-+91-9937148622 |

prerana_bgr@rediffmail.com |

  Wednesday 29th March 2023 |

| | | |

R.N.I. Regd No. ODIODI/2010/46693

Breaking News

ରେନବୋ କ୍ୟାମ୍ପରେ ବଲାଙ୍ଗିର ର କୃତିତ୍ୱ   (29-Mar-2023)       ||      ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   (29-Mar-2023)       ||      ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   (28-Mar-2023)       ||      ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    (28-Mar-2023)       ||      ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା    (28-Mar-2023)       ||      ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    (28-Mar-2023)       ||      ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   (28-Mar-2023)       ||      ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   (28-Mar-2023)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   (28-Mar-2023)       ||      ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   (28-Mar-2023)       ||      ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   (28-Mar-2023)       ||      ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   (28-Mar-2023)       ||      ବାଇକ୍ ଦୁର୍ଘଟଣାରେ ଯୁବକ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ରେ ଭର୍ତି    (28-Mar-2023)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜଣ ଶୁଣାଣି   (28-Mar-2023)       ||      କ୍ୟାରିୟର କାଉନସିଲିଂ କାର୍ଯ୍ୟକ୍ରମ   (28-Mar-2023)       ||      କନ୍ଦାଜୁରୀ ଠାରେ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଅନୁଷ୍ଠିତ   (28-Mar-2023)       ||      ସମ୍ବଲପୁର ନାଟ୍ଯକଳା ପରିଷଦ ପକ୍ଷରୁ ବିଶ୍ବ ନାଟ୍ୟଦିବସ ପାଳିତ   (28-Mar-2023)       ||      ଅଗ୍ରଣୀ ମହିଳା ଚାଷୀ ବିଜୟିନୀ    (28-Mar-2023)       ||      ବିଶ୍ଵ ନାଟ୍ଯ ଦିବସ ଅବସରରେ ନାଟ୍ଯ କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଆଲୋଚନାଚକ୍ର   (27-Mar-2023)       ||      ୩୪ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି: ୧୫ ଦିନ ନିମନ୍ତେ  ଆମିଷ ଦ୍ରବ୍ୟ ବିକ୍ରି ଓ ସେବନ ବନ୍ଦ ପାଇଁ ନିଷ୍ପତି    (27-Mar-2023)       ||     

HOME   ଜୀବନଶୈଳୀ

ବିଶ୍ବଭାରତୀ ଶାନ୍ତିନିକେତନ ଓ ଡ.ସଦାନନ୍ଦ ଅଗ୍ରଓ୍ବାଲ

01-Aug-2022



ବଲାଙ୍ଗିର : ସଦାନନ୍ଦ ଅଗ୍ରଓ୍ବାଲ ଥିଲେ ଓଡିଶାର ଜଣେ ଜଣାଶୁଣାଐତିହାସିକ, ଗବେଷକ, ଲିପିତତ୍ବବିଦ ,ସାହିତ୍ୟିକ, ସାମ୍ବାଦିକ, ନାଟ୍ୟକାର ଓ ସଙ୍ଗୀତଜ୍ଞ । ତେବେ ତାଙ୍କ ସହିତ ମିଶିବା ଭିତରେ ଜଣେ  କଲେଜ କିମ୍ବା ବିଶ୍ବବିଦ୍ୟାଳୟରେ ପାଠ ପଢିପାରିନଥିବା ଦରପାଠୁଆ ମଣିଷ ଶେଷରେ କିଭଳି  ନିଜ ଅଧ୍ୟବସାୟ ବଳରେ ବିଶ୍ବବିଦ୍ୟାଳୟରେ ଲିପିତତ୍ବ ବିଷୟ ଉପରେ ଶିକ୍ଷାଦାନ କରୁଥିଲେ ତାହା ମୁଁ ନିଜେ ଦେଖିଛି । ସୋନପୁର ଜିଲ୍ଲାର ମେଣ୍ଡା ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ଉତ୍ତିର୍ଣ୍ଣ ହେଲାପରେ ମଧ୍ୟ ସେ ଆର୍ଥିକ ଅନାଟନ କାରଣରୁ କଲେଜରେ ପଢିବାର ସୁଯୋଗ ପାଇନଥିଲେ । କମ ବୟସରେ ବାପାଙ୍କୁ 

