-+91-9937148622 |
prerana_bgr@rediffmail.com |
Friday 29th March 2024 |
R.N.I. Regd No. ODIODI/2010/46693
Breaking News
02-Mar-2022
ସିନ୍ଧେକେଲା / ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଅଞ୍ଚଳର ଅଦ୍ଧିଷ୍ଠାତ୍ରୀ ଦେବୀ ମାଁ ଦ୍ବାରସେହ୍ନୀ ବହୁ ବର୍ଷ ପରେ ପୁଣି ଗାଁ ବନ୍ଦୋବସ୍ତ କରିବେ । ସିନ୍ଧେକେଲା ଅଞ୍ଚଳର ଲୋକଙ୍କ ଭାବାବେଗ, ଆସ୍ଥା ଓ ବିଶ୍ବାସ ପ୍ରତିକ ମାଁ ଦ୍ବାରସେହ୍ନୀ ଙ୍କୁ ଥରୁଟିଏ ସ୍ମରଣ ନ କଲେ ଘରୁ ବି ପଦାକୁ ବାହାରନ୍ତି ନାହିଁ । ତେବେ ବିଗତ ବର୍ଷ ମାନଙ୍କରେ ବିଭିନ୍ନ ରୋଗ, ଅଦିନିଆ ବର୍ଷା, ମରୁଡି ପ୍ରପିଡିତ ହୋଇ ଅଞ୍ଚଳ ବାସି ବେଶ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣୁ ଏହାକୁନେଇ ସାଧାରଣ ଜନତା ସିନ୍ଧେକେଲା ରାଜ ପରିବାର ମୁଖ୍ଯ ଅରୁଣ ସିଂହଦେଓଙ୍କୁ ଏ ବିଷୟରେ ଅବଗତ କରିଥିଲେ। ଲୋକଙ୍କ ଆସ୍ଥା ଓ ବିସ୍ବାସ କୁ ନଜରରେ ରଖି ଶ୍ରୀ ସିଂହଦେଓ ଦେବୀ ମାଁ ଦ୍ବାରସେହ୍ନୀ ଙ୍କ ମନ୍ଦିର ରେ ଗାଁ ବନ୍ଦୋବସ୍ତ ପାଇଁ ଜଣାଇଥିଲେ । ମନ୍ଦିର ପୁଜକ ବିକ୍ରମ ଥନାପତୀ ଙ୍କ ଦେହରେ ସବାର ହୋଇଥିବା ଦେବୀ ମୁଖ୍ଯ ସେବକ ଶ୍ରୀ ସିଂହଦେଓଙ୍କୁ ଆଦେଶ ଦେବାପରେ ସେ
ସିନ୍ଧେକେଲା ଜନସାଧାରଣ ଙ୍କୁ ଦେବୀ ଦେଇଥିବା ତାରିଖ ଓ ସମୟ ସାରଣୀ ପ୍ରଦାନ କରିଥିଲେ। ଏବଂ ଦେବୀଙ୍କ ଆଦେଶ ଅନୁଯାଇ ବୁଧବାର ରାତି ୮ ଟାରୁ ଦେବୀଙ୍କ ସହ ଦେବୀଙ୍କ ସମସ୍ତ ସେବକ ଗାଁ ପରିକ୍ରମା କରିବାସହ ବିଭିନ୍ନ ସ୍ଥାନରେ ବିଭିନ୍ନ ଯୋଗିନୀ ମାନଙ୍କ ପୁଜାକାର୍ଯ୍ଯ କରିବାକୁ ଥିବାରୁ ଗୁରୁବାର ସକାଳ ୫ ଟା ପର୍ଯ୍ଯନ୍ତ ସାଧାରଣ ଜନତା ଘରୁ ନ ବାହାରିବା ପାଇଁ ଡାକବାଜି ଯନ୍ତ୍ର ସାହାଯ୍ଯ ରେ ନିବେଦନ କରାଯାଇଛି ।