-+91-9937148622 |
prerana_bgr@rediffmail.com |
Sunday 29th November 2026 |
R.N.I. Regd No. ODIODI/2010/46693
Breaking News
29-Nov-2026
(ମନୋରଞ୍ଜନ ତ୍ରିପାଠୀ )
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର,ସୋନପୁରର ୩୦ତମ ବାର୍ଷିକ କ୍ରିଡ଼ା ତ୨୮.୧୧.୨୬ ଓ ୨୯.୧୧.୨୬ ରିଖ ଦୁଇ ଦିନ ଧରି ସ୍ଥାନୀୟ ରୟାଲ ପଡ଼ିଆ ଠାରେଅନୁଷ୍ଠିତ ହୋଇଯାଇଛି । ସୋନପୁର ବାଲାଜୀ ମନ୍ଦିରରୁ ଆଜ୍ଞାମାଳ ଓ ଯଜ୍ଞଦୀପ ଆଣି କ୍ରିଡ଼ା ମଞ୍ଚରେ ସ୍ଥାପନ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରଥମ ଦିନ ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ଅଧିକାରୀ ଶ୍ରୀ ଚିତ୍ତରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନପୂର୍ବକ ଖେଳର ମହତ୍ତ୍ୱ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁବାସ ଚନ୍ଦ୍ର ମିଶ୍ର ଅତିଥି ପରିଚ଼ୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ସଭାପତି ଡ. ହରପ୍ରସାଦ ମିଶ୍ର ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ବରିଷ୍ଠ ଆଚାର୍ଯ୍ୟ ଶ୍ରୀ ସୁବ୍ରତ ବିଶି ମଞ୍ଚ ପରି ଚାଳନା କରିଥିଲେ । ବିଦ୍ୟାଳୟର ସଂପାଦକ ଶ୍ରୀ ଶାନ୍ତନୁ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋପ ଦିବସରେ ସୁବର୍ଣ୍ଣପୁର ଜଙ୍ଗଲ ଅଧିକାରୀ ଶ୍ରୀ ପ୍ରବୀଣ କୁମାର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳ ବିଷୟରେ ଉଦବୋଧନ ଦେଇ ଭାଇ ଭଉଣୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ବିଦ୍ୟାଳୟର ଶାରୀରିକ ପ୍ରମୁଖ ଶ୍ର1 ହେମନ୍ତ କୁମାର ବାଘ ଖେଳର ବୃତ୍ତ ପଠନ କରିଥିଲେ । ଶ୍ରୀ ଶାନ୍ତନୁ କୁମାର ଯୋଶୀ ଓ ଶ୍ର1 ହେମନ୍ତ କୁମାର ବାଘଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଏହି ଦୁଇ ଦିନିଆଁ କାର୍ଯ୍ୟକ୍ରମରେ ମୋଟ ୭୭୫ ଜଣ ପ୍ରତିଯୋଗୀ ଦୌଡ ପ୍ରତିଯୋଗିତା, ଲମ୍ବଡିଆଁ, ଉଚ୍ଚ ଡିଆଁ, ଗୋଳାଫିଙ୍ଗା, ଥାଳିଆଫିଙ୍ଗା, ବର୍ଚ୍ଛା ଫିଙ୍ଗା ଇତ୍ୟାଦି ବିଭିନ୍ନ ଖେଳରେ ଭାଗ ନେଇଥିଲେ । ଶିଶୁ ବାଟିକା ବିଭାଗର ସ୍ୱତନ୍ତ୍ର ଭାବେ ଖେଳ ହୋଇଥିଲା । ଶିଶୁ ବାଟିକା ପ୍ରମୁଖ ଶ୍ରୀମତି ପୁଷ୍ପାଞ୍ଜଳି ପଣ୍ଡାଙ୍କ ପରିଚାଳନା କ୍ରମେ ଖେଳଗୁଡିକ ସୂଚାରୁରୂପେ ପରିଚାଳିତ ହୋଇଥିଲା । ବିଦ୍ୟାଳୟର ସଭାପତି ଡ. ହରପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମାରୋପ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କଲାପରେ ଶାନ୍ତି ମନ୍ତ୍ର ପାଠ ପୂର୍ବକ ଦୀପ ବିସର୍ଜନ କରାଯାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା । ପ୍ରକାଶ ଥାଉକି ପ୍ରକାଶ୍ୟ ଏହି ଯେ ବିଭିନ୍ନ କ୍ରୀଡ଼ାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଖେଳାଳୀମାନେ ସଂକୁଳ ସ୍ତରୀୟ ଖେଳକୁଦରେ ଅଂଶଗ୍ରହଣ କରିବେ ।