-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2026
ବିନିକା(ହିମାଂଶୁ ଶେଖର ପୁଟେଲ) ଆସନ୍ତା ୨୩ଅକ୍ଟୋବର ରେ ବୀରମହାରାଜପୁର ବିଧାନ ସଭା କ୍ଷେତ୍ରର ଉଲୁଣ୍ଡା ଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବ।ଏହାକୁ ସଫଳ କରିବା ନେଇ ବିନିକା ବିଜୁ ଜନତା ଦଳ ତରଫରୁ ସ୍ଥାନୀୟ କଂସାରୀପଡ଼ା ସ୍ଥିତ ପୂର୍ଣ୍ଣମାସି କମ୍ୟୁନିଟି ସେଣ୍ଟର ଠାରେ ଏକ ପ୍ରସ୍ତୁତି ବୈଠକ ରବିବାର ଆୟୋଜିତ ହୋଇଥିଲା।ବ୍ଲକ ସଭାପତି ଦ୍ବାରିକାନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିନିକା ଏନଏସି ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଭୋଇ,ନଗର ସଭାପତି ସୋମନାଥ ମିଶ୍ର,ଭୀମସେନ ସାହୁ,କୃଷ୍ଣଚନ୍ଦ୍ର ପଣ୍ଡା,କେଦାର ପଣ୍ଡା,ପୀତବାସ ମେହେର,ସନ୍ତୋଷ ସାହୁ,ସୀତାରାମ ଦାସ,ବସିଷ୍ଟ ଭରାସାଗର,ଦୀନବନ୍ଧୁ ମେହେର ପ୍ରମୁଖଙ୍କ ସମେତ ବହୁ ବିଜେଡି କର୍ମୀ ସାମିଲ ହୋଇ ପଦଯାତ୍ରା ନେଇ ଆଲୋଚନା କରିଥିଲେ ।ଏହି ପଦଯାତ୍ରାରେ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ପଦଯାତ୍ରାରେ ବିନିକା ଅଞ୍ଚଳରୁ ଯେପରି ଅଧିକ କର୍ମୀ ସାମିଲ ହେବେ ସେନେଇ ଉପସ୍ଥିତ କର୍ମୀ ମାନେ ପ୍ରୟାସ କରିବାକୁ ଅଧ୍ୟକ୍ଷ ସୁବାସ ଭୋଇ ଆହ୍ୱାନ ଦେଇଥିଲେ ।