 ହରାଇ ପରିବାର ର ବୋଝ ସମ୍ଭାଳିଥିଲେ । ତେବେ ତାଙ୍କ ପଢିବାର ନିଶା ଯାଇନଥିଲା । ତରଭାରେ ତାଙ୍କର ଜଣେ ସମ୍ପର୍କିୟଙ୍କ ସାଙ୍ଗରେ ବ୍ୟବସାୟ କଲାବେଳେ ସାମ୍ବାଦିକତା ଆଡକୁ ଢଳିଥିଲେ । ପ୍ରଥମେ ବଲାଙ୍ଗୀରରୁ ପ୍ରକାଶିତ ଯୁଗବାର୍ତ୍ତାରୁ ସାମ୍ବାଦିକ ଜୀବନ ଆରମ୍ଭ କରି ପ୍ରଜାତନ୍ତ୍ର ଦୈନିକ ଖବରକାଗଜରେ ତରଭା ପ୍ରତିନିଧି ହୋଇଥିଲେ । ସେହି ସମୟରେ ଡ.ହରେକୃଷ୍ଣ ମହତାବ ଓ ପରେ ଓଡିଶାର ପ୍ରଖ୍ୟାତ ଐତିହାସିକ ଡ.ନବୀନକୁମାର ସାହୁଙ୍କ ସହିତ ଘନିଷ୍ଠତା ବଢିଥିଲା । ସେଇଠୁ ଆରମ୍ଭ ହୁଏ ତାଙ୍କ ଐତିହାସିକ ଜୟଯାତ୍ରା । ଉଭୟଙ୍କ ଠାରୁ ପ୍ରେରଣା ପାଇ ଐତିହାସିକ ଗବେଷଣା ଆରମ୍ଭ କରିଥିଲେ । ସୋନପୁର ଇତିହାସ, ଖାରବେଳ(ଓଡିଆ,ହିନ୍ଦି,ଇଂରାଜୀ), ଓରିଶାନ ପେଲେଓଗ୍ରାଫି, ଦକ୍ଷୀଣକୋସଳ ଓ ଅନ୍ୟାନ୍ୟ ପ୍ରବନ୍ଧ', ସୌରାପେଣ୍ଟିଂ ଅଫ ଓରିଶା, ଟୁ କପର ପ୍ଲେଟ ଗ୍ରାଣ୍ଟସ ଫ୍ରମ ଓ୍ବେଷ୍ଟର୍ଣ୍ଣ ଓରିଶା,କୋସଲି ନାଟକ ରକତ ଇତ୍ୟାଦି ପୁସ୍ତକ ରଚନା କରିଥିଲେ । ଏହା ସହିତ ତାଙ୍କର ଅନେକ ଉପାଦେୟ ସନ୍ଦର୍ଭ ଓ ସ୍ତମ୍ବଗୁଡିକ ମଧ୍ୟ ବିଭିନ୍ନ ଜର୍ଣ୍ଣାଲ ତଥା ଖବରକାଗଜରେ ପ୍ରକାଶିତ ହେଉଥିଲା । ଶେଷରେ ତାଙ୍କ କୃତିକୁ ସମ୍ମାନ ଜଣାଇ ରାଷ୍ଟ୍ରୀୟ ସଂସ୍କୃତପ୍ରତିଷ୍ଠାନ ତିରୁପତି ବିଶ୍ବ ବିଦ୍ୟାଳୟରୁ ତାଙ୍କୁ ସମ୍ମାନଜନକ ଡି.ଲିଟପ୍ରଦାନ କରାଯାଇଥିଲା ।  ସେ ଲିପିତତ୍ବ ଉପରେ ଯଥେଷ୍ଟ ଗବେଷଣା କରି ପୁରାତନ ଲିପି, ଶିଳାଲିପି, ତାମ୍ରଫଳକ ଇତ୍ୟାଦିକୁ ପାଠଦ୍ଧାର କରୁଥିଲେ ।  ଦେଶର ଅନେକ ମ୍ୟୁଜିୟମରୁ ସେଥିପାଇଁ ତାଙ୍କୁ ଡାକରା ଆସୁଥିଲା । ଲିପିର କ୍ରମବିକାଶ ଉପରେ ତାଙ୍କର ଅନେକ ସନ୍ଦର୍ଭ ପ୍ରକାଶିତ ହୋଇଛି । ବ୍ରାହ୍ମି,ପାଲି ଓ ଅନ୍ୟାନ୍ୟ ପୁରାତନ ଭାଷା ଉପରେ ତାଙ୍କର ଖୁବ ଦଖଲ ଥିଲା । ଲିପିତତ୍ବ ଉପରେ ଶିକ୍ଷାଦାନ ପାଇଁ ଜଣେ ଭିଜିଟିଙ୍ଗ ପ୍ରଫେସର ଭାବରେ ବିଶ୍ବଭାରତୀ  ଶାନ୍ତିନିକେତନ ବିଶ୍ବ ବିଦ୍ୟାଳୟ ତରଫରୁ ତାଙ୍କୁ ଅନେକଥର ନିମନ୍ତ୍ରଣ କରାଯାଇଥିଲା । ୨୦୧୩ ମସିହାରେ ତାଙ୍କର ଜଣେ ସହଯୋଗୀ ଭାବରେ ଶାନ୍ତିନିକେତନକୁ ଯିବାର ସୁଯୋଗ

