-+91-9937148622 |

prerana_bgr@rediffmail.com |

  Friday 23rd October 2026 |

| | | |

R.N.I. Regd No. ODIODI/2010/46693

Breaking News

*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   (22-Oct-2026)       ||      ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    (22-Oct-2026)       ||      *ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   (22-Oct-2026)       ||      ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   (21-Oct-2026)       ||      ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   (21-Oct-2026)       ||      ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   (21-Oct-2026)       ||      କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   (21-Oct-2026)       ||      *ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   (21-Oct-2026)       ||      *ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   (21-Oct-2026)       ||      *ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   (21-Oct-2026)       ||      ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   (21-Oct-2026)       ||      ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   (21-Oct-2026)       ||      ସତଲମା ରେ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ଛପନ ଭୋଗ କାର୍ଯ୍ୟକ୍ରମ   (20-Oct-2026)       ||      ଏସ୍‌ଓଏସ୍‌ ଚିଲ୍‌ଡ୍ରେନ୍‌ସ ଭିଲେଜ୍‌ରେ ପିଲାମାନଙ୍କ ସହ ବିଜୟା ଦଶମୀ ପାଳିଲେ ରାଜ୍ୟପାଳ   (20-Oct-2026)       ||      ପେଶା ନିୟମ ଲାଗୁ ଓ ବ୍ରାହ୍ମଣୀଗାଁକୁ ନୂତନ ବ୍ଲକ ଗଠନ ଦାବିରେ ପଦଯାତ୍ରା ପ୍ରସ୍ତୁତି   (20-Oct-2026)       ||      ବରପାଲି କାଳୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ    (20-Oct-2026)       ||      ଭାଲୁ ଆକ୍ରମଣ ରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ତୁରନ୍ତ ଆର୍ଥିକ ସହାୟତା ଓ ବନ୍ୟପ୍ରାଣୀ ଆକ୍ରମଣ ରୋକିବାକୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ ପାଇଁ ଦାବି   (20-Oct-2026)       ||      ଶ୍ରୀରାମ ବାବାମଠ ପରିଦର୍ଶନ ରେ ସାଂସଦ ପ୍ରଦୀପ ପୁରୋହିତ   (20-Oct-2026)       ||      ଦଶହରାରେ ମା’ ସୁରେଶ୍ୱରୀ ଓ ମା’ ଭଗବତୀଙ୍କ ରାଜରାଜେଶ୍ୱରୀ ବେଶ   (20-Oct-2026)       ||      ବନ ବିଭାଗର ମିଳିତ ଚଢ଼ାଉ, ଟ୍ରକ୍‌ ସହ ମୂଲ୍ୟବାନ କାଠ ଜବତ; ଜଣେ ଅଟକ   (20-Oct-2026)       ||     

HOME   ଜୀବନଶୈଳୀ

ପ୍ରଚାର ପ୍ରସାର ଠାରୁ ବହୁ ଦୁରରେ ଜଣେ ସାରସ୍ୱତ ସାଧକ ଡ଼. ରାଧାକାନ୍ତ ମିଶ୍ର

26-Jun-2022



ବଲାଙ୍ଗିର (ପ୍ରେରଣା ଖବର ବ୍ୟୁରୋ) ଆମ ସମାଜରେ ଏବେ ବି ଅନେକ ସାହିତ୍ୟ ସ୍ରଷ୍ଟା ଅଛନ୍ତି ଯେଉଁ ମାନଙ୍କ ଭିତରେ ଅଗାଧ ପାଣ୍ଡିତ୍ୟ ଓ ସୃଜନଶୀଳତା ଭରି ରହିଥିଲେ ମଧ୍ୟ ସେମାନେ ଲୋକଲୋଚନରୁ ବହୁ ଦୁରରେ ରହିଛନ୍ତି । ଭାଷା ଓ ସାହିତ୍ୟ ଭଣ୍ଡାରକୁ ଅନେକ କିଛି ଅମୂଲ୍ୟ ଭେଟି ଦେଇ ସାରିବା ପରେ ମଧ୍ୟ ଏମାନଙ୍କ ପ୍ରତିଭା ଓ ଉତ୍ସର୍ଗୀକୃତ ମନୋଭାବକୁ ସମାଜ ଆଦୌ ଚିହ୍ନପାରି ନଥାଏ । ବିଡମ୍ବନାର ବିଷୟ ହେଲା ବଣର ମଲ୍ଲୀ ପରି ବଣରେ ଫୁଟି ଝାଉଁଳି ପଡିବା ପରି ଏମାନଙ୍କ ପ୍ରତିଭାର ମହକ କୁ କେହି ଜାଣି ପାରନ୍ତି ନାହିଁ । ଇଂରାଜୀ ଭାଷା ସାହିତ୍ୟର ଏପରି ଜଣେ ଲୁକ୍କାୟିତ ପ୍ରତିଭା ଓ ନୀରବ ସାଧକ ହେଉଛନ୍ତି ଡ.ରାଧାକାନ୍ତ ମିଶ୍ର । ଜଣେ ଅବସରପ୍ରାପ୍ତ ଅଧ୍ୟାପକ ଭାବରେ କେବଳ କଲେଜରେ ଛାତ୍ରଛାତ୍ରୀ ମାନଙ୍କ ଶିକ୍ଷାଦାନ ଭିତରେ ନିଜକୁ ସୀମିତ ନ ରଖି ବୟସର ଅପରାହ୍ନରେ ବି ନିଜ ଲେଖନୀ ମୂନକୁ ଶାଣିତ

