-+91-9937148622 |

prerana_bgr@rediffmail.com |

  Sunday 29th November 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପକ୍ଷରୁ ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ୧୭ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ,ଆୟାଂଶ ମିଶ୍ର ପ୍ରଥମ   (29-Nov-2026)       ||      ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୩୦ତମ ବାର୍ଷିକ କ୍ରୀଡ଼ା -୨୦୨୬   (29-Nov-2026)       ||      *ସହକାରୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ଚାଷୀମାନଙ୍କୁ ଆଳୁ ବିହନ ବଣ୍ଟନ କଲେ ବିଧାୟକ*   (29-Nov-2026)       ||      *ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ନେଇ ଗଠନ ହେଲା ବାବା ପାତାଳେଶ୍ବର ମନ୍ଦିର କମିଟି*   (29-Nov-2026)       ||      ମହଦା ଗ୍ରାମପଞ୍ଚାୟତ ଯାଦବ ସମାଜର ସାଧାରଣ ବୈଠକ ଅନୁଷ୍ଠିତ   (29-Nov-2026)       ||      ଜିଲ୍ଲାରେ ‘ନିଶାମୁକ୍ତ ଯୁବା ବିକଶିତ ଭାରତ ପାଇଁ ସଂକଳ୍ପ ଅଭିଯାନ’ ଶୁଭାରମ୍ଭ ରାଲି ଓ ଶପଥ ପାଠ ମାଧ୍ୟମରେ ଆରମ୍ଭ ହେଲା ୧୦୦ ଦିନିଆ ଅଭିଯାନ   (29-Nov-2026)       ||      ଗୁରୁ ଭଗବାନ ସାହୁଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶ୍ରଦ୍ଧାଞ୍ଜଳି ଷଷ୍ଠ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଆୟୋଜନ ନେଇ ଆଲୋଚନା   (29-Nov-2026)       ||      ଭକ୍ତ ପ୍ରହ୍ଲାଦଙ୍କ ଅଟଳ ଭକ୍ତି ଓ ଭଗବାନ ନୃସିଂହଙ୍କ ଅବତାର କଥା ଶୁଣି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ   (29-Nov-2026)       ||      ତୃତୀୟ ତ୍ରି-ଦିବସୀୟ ଶିକ୍ଷଣ କର୍ମଶାଳା ‘ଉନ୍ମେଷ’ ଉଦ୍‌ଯାପିତ -ମାଟ୍ରିକ୍‌ ପରୀକ୍ଷାରେ A1 ଗ୍ରେଡ୍‌ ଲକ୍ଷ୍ୟ ନେଇ ୨୦୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ   (29-Nov-2026)       ||      ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ୨୦୨୬-୨୭ ନେଇ ସମ୍ବଲପୁରରେ ରାଜନୈତିକ ଦଳ ଙ୍କ ସହିତ ବୈଠକ ଅନୁଷ୍ଠିତ   (28-Nov-2026)       ||      ଗୋପବନ୍ଧୁ ନଗର ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (28-Nov-2026)       ||      GIETରେ ଗୁଣାତ୍ମକ ବୈଷୟିକ ଶିକ୍ଷା, ଗବେଷଣା ଓ ନିଯୁକ୍ତି ଉପରେ ଗୁରୁତ୍ୱ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଦକ୍ଷ ଛାତ୍ରଛାତ୍ରୀ ଗଢ଼ିବା ଲକ୍ଷ୍ୟ   (28-Nov-2026)       ||      ସୋନପୁର ଅସ୍ଥାୟୀ ବସଷ୍ଟାଣ୍ଡ୍‌କୁ ଆଜି ଅଚାନକ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଶ୍ରୀ ଦେବାଶିଷ୍ ସିଂ   (28-Nov-2026)       ||      *ୟୁଥ୍ ରେଡ୍ କ୍ରସ୍ ପକ୍ଷରୁ ମହିଳା ସ୍ଵାସ୍ଥ୍ୟ ସଚେତନତା ଶିବିର*- *ନାରୀ ସୁସ୍ଥ ରହିଲେ ଏକ ସୁସ୍ଥ ସମାଜ ଓ ରାଷ୍ଟ୍ର ଗଠନ ହୋଇ ପାରିବ*- - *ଜିଲ୍ଲାପାଳ*   (28-Nov-2026)       ||      ପାପଡ଼ାହାଣ୍ଡିରେ "କନ୍ୟାରତ୍ନ ଦିବସ ନିଆରା ଢଙ୍ଗ " ରେ ପାଳନ ଓ ଶପଥ ପାଠ ଗ୍ରହଣ   (28-Nov-2026)       ||      *ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶଙ୍କ ୮୫ତମ ଜନ୍ମ ଜୟନ୍ତୀ ପାଳିତ*   (28-Nov-2026)       ||      ଫ୍ୟୁଜନ୍ ଶକ୍ତି ବିଶ୍ୱକୁ ପ୍ରାକୃତିକ ବିପର୍ଯ୍ୟୟରୁ ରକ୍ଷା କରିବ: ପ୍ରଫେସର ଡେଭିଡ୍ ଗ୍ୟାନ୍ ୟୁକେ ଫ୍ୟୁଜନ୍ ଏନର୍ଜି ଲିମିଟେଡ୍‌ର ଅଧ୍ୟକ୍ଷ ତଥା ସ୍ୱଚ୍ଛ ଶକ୍ତି ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଜଣେ ବିଶ୍ୱସ୍ତରୀୟ ଅଗ୍ରଦୂତ   (28-Nov-2026)       ||      ଦୁର୍ଗାପାଲି ଠାରେ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ   (28-Nov-2026)       ||      ଟିଟିଲାଗଡ ଡିଏଭି ପବ୍ଲିକ ସ୍କୁଲ ପରିସରରେ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ    (28-Nov-2026)       ||      ସିନାପାଲି କୁସୁମଜୋର ଗ୍ରାମ ପଞ୍ଚାୟତରେ ‘ନୂଆପଡ଼ା ଉନ୍ମେଷ’ କାର୍ଯ୍ୟକ୍ରମ : ଶ୍ରମ ବିଭାଗ ପକ୍ଷରୁ ହିତାଧିକାରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ   (28-Nov-2026)       ||     

