-+91-9937148622 |
prerana_bgr@rediffmail.com |
Sunday 1st October 2023 |
R.N.I. Regd No. ODIODI/2010/46693
Breaking News
20-Apr-2023
ନୂଆଦିଲ୍ଲୀ: ଆଇନଜୀବୀମାନେ ଧର୍ମଘଟ କରିପାରିବେ ନାହିଁ କିମ୍ବା ନ୍ୟାୟିକ କାର୍ଯ୍ୟରୁ ନିଜକୁ ରକ୍ଷା ପାଇପାରିବେ ନାହିଁ । ଗୁରୁବାର ସୁପ୍ରିମକୋର୍ଟ ଏଭଳି କହିଛନ୍ତି। ଏହି କ୍ରମରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଡି. ୱାଇ.ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ଅଭିଯୋଗ ସମାଧାନ କମିଟି ଗଠନ କରିବାକୁ କୋର୍ଟ ସମସ୍ତ ରାଜ୍ୟ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସମାଧାନ କମିଟି ଗଠନ ପାଖରେ ପ୍ରକୃତ ସମସ୍ୟା ପାଇଁ ଆଇନଜୀବୀମାନେ ଆବେଦନ କରିପାରିବେ। ଏନେଇ ସମସ୍ତ ରାଜ୍ୟର ଆଇନଜୀବୀ ଏବଂ ହାଇକୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଏମଆର ଶାହା ଏବଂ ଜଷ୍ଟିସ ଅହସାନୁଦ୍ଦିନ ଅମାନୁଲ୍ଲାଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟର ଏକ ବେଞ୍ଚ କହିଛନ୍ତି, ଜିଲା କୋର୍ଟସ୍ତରରେ ମଧ୍ୟ ପୃଥକ ଅଭିଯୋଗ ସମାଧାନ କମିଟି ଗଠନ କରାଯିବା ଉଚିତ। ଆଇନଜୀବୀମାନେ ସମାଧାନ କମିଟିଠାରେ ପ୍ରକୃତ ଅଭିଯୋଗର ମାମଲା ମଧ୍ୟ ପଞ୍ଜିକରଣ କରିପାରିବେ। ଏଥିସହ ବେଞ୍ଚ ଦୋହରାଇଛି ଯେ, ବାର ଆସୋସିଏସନର କୌଣସି ସଦସ୍ୟ ଧର୍ମଘଟ କରିପାରିବେ ନାହିଁ। କୋର୍ଟ କହିଛନ୍ତି, ଆଇନଜୀବୀଙ୍କ ଧର୍ମଘଟ ଯୋଗୁଁ ନ୍ୟାୟିକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଯାହାକି ଠିକ ନୁହେଁ।