-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ଜୀବନଶୈଳୀ

ସାଧାରଣ ମଣିଷଙ୍କ ଭିତରେ ଜଣେ ଅସାଧାରଣ ମଣିଷ ପରୋପକାରୀ ଶ୍ରୀବତ୍ସ ମଲ୍ଲିକ

02-Mar-2022



ସୁବର୍ଣ୍ଣପୁର//  ଗତକାଲି ପବିତ୍ର ମହାଶିବରାତ୍ରି ଦିନ ସୋନପୁର ର ପ୍ରସିଦ୍ଧ ଶ୍ରୀ ରାମେଶ୍ୱର ଶୈବପୀଠ ଠାରେ ଏକ ସାମୁହିକ ବ୍ରତୋପନୟନ ଉତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି l ଦୀର୍ଘ ୩୩ ବର୍ଷ ଧରି ପାଳିତ ହୋଇ ଆସୁଥିବା ଏହି ଉତ୍ସବର ସମସ୍ତ ଆୟୋଜନ ଓ ତଦାରଖର ଦାୟିତ୍ୱ ସୋନପୁର +ର ବିଶିଷ୍ଟ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ନେଇ ଆସୁଛନ୍ତି l ପ୍ରତିବର୍ଷ ବିଭିନ୍ନ ଅଞ୍ଚଳର  ପାଞ୍ଚ ସାତ ଜଣ ଅତି ଗରିବ ବ୍ରାହ୍ମଣ ପରିବାରର ପିଲାମାନଙ୍କୁ ମାଗଣାରେ ବ୍ରତ କରାଯାଉଥିବା ବେଳେ ଚଳିତ ବର୍ଷ  ସୋନପୁର ପଟାଭାଡ଼ିର ଶିବରାମ ପଣ୍ଡାଙ୍କ ପୁତ୍ର ପୂର୍ଣ୍ଣ ଚନ୍ଦ୍ର, ଖାରି ଗାଁ ର  ପ୍ରଶାନ୍ତ ରଥଙ୍କ ପୁତ୍ର ସମୀର, ଖରଝୁରା ଗାଁ ର ସତ୍ୟ ପଣ୍ଡାଙ୍କ ପୁତ୍ର କାହ୍ନl, ବୃନ୍ଦାବନ ମହାପାତ୍ରଙ୍କ ପୁତ୍ର  ବରୁଣ  ଓ  ସାରଗୁଣା ମୁଣ୍ଡାର ଶଙ୍କର ଦାଶଙ୍କ ପୁତ୍ର ଚନ୍ଦନଙ୍କ ସମେତ ୫ ଜଣ  ଗରିବ ଶ୍ରେଣୀ ର ବାଳକଙ୍କୁ ସାମୁହିକ ବ୍ରତ କରାଯାଇଛି l ଏହି ବ୍ରତୋପନୟନ ଉତ୍ସବରେ ପ୍ରତି ବର୍ଷ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ଆସୁଥିବା ବେଳେ ଏବର୍ଷ  ସୁବର୍ଣ୍ଣପୁରର ଏସପି ସୀତାରାମ ଶତପଥିଙ୍କ ସମେତ ବହୁ  ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମ୍ବାଦିକ, ହଜାର ହଜାର  ଭକ୍ତ ଶ୍ରଦ୍ଧାଳୁ ଯୋଗ ଦେଇ ବାଳବ୍ରହ୍ମଚାରୀ ମାନଙ୍କୁ ଶୁଭେଚ୍ଛା ଓ ଆର୍ଶୀବାଦ ପ୍ରଦାନ କରି  ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l ନିଃସହାୟ ବ୍ରାହ୍ମଣ ପିଲାମାନଙ୍କ ସାମୁହିକ ବ୍ରତ ପାଳନ ହିଁ ଅସଲ ମାନବୀୟ ଧର୍ମ ବୋଲି ମତ ରଖି ଏହି ଉତ୍ସବର ଆୟୋଜକ ଶ୍ରୀ ମଲ୍ଲିକଙ୍କ ଵଦାନ୍ୟତା ଓ ମହାନତାକୁ ପ୍ରଶଂସା କରିଥିଲେ l ଆମ ପ୍ରତିନିଧିଙ୍କ ସହିତ ଏକ ସାକ୍ଷାତକାର ରେ  ଏହାର ଆୟୋଜକ ଶ୍ରୀ  ମଲ୍ଲିକ କହିଥିଲେ ଯେ ପ୍ରକୃତ ରେ ଜଣେ ଅନୁଭବୀ ହିଁ ଜଣେ ଦୁଃଖୀ ଵା ଗରିବ ର ଦୁଃଖ କଷ୍ଟ କୁ ସହଜ ରେ ବୁଝିପାରେ l ସୋନପୁର ଘୋଡ଼ାଘାଟପଡା ଠାରେ ଗୋଟିଏ ଅତି ଗରିବ ପରିବାର ରେ ଜନ୍ମ ନେଇ ମୁଁ ଖୁବ କମ ପାଠ ପଢି ଯୁବ ବୟସ ରେ ପ୍ରଥମେ  ଜଣେ ବ୍ୟବସାୟୀଙ୍କ ଠାରେ ଘରୋଇ ମୁନସୀ ଭାବେ ସ୍ୱଳ୍ପ ବେତନରେ କାର୍ଯ୍ୟ କରି ଆସି ଜୀବନର ସଂଘର୍ଷ ଆରମ୍ଭ କରିଥିଲି l ପରେ ପରେ ଘର ପାଖେ ଏକ ଛୋଟ କାଠ କ୍ୟାବିନ ରେ ତେଲ ଲୁଣ ବ୍ୟବସାୟ ଟିଏ ଆରମ୍ଭ କରି  କଠିନ ପରିଶ୍ରମ କରି ନିଜ ପରିବାରର ମୁହଁରେ ହସ ଫୁଟାଇ ପାରିଛି ଏବଂ ଦୀର୍ଘ ବର୍ଷରୁ ଆଜି ଯାଏ ବିଭିନ୍ନ ଅଞ୍ଚଳର ଗରିବ ନିଃସହାୟ ଲୋକଙ୍କ ସେବା ଯୋଗାଇ ହଜାର ଲୋକଙ୍କ ପରିବାର ରେ ଖୁସି ଓ ମୁହଁରେ  ହସ  ବି ଦେଇ ପାରିଛି l ଯେତେବେଳେ ଯିଏ ଯାହା ବି ସାହାଯ୍ୟ ସହଯୋଗ ମାଗିଛି କେବେ କାହାକୁ ମନା କରିନି l ହସି ହସି ରାଜି ହୋଇଛି l ଆଉ ଲୋକଙ୍କ ସୁଖ ଦୁଃଖ ସବୁ ଜଗା ସବୁ ସମୟରେ ସବୁ ଉତ୍ସଵ ରେ ପହଂଚି ଯଥା ସହଯୋଗର ହାତ ବଢ଼ାଇ ଥାଏ l  ଆଉ ମା ସୁରେଶ୍ୱରୀଙ୍କ ଆଶୀର୍ବାଦରୁ ସବୁ ସାହସ ଶକ୍ତି ଆପେ ଅସିଯାଇଥାଏ ବୋଲି ମୋର ଦୃଢ଼ ବିଶ୍ୱାସ ଅଛି l କିନ୍ତୁ ମା ଙ୍କ ଆଶୀର୍ବାଦରୁ ମୁଁ ଆଜି ଯେତେ ଊଚ୍ଚସ୍ତରକୁ ପହଂଚିଥିଲେ ବି ପ୍ରତି ଦିନ ସକାଳେ ମୋର ତେଲ ଲୁଣ ଦୋକାନ କୁ ଆସିବା, ଖାଦ୍ୟ ସାମଗ୍ରୀ ବିକିବା କେବେ ବି ଭୁଲି ନ ଥାଏ l ଆଉ ଏଇ ତେଲଲୁଣର ସଂସାର ଭିତରେ ଖୁବ ବ୍ୟସ୍ତ ବହୁଳ ଜୀବନ ଭିତରେ ପ୍ରତିଦିନ ସରକାରୀ ବେସରକାରୀ ବିଭିନ୍ନ କାର୍ଯ୍ୟରେ ଯୋଗ ଦେଇ ସେବା କରିବାରେ ଖୁବ ଆତ୍ମ ସନ୍ତୋଷ ପାଇଥାଏ ବୋଲି ମତ ରଖି  ଆପଣ ମାନଙ୍କ  ପ୍ରେରଣା ସହଯୋଗରେ ଆଜୀବନ ଯାଏ ଏଇ ସେବା ଚାଲିଥିବ ବୋଲି କହିଥିଲେ l