ମିଳିଥିଲା । ସେଠାରେ ଓଡିଆ ବିଭାଗ ତରଫରୁ କରାଯାଇଥିବା ଓ୍ବାର୍କସପରେ ସେ ଜଣେ ଦକ୍ଷ ଲିପିତତ୍ବବିଦ ଭାବରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ । ଜଣେ ମାଟ୍ରିକପଢା ଲୋକ ଭାରତବର୍ଷର ଏକ ବିଖ୍ୟାତ ବିଶ୍ବବିଦ୍ୟାଳୟରେ ଲିପିତତ୍ବ ଉପରେ ଯେଭଳି କଳାପଟାରେ ଚକ ଖଡିରେ ଲେଖିଲେଖି ପଢାଉଥିଲେ ତାହା ମୋତେ ଅଭିଭୂତ କରିଥିଲା । ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ଲିପି ଉପରେ ଜାଣିବାର ଆଗ୍ରହ ମୋତେ ଖୁବ ଆଶ୍ଚର୍ଯ୍ୟ କରିଥିଲା । ଅଧ୍ୟବସାୟ ହିଁ ମଣିଷକୁ ସଫଳ କରିଥାଏ ତାହା ତାଙ୍କଠୁ ଶିଖିବାକୁ ମିଳିଥିଲା ।
   ଆଜି ସେହି ପୂଣ୍ୟାତ୍ମାଙ୍କ ୫ମ ଶ୍ରାଦ୍ଧଦିବସ । ଶ୍ରାଦ୍ଧ ଦିବସରେ ତାଙ୍କୁ ଗଭୀର ଶ୍ରଦ୍ଧାଞଳି ଜ୍ଞାପନ କରୁଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରେନବୋ କ୍ୟାମ୍ପରେ ବଲାଙ୍ଗିର ର କୃତିତ୍ୱ   29-Mar-2023
  ଜିଲ୍ଲା  
ଆନନ୍ଦ ଉଲ୍ଲାସ ର ସହ ପାଳିତ ହେଲା ଚୈତ୍ର ପର୍ବ ।   29-Mar-2023
  ଜିଲ୍ଲା  
ବିକାଶ ଉଚ୍ଚ ଶିକ୍ଷା କ୍ୟାମ୍ପସରେ ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିଆରା ଢଙ୍ଗରେ ‘ଇଣ୍ଡିଆ ଏଟ୍ ଓସ୍କାସ୍‌ର୍’ ପାଳିତ   28-Mar-2023
  ଜିଲ୍ଲା  
ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଚୈତ୍ର ପର୍ବ- ବିଶ୍ୱ ଶାନ୍ତି ପାଇଁ ଛେନାପଣା ଦେଇ ପୂଜାର୍ଚ୍ଚନା    28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ପୁସ୍ତକ ମେଳାର ପଞ୍ଚମ ସନ୍ଧ୍ୟା   28-Mar-2023
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଦିଗରେ ରେଡ଼କ୍ରସର କର୍ମଶାଳା    28-Mar-2023
  ଜିଲ୍ଲା  
ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା କୁ ନେଇ ଉଠିଲା ପ୍ରଶ୍ନ   28-Mar-2023
  ଜିଲ୍ଲା  
ମହାଜନଗୁଡ଼ା ଠାରେ ଦାଦନ ର ମୃତଦେହ ରଖି ୨୬ ନମ୍ୱର ଜାତୀୟ ରାଜପଥ ଅବରୋଧ l   28-Mar-2023
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀରେ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ପାଇଲା   28-Mar-2023
ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା   28-Mar-2023
  ଜିଲ୍ଲା  
ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମାଁ ଙ୍କ ବାସନ୍ତୀକ ଦୁର୍ଗାପୁଜା   28-Mar-2023
  ଜିଲ୍ଲା  
ସାଇକେଲ ଚୋର ଗିରଫ ୧୫ ସାଇକେଲ ଜବତ   28-Mar-2023

You Might Also Like

                           
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