-+91-9937148622 |
prerana_bgr@rediffmail.com |
Sunday 29th November 2026 |
R.N.I. Regd No. ODIODI/2010/46693
Breaking News
29-Nov-2026
ବଲାଙ୍ଗୀର(ପ୍ରେରଣା ଖବର): ଅଖିଳ ଭାରତୀୟ ଗ୍ରାହକ ପଞ୍ଚାଯତ ବଲାଙ୍ଗିର ଶାଖାର ପରିଚୟ ବର୍ଗ ସ୍ଥାନିୟ ଦୈନିକ ବଜାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ବାଟିକା ଶାଖା ରେ ଜିଲା ସଭପତି ଗୋପବନ୍ଧୁ ସତପଥୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ସଂସ୍ଥାର ଭଉଣୀ କସ୍ତୁରୀ ରଥ ସ୍ୱାଗତ ଗୀତ ଗାନ କରିବା ସହିତ ସ୍ୱାମୀ ବିବେକାନନ୍ଦ ଓ ଭାରତ ମାତା ଙ୍କ ପୂଜର୍ଚ୍ଚନା କରିବା ସହିତ ଦୀପ ପ୍ରଜ୍ୱଳନ କରିଥଲେ। ମୁଖ୍ୟ ଅତିଥି ଭାବରେ ଓଡ଼ଶା ପଶ୍ଚିମ ପ୍ରାନ୍ତ ଗ୍ରହକ
ପଞ୍ଚାଯତ ସଭାପଟି କିଶୋର ମୋହନ ମିଶ୍ର ଯୋଗଦେଇ ଗ୍ରହାକ ପଞ୍ଚାଯତ ସଂପର୍କରେ ସୂଚନା ଦେଇ ସଂସ୍ଥାର କାର୍ଯ୍ଯ ପ୍ରଣାଳୀ ସଂପର୍କରେ ବିସ୍ତାର ଭାବରେ କହିଥିଲେ। ସାଧାରଣ ସମ୍ପାଦକ ଉମା ଶଙ୍କର ସାହୁ ସ୍ୱାଗତ ଭାଷଣ ଦେବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଵୈଠକ ରେ ଚଳିତ ବର୍ଷ ଅଗଷ୍ଟ ମାସରେ ନୂତନ ଭାବରେ ସଦସ୍ୟତା ନେଇଥିବା ସଦସ୍ୟ ସଦସ୍ୟା ମାନଙ୍କୁ ସ୍ୱାଗତ କରିବା ସହିତ ପୁରାତନ ସଦସ୍ୟ ମାନଂକ ସହିତ ପରିଚୟ ପ୍ରଦାନ ସହିତ ଗ୍ରାହକ ପଞ୍ଚାଯତ ଦାୟିତ୍ବ ନେଇ କାର୍ଯ୍ଯ କରିବାକୁ ଆଗ୍ରହ ପ୍ରକାଶ କରିଥଲେ। ବୈଠକ ରେ ଆଗାମୀ ବର୍ଷ ପାଇଁ ହେବାକୁ ଥିବା ବିଭିନ୍ନ କାର୍ଯ୍ଯକ୍ରମ ସଂପର୍କରେ ସୂଚନା ସହିତ ସଫଲତା ଦିଗରେ ବିଚାର ବିମର୍ଶ ହୋଇଥିଲା ।