-+91-9937148622 |
prerana_bgr@rediffmail.com |
Tuesday 2nd June 2026 |
R.N.I. Regd No. ODIODI/2010/46693
Breaking News
01-Jun-2026
ବଲାଙ୍ଗୀର/ପାଟଣାଗଡ଼(ପ୍ରେରଣା ଖବର): ଜିଲ୍ଲା ଲେଖକ ପରିଷଦ, ବଲାଙ୍ଗୀର ଓ ଅଶୋକ ଚନ୍ଦନ ସ୍ନୃତି ପରିଷଦ ଆନୁକୂଲ୍ୟରେ ପାଟଣାଗଡ଼ ଓମ୍ କଲ୍ୟାଣ ମଣ୍ଡପ ଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ଆଇନଜୀବୀ ଆଶିଷ କୁମାର ଚନ୍ଦନ ସ୍ବାଗତ ଭାଷଣ ଦେଇଥିଲେ ଓ ଲେଖକ ପରିଷଦର ସମ୍ପାଦକ କବି ସୁଶାନ୍ତ ବାଗ ପ୍ରାରମ୍ଭିକ ମାତୃ ବନ୍ଦନା ଗାନ କରିଥିଲେ। ସଂଯୁକ୍ତା ଚନ୍ଦନ ମଂଚ ପରିଚାଳନା କରିଥିଲେ। ଉକ୍ତ ସଭାର ପ୍ରଥମ ଅଧିବେଶନରେ ସଭା ମୂଖ୍ୟ ଭାବରେ ଡଃ. ଜୟକୁମାର ଆଚାର୍ଯ୍ୟ, ମୂଖ୍ୟ ବକ୍ତା ଭାବରେ ଡଃ. ସୁଜିତ୍ କୁମାର ପୃଷେଠ ଙ୍କ ସମେତ ସର୍ବଶ୍ରୀ କବି ଭିକାରି ଚରଣ ମିଶ୍ର, ସ୍ଥପତି ଅନ୍ତର୍ଯ୍ୟାମୀ ମେହେର, କବି ଭାଗିରଥି ମିଶ୍ର ଓ ମୂଖ୍ୟ ଟ୍ରଷ୍ଟି ଅନୂପ କୁମାର ଚନ୍ଦନ ମଞ୍ଚାସୀନ ହୋଇ ସ୍ବର୍ଗତ ସାହିତ୍ୟିକ ଅଶୋକଙ୍କୁ ଭାବବିହ୍ବଳ ହୋଇ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଦ୍ଵିତୀୟ ଅଧିବେଶନରେ ଶିକ୍ଷାବିତ୍ ସନାତନ ଠାକୁରଙ୍କ ସଭାପତିତ୍ବରେ ଅନୁଷ୍ଠିତ ରଂଗାରଂଗ କବିତା ଆସରରେ ନାରାୟଣ ମିଶ୍ର, ଦିଲିପ କୁମାର ପଶାୟତ, ସୁଶ୍ରୀ ସଂଯୁକ୍ତା ପରିଛା, ଶିବ ପ୍ରସାଦ ସା ଓ ଅର୍ଜୁନ କୁମାର ସାହୁଙ୍କ ସହିତ କବି ସୁଶାନ୍ତ ବାଗ ମଞ୍ଚାସୀନ ଥିଲେ। ସୁନାମଧନ୍ୟ ଚିତ୍ରଶିଳ୍ପୀ ଲିନା ମେହେରଙ୍କ ତତ୍ବାବଧାନରେ ହୋଇଥିବା ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମାନପତ୍ର ସହିତ ଆର୍ଥିକ ଅନୁଦାନ ମଧ୍ୟ ଦିଆଯାଇଥିଲା। ସମଗ୍ର କାର୍ଯ୍ୟକ୍ରମରେ କବି ନିସାର ଅହମ୍ମଦ(ମଣ୍ଟୁ) ବାଦ୍ୟଯନ୍ତ୍ର ରେ ସହଭାଗିତା କରି କାର୍ଯ୍ୟକ୍ରମକୁ ସରସ ଓ ମନଲୋଭା କରି ଧରି ତୋଳିଥିଲେ। ଶେଷରେ ଉଦ୍ୟୋକ୍ତା ଆଶିଷ କୁମାର ଚନ୍ଦନ ଧନ୍ୟବାଦ ଦେଇ ଥିଲେ। ସମାରୋହରେ ପ୍ରାୟ ପଚାଶ ସରିକି କବି କବିତା ପାଠ କରିଥିବାବେଳେ ପାଖାପାଖି ତିନିଶହରୁ ଉର୍ଦ୍ଧ୍ବ ସାହିତ୍ୟପ୍ରେମୀ ଯୋଗ ଦେଇଥିଲେ।