-+91-9937148622 |
prerana_bgr@rediffmail.com |
Tuesday 6th June 2023 |
R.N.I. Regd No. ODIODI/2010/46693
Breaking News
18-Dec-2022
ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ ଛାତ୍ର ସାଇ କୌଶିକ ବାଙ୍କା ଆସାମର ମଡର୍ଣ୍ଣ ଇଂଲିସ୍ ସ୍କୁଲ୍ରେ ଆୟୋଜିତ ସିବିଏସ୍ଇ ଫାର୍ ଇଷ୍ଟ୍ ଜୋନ୍ ତାଇକୋଣ୍ଡୋ ପ୍ରତିଯୋଗିତାରେ ୧୭ବର୍ଷରୁ କମ୍ ବର୍ଗରେ ସ୍କୁଲ୍ ତରଫରୁ ଭାଗନେଇ ସ୍ୱର୍ଣ୍ଣପଦକ ହାସଲ କରିବା ସହ ଆସନ୍ତା ଡିସେମ୍ବର ୩୧ତାରିଖରେ ଏଲ୍.ଜି. ଇଂଲିସ୍ ସ୍କୁଲ୍, ଗାଜିୟାବାଦ୍ (ୟୁ.ପି.)ରେ ହେବାକୁ ଥିବା ନେସ୍ନାଲ୍ ତାଇକୋଣ୍ଡୋ ଚମ୍ପିୟାନ୍ସିପ୍ରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ତାଙ୍କ ସହ ଟିମ୍ର ରୋନିତ୍ ତାଣ୍ଡି ଏବଂ ଆକାଂକ୍ଷା ସାହୁ ୧୪ବର୍ଷରୁ କମ୍ ବାଳକ ଓ ବାଳିକା ବର୍ଗରେ କାଂସ୍ୟ ପଦକ ହାସଲ କରିଥିଲେ । ପଦକ ହାସଲ କରିବାର କ୍ରମାନ୍ୱୟକୁ ବଜାୟ ରଖି ବିକାଶ ଏଥିଲେଟିକ୍ ଟିମ୍ ସେଣ୍ଟ୍ ଜେଭିୟର୍, ବିଲାସପୁରରେ ହୋଇଥିବା ସିବିଏସ୍ଇ କ୍ଲଷ୍ଟର-୨ ଏଥିଲେଟିକ୍ ମିଟ୍ରେ ଭାଗନେଇ ନବମ ଶ୍ରେଣୀର ଛାତ୍ର ପୃଥ୍ୱୀରାଜ ଗିରି ୧୭ବର୍ଷରୁ କମ୍ ବାଳକ ବିଭାଗରେ ୨୦୦ମିଟର୍ ଦୌଡ଼ ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିବାବେଳେ ୧୭ବର୍ଷରୁ କମ୍ ବାଳିକା ବିଭାଗରେ ୪ ଙ୍ଘ ୧୦୦ ମିଟର୍ ରିଲେ ରେସ୍ରେ ପ୍ରାଚୀ ମହନ୍ତ, ପ୍ରାଚୀ ଭଗତ, ମାହି ଏବଂ ଆଦ୍ୟାଶା କାଂସ୍ୟ ପଦକ ହାସଲ କରି ସ୍କୁଲ୍ ପାଇଁ ଗୌରବ ଆଣିଛନ୍ତି । ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ବିକାଶ ଗ୍ରୁପ୍ର ଚେୟାର୍ମେନ୍ ଶ୍ରୀ ଡି.ମୂରଲୀ କ୍ରୀଷ୍ଣା ଜାତୀୟ ତାଇକୋଣ୍ଡୋ ପ୍ରତିଯୋଗିତାରେ ସାଇ କୌଶିକ ବାଙ୍କା ଙ୍କ ସଫଳତାର କାମନା କରିଛନ୍ତି ।