କରିଚାଲିଛନ୍ତି ଏହି ସାରସ୍ୱତ ସାଧକ ଜଣକ । ଇଂରାଜୀ ଭାଷାରେ ଏଜାବତ ଦୁଇଟି ଉପାଦେୟ ପୁସ୍ତକ ରଚନା କରି ସାରିଥିବା ରାଧାକାନ୍ତ ମିଶ୍ରଙ୍କର ବୟସ ୭୫ ଛୁଇଁଲାଣି । ଶାରିରିକ ଅସୁସ୍ଥତା ଓ ପ୍ରତିକୁଳ ପରିସ୍ଥିତି କେବେ ବି ରାଧାକାନ୍ତ ମିଶ୍ରଙ୍କୁ ନିଜ ସାଧାନରୁ ବିଚ୍ୟୁତ କରିପାରି ନାହିଁ । ସାହିତ୍ୟ ସାଧନାରେ ବ୍ରତୀ ଏହି ବିଜ୍ଞ ପୁରୁଷଙ୍କ  ରଚନା ପ୍ରଚାରଧର୍ମୀ ନୁହେଁ ବଂର ମାନବଧର୍ମୀ ଅଟେ । ତାଙ୍କ ଲେଖନୀରେ ରହିଛି ମାନବୀୟ ଚେତନାବୋଧର ସ୍ୱର, ସମାଜରେ ଘଟୁଥିବା ନାରୀ ନିର୍ଯ୍ୟତନାର କରୁଣ କାହାଣୀ । ନିଜର ଲେଖନୀ ମାଧ୍ୟମରେ ସମାଜକୁ ପଥପ୍ରଦର୍ଶନ କଲା ଭଳି ତଥା ସମାଜର ଶେଷ ସ୍ତରର ଲୋକଙ୍କ କଥା କହୁଥିବା ରାଧାକାନ୍ତ ମିଶ୍ର କେବେ ବି  ନିଜକୁ ପ୍ରଜ୍ଞାପିତ କରି ନାହାନ୍ତି କି ପୁରସ୍କାର ଓ ସମ୍ବର୍ଦ୍ଧନା ପାଇଁ ଲାଳାୟିତ ହୋଇ ନାହାନ୍ତି । ନିଜର ଲେଖନୀ ମାଧ୍ୟମରେ ସମାଜକୁ ଆଲୋକ ଦେଖାଉଥିବା ଏହି ଲେଖକ ସ୍ୱୟଂ ଅନ୍ଧାରରେ । ଲେଖକଙ୍କ ମୂଲ୍ୟବାନ ଲେଖା ଓ ସନ୍ଦର୍ଭକୁ ସାରସ୍ୱତ ଜଗତର ଏକ ଆଲୋକିତ ପରିସରକୁ ଅଣାଯାଇ ପାରିଲେ ନିଶ୍ଚିତ ଭାବେ ଆମ ସମାଜ ଏହା ଦ୍ୱାର ଲାଭାନ୍ୱିତ ହୋଇ  ପାରନ୍ତା । ଉତ୍କଳ ବିଶ୍ୱବିଦ୍ୟାଳୟରୁ ଡକ୍ଟରିଏଟ୍ ଲାଭ କରିଥିବା ଇଂରାଜୀ ସାହିତ୍ୟର ଜଣେ ଧୁରୀଣ ସ୍ରଷ୍ଟା ଭାବରେ ଏଜାବତ ୫ଠ ରୁ ଅଧିକ  ଇଂରାଜୀ ଜର୍ଣ୍ଣାଲରେ ଲେଖା ବାହାରି ସlରିଲାଣି  କେରଳର ପ୍ରସିଦ୍ଧ କବୟିତ୍ରୀ କମଳା ଦାସ ଓ  ସେକ୍ସପିୟରଙ୍କ ଲେଖା ସବୁକୁ ବିଶ୍ଲେଷଣ କରି  ଲେଖକ ଶ୍ରୀ ମିଶ୍ର ଅନେକ ସୃଜନାତ୍ମକ ଲେଖା ସୃଷ୍ଟି  କରିଛନ୍ତି । ରାଜ୍ୟ ବାହାରର ଅନେକ ସ୍ଥାନରେ  ଶ୍ରୀ ମିଶ୍ର ନଜିର ଗବେଷଣାଧର୍ମୀ ସନ୍ଦର୍ଭ ପାଠ କରି ।ରିଛନ୍ତି ।  ବନାରାସ ବିଶ୍ୱବିଦ୍ୟାଳୟ, ଲକ୍ଷ୍ନୋ ବିଶ୍ୱବିଦ୍ୟାଳୟ ଓ ଆନ୍ଧ୍ର ବିଶ୍ୱବିଦ୍ୟାଳୟକୁ ଶ୍ରୀ ମିଶ୍ର ନିମନ୍ତ୍ରିତ ହୋଇ ସେଠାରେ ତାଙ୍କ ସନ୍ଦର୍ଭ ପାଠ କରି ନିଜର ପ୍ରତିଭାର ପରିଚୟ ଦେଇ ପାରିଛନ୍ତି ।  ଦୁଇଟି ପୁସ୍ତକ ସମେତ ଅନେକ ଇଂରାଜୀ ଆଲେଖ୍ୟ ର ସଫଳ ସ୍ରଷ୍ଟା ରାଧାକାନ୍ତ ମିଶ୍ର ଜୀବନ ର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଲେଖି ଚାଲିଥିବେ ବୋଲି କହିଛନ୍ତି । ଶ୍ରୀ ମିଶ୍ରୀ ଙ୍କ ଲିଖିତ ଦୁଇଟି ଗବେଷଣାଧର୍ମୀ ପୁସ୍ତକ Kamala Das's Monomanuac Pursuit for Transcendental Love: A comprehensive Study of Her poems ଏବଂ The Aurobindonian and the post-Aurobindonian Traditions in Indian English Poetry: A Contrastive study of some Representative Poets ନିଜ ଆଲମିରାରେ ଶୋଭା ପାଉଥିବା ବେଳେ ଏହା ପାଠକଙ୍କ ପାଖକୁ ପହଞ୍ଚିବାର ଅପେକ୍ଷାରେ ରହିଛି । ୨ଠଠ୬ ମସିହାରେ ଟିଟିଲାଗଡ଼ ଡିଏଭି କଲେଜରୁ ଜଣେ ଇଂରାଜୀ ପ୍ରଫେସର ଭାବରେ ଅବସର ଗ୍ରହଣ କରିବା ପରେ ନିଜ ଜନ୍ମମାଟି ବଲାଙ୍ଗୀରକୁ ଫେରିଆସିଥିଲେ ରାଧାକାନ୍ତ ମିଶ୍ର । ଶାରୀରିକ ଅସୁସ୍ଥତା ସତ୍ତ୍ୱେ

