-+91-9937148622 |
prerana_bgr@rediffmail.com |
Thursday 25th April 2024 |
R.N.I. Regd No. ODIODI/2010/46693
Breaking News
07-Dec-2021
ସୋନପୁର/ବୌଦ୍ଧ(ମନୋରଞ୍ଜନ ତ୍ରିପାଠୀ): ବୌଦ୍ଧ ଜିଲ୍ଲା ବାଉଁଶୁଣି ବଉଦିଆପଡ଼ାର ଚିତ୍ରଶିଳ୍ପୀ ପରମେଶ୍ବର ମେହେର ଜଣେ ଭଲ ଚିତ୍ରଶିଳ୍ପୀ ଭାବରେ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ ପୁରସ୍କୃତ ହୋଇଛନ୍ତି । ଯେହେତୁ ସେ ବୌଦ୍ଧ ଜିଲ୍ଲାର ବାସିନ୍ଦା ଜିଲ୍ଲାପାଳଙ୍କୁ ଉତ୍ସାହିତ କରିବା ପାଇଁ ଏକ ଫଟୋ ଆଙ୍କିଥିଲେ । ସେ ବର୍ତମାନ ଭୁବନେଶ୍ୱର ସ୍ଥିତ ଆଶ୍ରମ ସ୍କୁଲ ରେ ଆର୍ଟ ଶିକ୍ଷକ ଭାବରେ ଅଛନ୍ତି । ତାଙ୍କ ଅନୁପସ୍ଥତି ହେତୁ ଚିତ୍ରଶିଳ୍ପୀ ଶ୍ରୀ ମେହେରଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ କାକା ଦେବରାଜ ମେହେର ଏବଂ ତାଙ୍କ ଭାଇ ସୁମନ୍ତ ମେହେର ଆସି ଜିଲ୍ଲାପାଳଙ୍କୁ ଭେଟି ଫଟୋ ଟିକୁ ପ୍ରଦାନ କରିଥିଲେ l ଶ୍ରୀ ମେହେରଙ୍କ ନିଖୁଣ ଚିତ୍ରକଳାକୁ ଜିଲ୍ଲାପାଳ ଶ୍ରୀ ଲଲାଟେନ୍ଦୁ ମିଶ୍ର ଭୂରି ଭୂରି ପ୍ରଶଂସା କରିବା ସହିତ ଖୁସି ଅନୁଭବ କରିଥିଲେ ।