HOME   ଜିଲ୍ଲା

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପକ୍ଷରୁ ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ୧୭ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ,ଆୟାଂଶ ମିଶ୍ର ପ୍ରଥମ

29-Nov-2026



 

 

ସମ୍ବଲପୁର-(ସଂଜୀବ ପାଣିଗ୍ରାହୀ ): ସଂସ୍କୃତ ଭାଷା, ଭାରତୀୟ ଆଧ୍ୟାତ୍ମିକ ଚେତନା ଓ ନୈତିକ ମୂଲ୍ୟବୋଧର ପ୍ରଚାରପ୍ରସାର ଉଦ୍ଦେଶ୍ୟରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ତଥା ଡଃ ସରିତା ମାଝୀ ସ୍ମୃତି କମିଟି ପକ୍ଷରୁ ରବିବାର ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ସମ୍ବଲପୁର ଜିଲ୍ଲାର ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ସ୍ତରର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ଭଗବଦ୍‌ଗୀତାର ପଞ୍ଚଦଶ ଅଧ୍ୟାୟ ‘ପୁରୁଷୋତ୍ତମ ଯୋଗ’ର ଶ୍ଳୋକ ଆବୃତ୍ତି କରାଯାଇଥିଲା। ଜିଲ୍ଲାର ୧୭ଟି ହାଇସ୍କୁଲ ଓ ମହାବିଦ୍ୟାଳୟରୁ ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରି ଶାନ୍ତ ଓ ଆଧ୍ୟାତ୍ମିକ ପରିବେଶରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଏହି ଅବସରରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀର ଅଧ୍ୟକ୍ଷ ପ୍ରଫେସର ଆଦିତ୍ୟ ପ୍ରସାଦ ପାଢ଼ୀ ମୁଖ୍ୟ ଅତିଥି, ରଘୁନାଥ ମିଶ୍ର ସମ୍ମାନିତ ଅତିଥି ଏବଂ ଇଂ. ବିଭୂତି ନାରାୟଣ ମାଝୀ ଭାବେ ମଞ୍ଚାସୀନ ଥିଲେ। ରାହାସବିହାରୀ ପଣ୍ଡା, ଶ୍ରୀମତୀ ରଞ୍ଜିତା ରାଣୀ ହୋତା ଓ ଶ୍ରୀମତୀ ଚନ୍ଦ୍ରପ୍ରଭା କର ବିଚାରକ ଭାବେ ଯୋଗଦେଇ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନର ମୂଲ୍ୟାୟନ କରିଥିଲେ।

