-+91-9937148622 |
prerana_bgr@rediffmail.com |
Sunday 9th November 2025 |
R.N.I. Regd No. ODIODI/2010/46693
Breaking News
20-Apr-2023
ଡାବୁଗାଁ ଲ୍ୟାମ୍ପର ନୂତନ ଶାଖା ପରିଚାଳକ ଭାବେ ହରିବନ୍ଧୁ ମିର୍ଗାନ୍ ମନୋନୀତ ହୋଇଛନ୍ତି ।ନିର୍ବାଚନ ଅଧିକାରୀ ଭାବେ ଜିଲ୍ଲା ସବ ରେଜିଷ୍ଟ୍ରାର କୋଅପରେଟିଭ ସୋସାଇଟି ସହ ମୁଖ୍ୟ ପ୍ରବନ୍ଧକ କେଶବ ନାୟକ ପରିଚାଳନା କରିଥିଲେ । ଏହି ନିର୍ବାଚନ ପ୍ରକ୍ରିୟା ରେ ଡାବୁଗାଁ ଲ୍ୟାମ୍ପ ସଭାପତି ଦୁର୍ଯ୍ୟୋଧନ ଭତରା, ଉପ ସଭାପତି ରଇଲା ଭତରା ସହ ୧୩ ଜଣ ଲ୍ୟାମ୍ପ ଡାଇରେକ୍ଟର ଉପସ୍ଥିତ ଥିଲେ । ସମସ୍ତ ଲ୍ୟାମ୍ପ ଡାଇରେକ୍ଟରଙ୍କ ସର୍ବସମ୍ମତି କ୍ରମେ ଡାବୁଗାଁ ଲ୍ୟାମ୍ପ ର ବରିଷ୍ଠ କର୍ମଚାରୀ ହରିବନ୍ଧୁ ମୀର୍ଗାନଙ୍କୁ ନିର୍ବିବାଦରେ ଲ୍ୟାମ୍ପ ଶାଖା ପରିଚାଳକ ଭାବେ ଚୟନ କରାଯାଇଥିଲା । ନୂତନ ଭାବେ ଲ୍ୟାମ୍ପ ଶାଖା ପରିଚାଳକ ଭାବେ ମନୋନୀତ ହେବା ପରେ ହରିବନ୍ଧୁ ମିର୍ଗାନ ସମସ୍ତ ଡାଇରେକ୍ଟର ମାନଙ୍କୁ କୃତଜ୍ଞତା ଜ୍ଞାପନ ଜଣାଇବା ସହ
ଆଗାମୀ ଦିନରେ ଚାଷୀଙ୍କ ସାମୁହିକ ସେବା ଯୋଗାଇବା ପାଇଁ ପ୍ରତିଶ୍ରୁତି ବଦ୍ଧ ବୋଲି କହିଥିଲେ । ଚାଷୀଙ୍କ ମୌଳିକ ଅଧିକାରକୁ ଗୁରୁତ୍ବ ଦେବା ସହ ଚାଷୀ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନହୁଏ ସେଥିପ୍ରତି ପ୍ରାଥମିକତା ଦେବି ବୋଲି କହିଥିଲେ । ସୂଚନା ଥାଉ କି ଡାବୁଗାଁ ଲ୍ୟାମ୍ପର ଶାଖା ପରିଚାଳକଙ୍କ କାର୍ଯ୍ୟକାଳ ଗତ ମାର୍ଚ୍ଚ ମାସ ୩୧ ରେ ସମାପ୍ତ ହୋଇଥିବା ବେଳେ ଏହି ପଦବୀ ଖାଲି ପଡିଥିଲା । ଆଗାମୀ ଦିନରେ ଅବସର ନେଇଥିବା ଲ୍ୟାମ୍ପ ଶାଖା ପରିଚାଳକ ଆର ଶଙ୍କର ରାଓଙ୍କ ଠାରୁ ହରିବନ୍ଧୁ ମିର୍ଗାନ ନୂତନ ଲ୍ୟାମ୍ପ ଶାଖା ପରିଚାଳକ ଦାୟିତ୍ବ ଗ୍ରହଣ କରିବେ । ଅନ୍ୟ ମାନଙ୍କ ମଧ୍ୟରେ ଲ୍ୟାମ୍ପ ଡାଇରେକ୍ଟର ଜି ସତ୍ୟା ରାଓ, ସତ୍ୟ ରଞ୍ଜନ ପାତ୍ର, ରାଜୁ ଭତରା, ଜଗନ୍ନାଥ ରେଲି ସହ ଅନ୍ୟ ଲ୍ୟାମ୍ପ କର୍ମଚାରୀ ଉପସ୍ଥିତ ଥିଲେ।
(ରିପୋର୍ଟ : ମିହିର ଶଙ୍କର ପାତ୍ର)