-+91-9937148622 |

prerana_bgr@rediffmail.com |

  Sunday 8th November 2026 |

| | | |

R.N.I. Regd No. ODIODI/2010/46693

Breaking News

ପୁରୀ ରୁ ନୂଆପଡା ଆସୁଥିବା ଜଗନ୍ନାଥ୍ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା, ଟ୍ରକ୍ ଉପରେ ଲଟକି ରହିଲେ ଡ୍ରାଇଭର    (08-Nov-2026)       ||      ଆଦିବାସୀଙ୍କ ଉପରେ ତଥାକଥିତ ଗୋରକ୍ଷକଙ୍କ ମରଣାନ୍ତକ ଆକ୍ରମଣକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ତୀବ୍ର ନିନ୍ଦା♦️ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ପୀଡ଼ିତଙ୍କୁ ଉନ୍ନତ ଚିକିତ୍ସା, ସୁରକ୍ଷା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି   (08-Nov-2026)       ||      ମୁରିବାହାଲ ବ୍ଲକ ଦେଶିଲ ଖେଳ ପଡିଆରେ ମା ବସ୍ତ୍ରେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜିତିଲା ମାଲିଝେର ଟିମ୍   (08-Nov-2026)       ||      ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ   (07-Nov-2026)       ||      ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ   (07-Nov-2026)       ||      ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ   (07-Nov-2026)       ||      ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ   (07-Nov-2026)       ||      ଆଶ୍ରାର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହ ଦୀପାବଳି ପାଳନ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ   (07-Nov-2026)       ||      ସରକାରୀ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧରେ ବିଜ୍ଞାନ ମେଳା   (07-Nov-2026)       ||      ଆୟୁର୍ବେଦିକ କଲେଜରେ ହର୍ବାଲ ଗାର୍ଡେନ ଓ ଖେଳ ପଡିଆ ନିର୍ମାଣ ଉପରେ ଆଲୋଚନା♦️ ପ୍ରତିଷ୍ଠାତା ସଭ୍ୟମାନଙ୍କ ପ୍ରତିମୁର୍ତ୍ତି ସ୍ଥାପନକୁ ନେଇ ହେଲା ନିଷ୍ପତ୍ତି   (07-Nov-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ*   (07-Nov-2026)       ||      *ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଛି ମଦ ବିନ୍ଦ ଆନ୍ଦଳନ*   (07-Nov-2026)       ||      ମଣ୍ଡଳ ଗାଁ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଶୁଭାରମ୍ଭ    (07-Nov-2026)       ||      ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କ ସମ୍ପତ୍ତି ଠାବ♦️ ୨ଟି କୋଠା, ୧୧ଟି ମୂଲ୍ୟବାନ ପ୍ଲଟ୍, ୨୬୩ ଗ୍ରାମ ସୁନା, ୨.୫ କେଜି ରୁପା ଓ ୫.୧୬ ଲକ୍ଷ ଟଙ୍କା ଜବତ   (07-Nov-2026)       ||      ଗୋଦାବରୀଶ ମିଶ୍ର  ଆଦର୍ଶ ପ୍ରାଥମିକ  ବିଦ୍ୟାଲୟ ର ଭିତ୍ତି ପ୍ରସ୍ତର ସ୍ଥାପନ                                                            (07-Nov-2026)       ||      ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ   (07-Nov-2026)       ||      ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ ଅତିଥି ପ୍ରଶିକ୍ଷକଙ୍କ ଦରମା ନିୟମିତ କରିବାକୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ, ଚଢ଼ାଉ ବେଳେ ୫.୧୬ ଲକ୍ଷ ଟଙ୍କା ଜବତ   (06-Nov-2026)       ||      ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଘୋଷଣା ପାଇଁ ପଦକ୍ଷେପ, ନିଶା କବଳରୁ ଯୁବପିଢ଼ିଙ୍କୁ ସୁରକ୍ଷା ଓ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ   (06-Nov-2026)       ||      ଓଡ଼ିଶାରେ ଆୟୋଜିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬   (06-Nov-2026)       ||      ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   (06-Nov-2026)       ||     

HOME   ରାଜ୍ୟ

ଜନ୍ମଦିନରେ ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହେଲେ ଓଟିଡିସି ଅଧ୍ୟକ୍ଷା

