-+91-9937148622 |
prerana_bgr@rediffmail.com |
Sunday 29th November 2026 |
R.N.I. Regd No. ODIODI/2010/46693
Breaking News
29-Nov-2026
ବରପାଲି,(ସୁଦାମ ଦୀପ) : ବରଗଡ ଜିଲ୍ଲା ବରପାଲି ବ୍ଲକ ଖେମେସରା ପଞ୍ଚାୟତରେ ସଂଯୁକ୍ତ କୃଷକ ସଙ୍ଗଠନ ତରଫରୁ ପୂର୍ବତ୍ତନ ସରପଞ୍ଚ ଯୋଗେଶ ଚନ୍ଦ୍ର ବିଶିଙ୍କ ନେତ୍ରତ୍ୱରେ ଟୋକନ ସମସ୍ୟା ଏବଂ ଧାନ ବିକ୍ରି ପ୍ରସଙ୍ଗ ଉପରେ ଆଲୋଚନା ଓ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶତାଧିକ ଚାଷୀ ଯୋଗ ଦେଇଥିଲେ। ପ୍ରଥମେ ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ରମେଶ ମହାପାତ୍ର ଏବଂ ବରପାଲି ସମ୍ପାଦକ ତପନ ମିଶ୍ର,ସଭାପତି କାରଣ ସାହୁ, ନାରାୟଣ ପାଣ୍ଡ,କିଶୋର ସାହୁ,ଟେକରାଜ ପଧାନକୁ ଉପଢୌକନ ଦେଇ ସ୍ୱାଗତ କରାଯାଇଥିଲା। ପରେ ମଣ୍ଡି ଅବ୍ୟବସ୍ଥା ପ୍ରସଙ୍ଗରେ ସ୍ଥାନୀୟ କୃଷକମାନେ ଅଭିଯୋଗ କରିଥିଲେ ଯେ କେବଳ ନାମକୁ ମାତ୍ର ଆମ ଧାନ ମଣ୍ଡି ଅଛି, ଏଠାରେ କୌଣସି ସୁବିଧା ନାହିଁ ଏଣୁ ଚାଷୀମାନେ ବାଧ୍ୟ ହୋଇ ଧାନ ସିଧାସଲଖ ମଧ୍ୟସ୍ଥି ଜରିଆରେ ମିଲକୁ ଦେଇଦେଉଛନ୍ତି। ଜମି ତୁଳନାରେ ଟୋକନ ପରିମାଣ କମ ଆସିବା, ଧାନ ଅମଳ ହୋଥିବା ଚାଷୀଙ୍କ ଟୋକନ ନ ଆସିବା ପରି ସଂଗୀନ ଅଭିଯୋଗ ମାନେ ମଧ୍ୟ ଉପସ୍ଥାପିତ ହୋଇଥିଲା। ଚାଷୀ ନେତା ମାନଙ୍କ କହିବା ଅନୁସାରେ ଫସଲ ଉତ୍ପାଦନ ପାଇଁ ଆମେ ସ୍ୱତନ୍ତ୍ରତା, ସ୍ୱାଦିନତା ଏବଂ ବ୍ୟକ୍ତଗତ ହୋଇପାରେ କିନ୍ତୁ ଉଚିତ ମୂଲ୍ୟ, ବଜାର ବ୍ୟବସ୍ଥା, ଫସଲ ନଷ୍ଟ କ୍ଷତିପୂରଣ ପ୍ରସଙ୍ଗରେ ଆମକୁ ଏକତ୍ରିତ ଲଢେଇ କରିବାକୁ ପଡିବ ବୋଲି ଆହ୍ବାନ ଦେଇଥିଲେ। ପରେ ଆସନ୍ତା ଶୁକ୍ରବାର ଦିନ ଟୋକନ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେବା ପାଇଁ ନିଷ୍ପତ୍ତି ହୋଇଅଛି ଏବଂ ଧାନ ବିକ୍ରି ପରିଚାଳନ କରିବା ପାଇଁ ଗୋଟିଏ କମିଟି ଗଠନ କରିବା ନିଷ୍ପତ୍ତି ହୋଇଅଛି। ଏଠାରେ ପ୍ରକାଶ ଥାଉକି ଚଳିତ ଖରିଫ ଋତୁ ପାଇଁ ବରଗଡ଼ ଜିଲ୍ଲାରେ ଆସନ୍ତା କାଲି ଠାରୁ ଧାନ କିଣା ହେବ। ବର୍ତ୍ତମାନ ସୁଦ୍ଧା ୮9,୫୫୦ ଜଣଙ୍କ ଟୋକନ ଆସିଛି। ହେଲେ ଆସିଥିବା ଟୋକନରେ ଗତ ଥର ପରି ଜମି ତୁଳନାରେ କମ ଟୋକନ ମିଳୁଛି, ଯାହାର ଧାନ ଉତ୍ପାଦନ ହେଲାଣି ତାହାର ଟୋକନ ଆସିନାହିଁ ଏପରି ଅନେକ ବ୍ୟସାମ୍ୟତା ଦେଖିବାକୁ ମିଳିଛି। ଏହି ସଚେତନତା ଶିବିରରେ ଆଖପାଖ ଅଞ୍ଚଳର ଶତାଧିକ ଚାଷୀ ଯୋଗ ଦେଇଥିବା ବେଳେ ବୀର କିଶୋର ବିଶି, ଗୋକୁଳ ପଧାନ, ସରୋଜ ସାହୁ, ଜଳନ୍ଧର ପଧାନ, ଶଶୀକାନ୍ତି ପଧାନ,ସନ୍ତୋଷ ପଧାନ ଆନନ୍ଦ ସାହୁ ଏବଂ ଟଙ୍କଧର ବୁଡ଼େକ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।