-+91-9937148622 |
prerana_bgr@rediffmail.com |
Tuesday 16th August 2022 |
R.N.I. Regd No. ODIODI/2010/46693
Breaking News
07-Dec-2021
ବଲାଙ୍ଗୀର(ପ୍ରେରଣା ଖବର ବ୍ୟୁରୋ) :ବଲାଙ୍ଗୀର ଜିଲ୍ଲାରେ ଥିବା ୧୪ ଗୋଟି ବି ଇ ଓ ଅଫିସ ରୁ ୧୧ ଗୋଟି ବି ଇ ଓ ଅଫିସ ରେ କନିଷ୍ଠ ସହାୟକ ପଦବୀ ଖାଲିଅଛି । ପାଟଣାଗଡ଼ ବି ଇ ଓ ଅଫିସ ରେ କନିଷ୍ଠ ଏବଂ ବରିଷ୍ଠ ସହାୟକ ପଦବୀ ଖାଲି ପଡ଼ିଛି । ସେହିଭଳି ଟିଟିଲାଗଡ ବି ଇ ଓ ଅଫିସ ର ହେଡକ୍ଲାର୍କ ଙ୍କ ମୃତ୍ୟୁ ପରେ ପ୍ରାୟ ଏକ ବର୍ଷ ହେବ ଏହି ପଦବୀ ଖାଲିଅଛି । ବର୍ଷ ସରିବାକୁ ଆଉ କିଛି ଦିନ ବାକି ଥିବା ବେଳେ ଜିଲ୍ଲା ଶିକ୍ଷଧିକାରୀ ଙ୍କୁ ସମୟ ମିଳୁନଥିବାରୁ ବଦଳି ପାଇଁ ଜିଲ୍ଲାପାଳ ଙ୍କ ପାଖକୁ ଟ୍ରାନଷ୍ଫର୍ ଫାଇଲ ଏପ୍ରୁଭାଲ ପାଇଁ ପଠାଉ ନାହାନ୍ତି ତଥା ପଦୋନ୍ନତି ପାଇଁ ଜିଲ୍ଲା ସ୍ତରୀୟ ପଦୋନ୍ନତି ( ଡି ଏଲ୍ ପି ସି ) କମିଟି ବସାଉ ନାହାନ୍ତି । ଯଦ୍ୱାରା ପଦୋନ୍ନତି ତଥା ବଦଳି ତାଲିକା ରେ ଥିବା ଆଶାୟୀ କର୍ମଚାରୀ ମାନେ ପଦୋନ୍ନତି ତଥା ବଦଳି ନ ହୋଇ ନିରାଶ ହେଉଛନ୍ତି । ପ୍ରତିବର୍ଷ ଏହି ପଦୋନ୍ନତି ଏବଂ ବଦଳି ପ୍ରକ୍ରିୟା ଠିକ୍ ସମୟ ମଧ୍ୟରେ ହେଉଥିବା ବେଳେ ଚଳିତ ବର୍ଷ ଏହା ହେବ କି ନାହିଁ ଏକ ପ୍ରଶ୍ନବାଚୀ । ଜିଲ୍ଲା ଶିକ୍ଷାଧିକାରୀ ବର୍ତ୍ତମାନ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ମାନେ କିଭଳି ପ୍ରମୋସନ୍ ପାଇବେ ସେଥିପାଇଁ ଗ୍ରେଡେଶନ ତାଲିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଥିବା ଜାଣିବାକୁ ମିଳିଛି । ତେବେ କନିଷ୍ଠ ଏବଂ ବରିଷ୍ଠ ସହାୟକ ମାନଙ୍କ ପଦୋନ୍ନତି ଏବଂ ବଦଳି କରିବା ମଧ୍ୟ ଜିଲ୍ଲା ଶିକ୍ଷାଧିକାରୀ ଙ୍କ କର୍ତ୍ତବ୍ୟ । ଯଦି କନିଷ୍ଠ ଏବଂ ବରିଷ୍ଠ ସହାୟକ ମାନଙ୍କ ପଦୋନ୍ନତି ଏବଂ ବଦଳି ପ୍ରକ୍ରିୟା ଠିକ୍ ସମୟରେ ନ ହୁଏ ତେବେ ଅନେକ ବି ଇ ଓ ଅଫିସ ପ୍ରାୟ ଅଚଳାବସ୍ଥା ହେବାର ସମ୍ଭାବନା କୁ ଏଡାଇ ଦିଆଯାଇନପାରେ ।