17-Apr-2021



ବଲାଙ୍ଗିର, କଟକ (ପ୍ରେରଣା ଖବର) ବିଜେଡି ନେତ୍ରୀ ତଥା ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଆଜି ନିଆରା ଢଙ୍ଗରେ ନିଜର ଜନ୍ମଦିନ ପାଳନ କରିଛନ୍ତି। ସେ ଆଜି କଟକସ୍ଥିତ ‘ସମାଜ’ କାର୍ଯ୍ୟାଳୟକୁ ଯାଇ ସେଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶରୀର ଓ ଅଙ୍ଗଦାନ ଅଭିଯାନରେ ସାମିଲ ହୋଇଛନ୍ତି।

ଶ୍ରୀମତୀ ମିଶ୍ର ଆଜି ସମାଜ କାର୍ଯ୍ୟାଳୟ ପରିସରରେ ଥିବା ‘ଶରୀର ଓ ଅଙ୍ଗଦାନ ଅଭିଯାନ’ ସଭାପତି ତଥା ଲୋକସେବକ ମଣ୍ଡଳର ସମ୍ପାଦକ ଡଃ ପ୍ରଭାସ ଆଚାର୍ଯ୍ୟ ଓ ଅନୁଷ୍ଠାନର ଅନ୍ୟ କର୍ମକର୍ତ୍ତାଙ୍କୁ ଭେଟି ମୃତ୍ୟୁ ପରେ ତାଙ୍କର ଶରୀରକୁ ଅନ୍ୟକୁ ଦାନ କରିବା ନିମନ୍ତେ ଆନୁଷ୍ଠାନିକ ଚୁକ୍ତିବଦ୍ଧ  ଓ ସତ୍ୟପାଠ କରିଛନ୍ତି।  ଶ୍ରୀମତୀ ମିଶ୍ର ଅଙ୍ଗଦାନ ପାଇଁ ଅଙ୍ଗୀକାରବଦ୍ଧ ହେବାପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ସଚେତନତାର ଅଭାବ ହେଉ କି ଅନ୍ଧବିଶ୍ୱାସ ଯୋଗୁ ଭାରତରେ ସେଭଳି ଆଖିଦୃଶିଆ ଅଙ୍ଗଦାନ ହୋଇପାରିନାହିଁ। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ ପ୍ରତିବର୍ଷ ପ୍ରାୟ ୫ଲକ୍ଷ ଲୋକଙ୍କର ଶରୀରର ବିଭିନ୍ନ ଅଙ୍ଗ ଅକାମୀ ହୋଇଯାଉଥିବାରୁ ସେମାନଙ୍କର ମୃତ୍ୟୁ ହେଉଛି। ତେଣୁ ଅଙ୍ଗଦାନ କରି ଯଦି ଏଭଳି ଲୋକଙ୍କ ମୁହଁରେ ଓ ସେମାନଙ୍କର ପରିବାର ମୁହଁରେ ଟିକେ ହସ ଫୁଟାଇ ପାରିବା, ତା’ହେଲେ ଏହାଠାରୁ ବଡ଼ ମହତ କାମ ଓ ଆତ୍ମସନ୍ତୋଷ ଆଉ କିଛି ହୋଇନପାରେ। ଅଙ୍ଗଦାନ ସବୁଠୁ ମହତ ଦାନ। ମୃତ୍ୟୁପରେ ସ୍ୱେଚ୍ଛାକୃତ ଅଙ୍ଗଦାନକୁ ପ୍ରୋତ୍ସାହିତ କରାଗଲେ ଅନେକ ମୂଲ୍ୟବାନ ଜୀବନ ବଂଚାଇ ହେବ। ନିକଟରେ ଦିଲ୍ଲୀରେ ମାତ୍ର ୨୦ମାସର ଶିଶୁ ବ୍ରେନ୍ ଡେଡ୍ ଅବସ୍ଥାରେ ନିଜର ଅଙ୍ଗଦାନ କରି ୫ଜଣଙ୍କ ଜୀବନକୁ ବଂଚାଇ ପାରିଛି। ତେଣୁ ମୃତ୍ୟୁ ପରେ ମୋ’ର ଶରୀର ଅନ୍ୟ କାହାରି ଜୀବନ ବଂଚାଇବା ସହ ଚିକିତ୍ସା ବିଜ୍ଞାନ ଗବେଷଣା ପାଇଁ ଉପଯୋଗ ହେଉ ବୋଲି ଆଶା ରଖି ଅଙ୍ଗଦାନ ନିମନ୍ତେ ଚୁକ୍ତିବଦ୍ଧ ହୋଇଛି। ମୃତ୍ୟୁ ପରେ ଯଦି ଆମର ଶରୀର ଅନ୍ୟର କାମରେ ଆସିପାରୁଛି ଓ ଅନ୍ୟମାନଙ୍କ ଜୀବନ ବଂଚାଇବାରେ ସହାୟକ ହେଇପାରୁଛି, ତା’ହେଲେ ଏଥିପ୍ରତି ସମସ୍ତେ ଆଗେଇ ଆସିବା ଉଚିତ୍ ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ମିଶ୍ର ଅଙ୍ଗଦାନ ପାଇଁ ଚୁକ୍ତିବଦ୍ଧ ହୋଇଥିବାବେଳେ ‘ଶରୀର ଓ ଅଙ୍ଗଦାନ ଅଭିଯାନ’ କାର୍ଯ୍ୟାଳୟ ପରିସରରେ ‘ଦୈନିକ ସମାଜ’ର ପ୍ରିଣ୍ଟର ଓ ପବ୍ଲିସର ନିରଞ୍ଜନ ରଥ ଏବଂ କାର୍ଯ୍ୟକାରୀ ଜେନେରାଲ ମ୍ୟାନେଜର ପ୍ରିୟବ୍ରତ ମହାନ୍ତି, ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଆଶୀଷ ମିଶ୍ର, ଯୁବ ବିଜେଡି ରାଜ୍ୟ ସମ୍ପାଦକ ଅପର୍ଣ୍ଣା ଦାସ, ଛାତ୍ର ବିଜେଡି ସମ୍ପାଦିକା ପ୍ରୀତି ପ୍ରିୟଙ୍କା ଓ ଲକ୍ଷ୍ମୀପ୍ରିୟା ଦୀକ୍ଷିତ, ଛାତ୍ର ବିଜେଡି ଯୁଗ୍ମ ସମ୍ପାଦିକା ସୁପ୍ରୀତି ଶର୍ମା, ପୂର୍ଣ୍ଣିମା ବେହେରା ଓ ସୋନାଲି ସାହୁଙ୍କ ସମେତ କଟକ ପାନ୍ଥନିବାସର ମ୍ୟାନେଜର ତାରିକ୍ ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପୁରୀ ରୁ ନୂଆପଡା ଆସୁଥିବା ଜଗନ୍ନାଥ୍ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା, ଟ୍ରକ୍ ଉପରେ ଲଟକି ରହିଲେ ଡ୍ରାଇଭର    08-Nov-2026
  ଜିଲ୍ଲା  
ଆଦିବାସୀଙ୍କ ଉପରେ ତଥାକଥିତ ଗୋରକ୍ଷକଙ୍କ ମରଣାନ୍ତକ ଆକ୍ରମଣକୁ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ତୀବ୍ର ନିନ୍ଦା♦️ ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ, ପୀଡ଼ିତଙ୍କୁ ଉନ୍ନତ ଚିକିତ୍ସା, ସୁରକ୍ଷା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି   08-Nov-2026
  ଜିଲ୍ଲା  
ମୁରିବାହାଲ ବ୍ଲକ ଦେଶିଲ ଖେଳ ପଡିଆରେ ମା ବସ୍ତ୍ରେନ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ଜିତିଲା ମାଲିଝେର ଟିମ୍   08-Nov-2026
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ   07-Nov-2026
  ଜିଲ୍ଲା  
ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ   07-Nov-2026
  ଜିଲ୍ଲା  
ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ   07-Nov-2026
  ଜିଲ୍ଲା  
ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ   07-Nov-2026
  ଜିଲ୍ଲା  
ଆଶ୍ରାର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହ ଦୀପାବଳି ପାଳନ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ   07-Nov-2026
  ଜିଲ୍ଲା  
ସରକାରୀ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧରେ ବିଜ୍ଞାନ ମେଳା   07-Nov-2026
  ଜିଲ୍ଲା  
ଆୟୁର୍ବେଦିକ କଲେଜରେ ହର୍ବାଲ ଗାର୍ଡେନ ଓ ଖେଳ ପଡିଆ ନିର୍ମାଣ ଉପରେ ଆଲୋଚନା♦️ ପ୍ରତିଷ୍ଠାତା ସଭ୍ୟମାନଙ୍କ ପ୍ରତିମୁର୍ତ୍ତି ସ୍ଥାପନକୁ ନେଇ ହେଲା ନିଷ୍ପତ୍ତି   07-Nov-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ*   07-Nov-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଛି ମଦ ବିନ୍ଦ ଆନ୍ଦଳନ*   07-Nov-2026

You Might Also Like