 ବି ଥକି ପଡି ନାହାନ୍ତି ଶ୍ରୀ ମିଶ୍ର । ନିଜର ଲେଖନୀ ମୂନକୁ ଆହୁରି ଶାଣିତ କରିଚାଲିଛନ୍ତି ସେ । ବଲାଙ୍ଗୀର ସହର ମହାଲକ୍ଷ୍ମୀ ନଗରରେ ସହଧର୍ମିଣୀ ଗୀତାଞ୍ଜଳି ଓ ପୁଅ ଦେବଦତ୍ତ ଙ୍କ ସହ ସାରସ୍ୱତ ସାଧନାରେ ମଗ୍ନ ଶ୍ରୀ ମିଶ୍ର । ତିନୋଟି ପୁଅ ମଧ୍ୟରୁ ଦୁଇ ଜଣ ବେଙ୍ଗଲୋରରେ ସଫ୍ଟୱେର  ଇଂଜିନିୟର ଭାବେ କାର୍ଯ୍ୟରତ ଥିବା ବେଳେ ସାନ ପୁଅ ମଧ୍ୟ ପେଶରେ ଇଂଜିନିୟର ଥାଇ ବି କେବଳ ବାପାମଁ ଙ୍କ ସେବା ଶୁଶୃଶା ପାଇଁ ବେଙ୍ଗଲୋର ଛାଡି ନିଜ ବାପା ମାଁ ଙ୍କ ସହ ରହୁଛନ୍ତି । ସମକାଳୀନ କବି ଓ ଲେଖକ ମାନଙ୍କ ମଧ୍ୟରେ ଇଂରାଜୀ ଭାଷା ସାହିତ୍ୟରେ ଲେଖନୀ ଚାଳନା କରିବା କ୍ଷେତ୍ରରେ ରାଧାକାନ୍ତ ମିଶ୍ରଙ୍କ ନାମ ସର୍ବାଗ୍ରେ ରହିବ ।  