 

ପ୍ରତିଯୋଗିତାରେ ସରସ୍ୱତୀ ଶିଶୁ ମନ୍ଦିର, ଧନୁପାଲିର ଆୟାଂଶ ମିଶ୍ର ପ୍ରଥମ, ଲେଡି ଲୁଇସ୍ ବାଳିକା ବିଦ୍ୟାଳୟର ଅଙ୍କିତା ସାହୁ ଦ୍ୱିତୀୟ ଏବଂ ଯୁଯୁମୁରା ସରକାରୀ ବିଦ୍ୟାଳୟର କୁମୁଦିନୀ ବିଶ୍ୱାଳ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସେମାନଙ୍କୁ ଯଥାକ୍ରମେ ୪ ହଜାର, ୩ ହଜାର ଓ ୨ ହଜାର ଟଙ୍କାର ନଗଦ ପୁରସ୍କାର ସହ ଡଃ ସରିତା ମାଝୀ ସ୍ମାରକୀ ଟ୍ରଫି ଓ ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ସେହିପରି ଆଭାସ ଧର ଓ ଅର୍ଣ୍ଣବ ଗୁପ୍ତାଙ୍କୁ ପ୍ରତ୍ୟେକ ଏକ ହଜାର ଟଙ୍କା ଲେଖାଏଁ ସାନ୍ତ୍ୱନାମୂଳକ ପୁରସ୍କାର ଦିଆଯାଇଥିଲା। ଅନ୍ୟ ସମସ୍ତ ଅଂଶଗ୍ରହଣକାରୀଙ୍କୁ ମଧ୍ୟ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ଲାଇବ୍ରେରୀର ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର କୁମାର ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିବାବେଳେ ସଭ୍ୟ ଅଶୋକ ମିଶ୍ର ଓ ଶିବଶଙ୍କର ଷଡ଼ଙ୍ଗୀ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବହୁ ବୁଦ୍ଧିଜୀବୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ, ଅଭିଭାବକ ଓ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।ସ୍ୱର୍ଗତା ଡଃ ସରିତା ମାଝୀ ଜଣେ ସଂସ୍କୃତ ବିଦୁଷୀ ଥିଲେ। ତାଙ୍କର ସ୍ମୃତିକୁ ଅମର କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗୀତା ଅଧ୍ୟୟନ ଓ ସଂସ୍କୃତ ଶ୍ଳୋକ ପ୍ରତି ଆଗ୍ରହ ସୃଷ୍ଟି କରିବା ଲକ୍ଷ୍ୟରେ ତାଙ୍କ ସ୍ୱାମୀ ଇଂ. ବିଭୂତି ନାରାୟଣ ମାଝୀ ଗତ ତିନିବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜନ କରିଆସୁଛନ୍ତି। ଶେଷରେ ଧନ୍ୟବାଦ ଅର୍ପଣ ପରେ ମଧ୍ୟାହ୍ନ ଭୋଜନ ସହ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ପକ୍ଷରୁ ଭଗବଦ୍‌ଗୀତା ଶ୍ଳୋକ ଆବୃତ୍ତି ପ୍ରତିଯୋଗିତା ୧୭ଟି ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ,ଆୟାଂଶ ମିଶ୍ର ପ୍ରଥମ   29-Nov-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ୩୦ତମ ବାର୍ଷିକ କ୍ରୀଡ଼ା -୨୦୨୬   29-Nov-2026
