-+91-9937148622 |
prerana_bgr@rediffmail.com |
Sunday 15th November 2026 |
R.N.I. Regd No. ODIODI/2010/46693
Breaking News
14-Nov-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ଡାବୁଗାଁ ବ୍ଲକର କାମତା ଗ୍ରାମରେ ଦେଖିବା ମିଳିଛି ଏକା ଅଭାବନୀୟ ଘଟଣା। ମେଣ୍ଢା ଚୋରି କରୁଥିବା ବେଳେ ଦୁଇଜଣ ଯୁବକଙ୍କୁ ଧରି ପକାଇଲେ କାମତା ଗ୍ରାମବାସୀ। ଧରାପଡ଼ିଥିବା ଦୁଇଜଣ ଯୁବକ ମାଲିଗୁଡା ଗ୍ରାମର ବୋଲି ଜଣାପଡ଼ିଛି।ସୂଚନା ଅନୁସାରେ, ଗତ କିଛି ଦିନ ହେବ କାମତା ଗ୍ରାମରେ ମେଣ୍ଢା ଚୋରି ଘଟଣା ବଢ଼ି ଚାଲିଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଥିଲା। ଗତକାଲି ରାତିରେ ଗ୍ରାମବାସୀ ଜଗି ରହିଥିବା ବେଳେ ଦୁଇଜଣ ଯୁବକ ମେଣ୍ଢା ଚୋରି କରି ନେଉଥିବା ଦେଖି ସେମାନଙ୍କୁ ଧରି ପକାଇଥିଲେ।
ଧରିବା ପରେ ଗ୍ରାମବାସୀ ସେମାନଙ୍କୁ କୋଙ୍ଗାରୁ କୋର୍ଟରେ ଦଣ୍ଡ ଦେଇଥିଲେ। ପରେ ସେମାନଙ୍କୁ ପୋଲିସ ଜିମାରେ ଦିଆଯିବ ବୋଲି ସୂଚନା ମିଳିଛି।