ପ୍ରକୃତ ରେ କୋଠା ବାଡ଼ି, ଦାମୀ ଗାଡି, କୋଟି ଟଙ୍କା ର ବ୍ୟାଙ୍କ ବ୍ୟାଲେନ୍ସ ସୁଖ ଠାରୁ କୋଟି କୋଟି ଲୋକଙ୍କୁ ସାହାଯ୍ୟ ସହଯୋଗ କରିବା, ସେବାଦେବା ସେମାନଙ୍କ ହୃଦୟ କୁ ଜିଣିବା ରେ ହିଁ  ଢେର ଗୁଣା ଶାନ୍ତି ମିଳିଥାଏ l କୌଣସି ପ୍ରତିଦାନ ର ଆଶା ନ ରଖି ନଦୀର ଜଳ ଦାନ, ସୂର୍ଯ୍ୟ ର କିରଣ ଦାନ, ଗଛ ଲତା ର ଖାଦ୍ୟ ଅମ୍ଳଜାନ ଦାନ ଭଳି ମଣିଷ ନିସ୍ଵାର୍ଥପର ଭାବେ ଅନ୍ୟ ର ଉପକାର କରିବା ଉଚିତ l   ଏହା ମଣିଷ ର ଦାଇତ୍ୱ କର୍ତ୍ତବ୍ୟ ହେବା ଉଚିତ l ନଚେତ ସମାଜ ରୁ ଆମେ କିଛି ଆଶା କରିବା ଭୁଲ ଅଟେ l ଧନ, ପଦ ପଦବୀ କ୍ଷଣସ୍ଥାୟୀ, ପ୍ରକୃତ ରେ କିନ୍ତୁ ସାଧାରଣ ମଣିଷ ଙ୍କ ଭିତରେ ଜଣେ  ଅସାଧାରଣ  ମଣିଷ ସମାଜସେବୀ ଶ୍ରୀବତ୍ସ ମଲ୍ଲିକ l ଅସହାୟ ମଣିଷ  ଙ୍କ ପ୍ରତି ସବୁବେଳେ ସହାୟତା ର ହାତ ବଢାଇବା ପାଈଁ ମା ସୁରେଶ୍ୱରୀ  ଆହୁରି ଶକ୍ତି ଓ ଆଶୀର୍ବାଦ ପ୍ରଦାନ କରନ୍ତୁ l


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