  ଜିଲ୍ଲା  
*ସହକାରୀ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ପରିସରରେ ଚାଷୀମାନଙ୍କୁ ଆଳୁ ବିହନ ବଣ୍ଟନ କଲେ ବିଧାୟକ*   29-Nov-2026
  ଜିଲ୍ଲା  
*ଅଭିଜ୍ଞତା ସମ୍ପନ୍ନ ବ୍ୟକ୍ତି ମାନଙ୍କୁ ନେଇ ଗଠନ ହେଲା ବାବା ପାତାଳେଶ୍ବର ମନ୍ଦିର କମିଟି*   29-Nov-2026
  ଜିଲ୍ଲା  
ମହଦା ଗ୍ରାମପଞ୍ଚାୟତ ଯାଦବ ସମାଜର ସାଧାରଣ ବୈଠକ ଅନୁଷ୍ଠିତ   29-Nov-2026
  ଜିଲ୍ଲା  
ଜିଲ୍ଲାରେ ‘ନିଶାମୁକ୍ତ ଯୁବା ବିକଶିତ ଭାରତ ପାଇଁ ସଂକଳ୍ପ ଅଭିଯାନ’ ଶୁଭାରମ୍ଭ ରାଲି ଓ ଶପଥ ପାଠ ମାଧ୍ୟମରେ ଆରମ୍ଭ ହେଲା ୧୦୦ ଦିନିଆ ଅଭିଯାନ   29-Nov-2026
  ଜିଲ୍ଲା  
ଗୁରୁ ଭଗବାନ ସାହୁଙ୍କୁ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଶ୍ରଦ୍ଧାଞ୍ଜଳି ଷଷ୍ଠ ଜାତୀୟ ସମ୍ବଲପୁରୀ ସମ୍ମିଳନୀ ଆୟୋଜନ ନେଇ ଆଲୋଚନା   29-Nov-2026
  ଜିଲ୍ଲା  
ଭକ୍ତ ପ୍ରହ୍ଲାଦଙ୍କ ଅଟଳ ଭକ୍ତି ଓ ଭଗବାନ ନୃସିଂହଙ୍କ ଅବତାର କଥା ଶୁଣି ଭାବବିହ୍ୱଳ ହେଲେ ଶ୍ରଦ୍ଧାଳୁ   29-Nov-2026
  ଜିଲ୍ଲା  
ତୃତୀୟ ତ୍ରି-ଦିବସୀୟ ଶିକ୍ଷଣ କର୍ମଶାଳା ‘ଉନ୍ମେଷ’ ଉଦ୍‌ଯାପିତ -ମାଟ୍ରିକ୍‌ ପରୀକ୍ଷାରେ A1 ଗ୍ରେଡ୍‌ ଲକ୍ଷ୍ୟ ନେଇ ୨୦୦ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ   29-Nov-2026
  ଜିଲ୍ଲା  
ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ (SSR) ୨୦୨୬-୨୭ ନେଇ ସମ୍ବଲପୁରରେ ରାଜନୈତିକ ଦଳ ଙ୍କ ସହିତ ବୈଠକ ଅନୁଷ୍ଠିତ   28-Nov-2026
  ଜିଲ୍ଲା  
ଗୋପବନ୍ଧୁ ନଗର ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   28-Nov-2026
  ଜିଲ୍ଲା  
GIETରେ ଗୁଣାତ୍ମକ ବୈଷୟିକ ଶିକ୍ଷା, ଗବେଷଣା ଓ ନିଯୁକ୍ତି ଉପରେ ଗୁରୁତ୍ୱ ଶିଳ୍ପାନୁଷ୍ଠାନର ଆବଶ୍ୟକତା ଅନୁଯାୟୀ ଦକ୍ଷ ଛାତ୍ରଛାତ୍ରୀ ଗଢ଼ିବା ଲକ୍ଷ୍ୟ   28-Nov-2026

You Might Also Like