-+91-9937148622 |
prerana_bgr@rediffmail.com |
Sunday 16th March 2025 |
R.N.I. Regd No. ODIODI/2010/46693
Breaking News
07-Apr-2021
ବୌଦ୍ଧ(ଶ୍ରୀବନ୍ତ ମେହେର) ରିତାକାନ୍ତି ବଳିୟାରସିଂ ବୌଦ୍ଧର ନୂତନ ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏହା ପୂର୍ବରୁ ୨୦୧୦ ମସିହା ଠାରୁ ବଲାଙ୍ଗିର ଜିଲା ପାଟଣଗଡ ଠାରେ ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ରିତାକାନ୍ତି ବଳିୟାରସିଂ ବୌଦ୍ଧର ନୂତନ ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ସାମ୍ବାଦିକ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ସ୍ୱାଗତ କରିଥିଲେ । ଏଠାରେ ଉଳ୍ଲେଖଯୋଗ୍ୟ ଯେ ଦିର୍ଘବର୍ଷ ହେଲା ବୌଦ୍ଧ ଜିଲାର ସୂଚନା ଓ ଲୋକସଂପର୍କ ଅଧିକାରୀ ପଦବୀ ଖାଲି ରହିଥିଲା ଫଳରେ ସାମ୍ବାଦିକମାନେ ସରକାରୀ ସୂଚନା ପାଇବାରେ ଅନେକ ସମସ୍ୟାର ସମ୍ମୁଖିନ ହେଉଥିଲେ ।