-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
18-Oct-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଚଳିତବର୍ଷ ବ୍ଲକଛକ ଦୁର୍ଗାପୂଜା କମିଟି ପକ୍ଷରୁ ଏଥର ଅନ୍ୟୁନ ୨୭ଲକ୍ଷ ଟଙ୍କା ର ବଜେଟ ଆକଳନ କରାଯାଇଛି। ଆକର୍ଷଣୀୟ ସାଜସଜ୍ଜା ସହ। ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏଥର ବଲିଉଡ୍ ସିଙ୍ଗର ଅରୁନିତା କାଞ୍ଜିଲାଲ୍ ଙ୍କ ପ୍ରୋଗ୍ରାମ ଥିବା ଯୋଗୁଁ ଲକ୍ଷାଧିକ ଦର୍ଶକଙ୍କ ଭିଡ ଜମିବା ଆଶାକରାଯାଉଛି। ୧୮ତାରିଖରେ ପାରାୟଣ ଗାୟୀକା ପ୍ରୀତିନନ୍ଦା ମିଶ୍ର ଓ ସହ ଗାୟୀକା ଶୃତିନନ୍ଦା ମିଶ୍ର ଙ୍କ ଦ୍ଵାରା ସୁନ୍ଦରାଷକାଣ୍ଡ ପରିବେଷଣ ହେବାକୁଥିବାବେଳେ ୧୯ତାରିଖରେ ପଦ୍ମମାଧବ ଭଜନ ସଂଧ୍ୟା ଓ ବଡିବିଲ୍ଡିଂ ପ୍ରତିଯୋଗିତା ମିଷ୍ଟର ସୁବର୍ଣ୍ଣପୁର ଅନୁଷ୍ଠିତ ହେବ ଯେଉଁ ଥିରେକି ମିଷ୍ଟର ଏସିଆ ଅମିତ ଭୂୟାଁ ଉପସ୍ଥିତ ରହିବେ। ସେହିପରି ୨୦ତାରିଖରେ ସମ୍ବଲପୁରୀ ଅର୍କେଷ୍ଟ୍ରା ସୁର୍ ମେଲୋଡି ୨୧ତାରିଖରେ ବହୁ ପ୍ରତିକ୍ଷିତ ରାବଣପୋଡି ମହୋତ୍ସବ ଅନୁଷ୍ଠିତ ହେବ ଚଳିତ ବର୍ଷ ରାବଣ ଭୂମିକାରେ ନାଟ୍ୟଶ୍ରୀ ଦେବରାଜ ଛତ୍ରୀଆ ଙ୍କ ଦମଦାର୍ ରାବଣ ଦରବାର ପରିବେଷଣ ହେବ। ୨୨ତାରିଖରେ ଇଣ୍ଡିଏଲ୍ ଆଇଡଲ୍ ଅରୁନିତା କାଞ୍ଜିଲାଲ୍ ଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ଓଡିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଥିବା ନିତିଶ କୁମାର ବାରିକ ଓ ଶିତଲ କୁଶଳ ଓ କଳା, ସଂସ୍କୃତି, ସାହିତ୍ୟ ଓ କ୍ରୀଡାରେ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କୁ ସଂବର୍ଦ୍ଧିତ କରାଯିବ। ବିଶେଷ କରି ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଣ୍ଡକିଟାଲ୍ ର ପର୍ବତାରୋହୀ ସୋନାଲି ଭୋଇ ଙ୍କ ସଫଳତା ଯୋଗୁଁ ସେ ଏବେ ସର୍ବ ଭାରତୀୟ ପର୍ବତାରୋହୀ ଙ୍କ ମଧ୍ୟରେ ଏକ ଚର୍ଚ୍ଚିତ ଚେହେରା ଭାବରେ ଏବେ ସୁବର୍ଣ୍ଣପୁର ଜିଲ୍ଲାର ଗୈ। ରବ ବୃଦ୍ଧି କରିଥିବା ଯୋଗୁଁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବା କାର୍ଯ୍ୟକ୍ରମ ରହିଛି।
ଆଜିର ଏହି ଖବରଦାତା ସମ୍ମିଳନୀ ରେ ସଭାପତି ଅରବିନ୍ଦ ବାରିକ, ସଂପାଦକ ନିଶାନ୍ତ କୁମାର ମହାନ୍ତି, କୋଷାଧ୍ୟକ୍ଷ ଦିଲ୍ଲୀପ ପାତ୍ର , ମିଡିଆ ସଂଯୋଜକ ସ୍ଵାଧୀନ ମେହେର, ଶରତ ମହାପାତ୍ର,ଅମିୟ ରଞ୍ଜନ ଦାଶ, ଜ୍ୟୋତିର୍ମୟ ମିଶ୍ର, ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।