News Comment




Photo in News

Advertisment
Lastest News
  ଜିଲ୍ଲା  
*ସୁବର୍ଣ୍ଣପୁର ଐତିହାସିକ ପ୍ରସିଦ୍ଧ ମହାବଳୀ ଯାତ୍ରା ସଂପନ୍ନ*   22-Oct-2026
  ଜିଲ୍ଲା  
ଟିଟିଲାଗଡ ହାଟପଦାପଡ଼ା ତରଫରୁ ୧୪ ତମ ରାବଣ ପୋଡି ମହୋତ୍ସବ♦️ ବିଜେପି ବିଧାୟକ ନବିନ ଜୈନ ପୂର୍ବତନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେଲେ ଜବାବ    22-Oct-2026
  ଜିଲ୍ଲା  
*ସୋନପୁର ବ୍ଲକ ଛକ ଦୁର୍ଗା ପୂଜା ରାବଣ ପୋଡ଼ି ଉତ୍ସବ ରେ ଅଗଣିତ ଦର୍ଶକ*-   22-Oct-2026
  ଜିଲ୍ଲା  
ମହାଦେବପାଳି ଦୁର୍ଗାପୂଜା,ରାବଣ ବଧ ସହ ରାବଣରାଜ ଉଦଯାପିତ   21-Oct-2026
  ଜିଲ୍ଲା  
ମା’ ସୁରେଶ୍ୱରୀଙ୍କ ମହାଲକ୍ଷ୍ମୀ ବେଶ   21-Oct-2026
  ଜିଲ୍ଲା  
ସମଲେଇପୂଜା ଅବସରରେ ଯାଦବ ସମାଜର ବନ୍ଧୁ ମିଳନ   21-Oct-2026
  ଜିଲ୍ଲା  
କଣ୍ଟାମାଳରେ ଜମୁଛି ଶାରଦୀୟ ଦୁର୍ଗାପୂଜାର ଆସର♦️ ଆକର୍ଷଣୀୟ ତୋରଣ ଓ ରଙ୍ଗିନ ଆଲୋକମାଳାରେ ଝଲସୁଛି ଅଞ୍ଚଳ   21-Oct-2026
  ଜିଲ୍ଲା  
*ଡାବୁଗାଁ ଦୁର୍ଗାପୂଜାରେ ଶତାଧିକ ଭକ୍ତଙ୍କ ସମାଗମରେ ସମ୍ପନ୍ନ ହେଲା ପୂର୍ଣ୍ଣାହୁତି*   21-Oct-2026
  ଜିଲ୍ଲା  
*ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ଶହୀଦ ସ୍ମୃତି ଦିବସ ପାଳିତ*   21-Oct-2026
  ଜିଲ୍ଲା  
*ପୋଡ଼ାଗଡ ପୀଠରେ ପାରମ୍ପରିକ ଦଶହରା ପାଳିତ*   21-Oct-2026
  ଜିଲ୍ଲା  
ଭୁବନେଶ୍ୱରରେ ବି.ଏମ୍. ଫାଉଣ୍ଡେସନ‌ ଦ୍ୱାରା ନବ ଉତ୍ସବ ଆୟୋଜନ   21-Oct-2026
  ଜିଲ୍ଲା  
ବେନିଆବନ୍ଧ ରେ ଅଶୋକ ବିଜୟା ଦଶମୀ ପାଳିତ   21-Oct-2026

You Might Also Like

                               
  ଜୀବନଶୈଳୀ  

ସାଇକେଲ ଏକ ପରିଚୟ