରାସ୍ଥାପିତ ଆଶ୍ରମଗୁଡିକରେ ଆଶ୍ରାନେଇ ଜୀବନରେ ଉନ୍ନତିପଥ ପାଉଥିବା ଛାତ୍ରଛାତ୍ରୀ ନିହାତି ସମାଜପାଇଁ କିଛି କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ । ଏହି ଅବସରରେ ବାଳାଶ୍ରମର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ସହରର ବିଶିଷ୍ଠବ୍ୟକ୍ତି ଯଥା-ଜଗଦାନନ୍ଦ ଛୁରିଆ,ଡ.ପିକେ ଦାସ,ବାବୁଲା ବହିଦାର,ପ୍ରମୋଦ ବଗର୍ତ୍ତି,ଦେବାଶିଷ ପଟେଲ,ବବିତା ଅଗ୍ରୱାଲ ପ୍ରମୁଖଙ୍କ ସହ ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିଥିଲେ । ପ୍ରକାଶ୍ୟ ଯେ,ପାର୍ବତୀଗିରି ୧୯୯୫ ମସିହାରେ ବଲାଙ୍ଗୀର ପଥରଚେପା ଠାରେ ପାର୍ବତୀଗିରି ବାଳନିକେତନ ସ୍ଥାପନ କରିଥିଲେ । ତତକାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୫ଏକର ପରିମିତ ଜମିରେ ୨୫ଲକ୍ଷ ୬୦ ହଜାର ଟଙ୍କା ଖର୍ଚ୍ଚକରି ଏଠାରେ ୧୦୦ ଶର୍ଯ୍ୟାବିଶିଷ୍ଟ ଆଶ୍ରମ ନିର୍ମାଣ କରାଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