-+91-9937148622 |

prerana_bgr@rediffmail.com |

  Sunday 15th November 2026 |

| | | |

R.N.I. Regd No. ODIODI/2010/46693

Breaking News

*କାମତା ଗ୍ରାମରେ ଦୁଇଜଣ ମେଣ୍ଢା ଚୋର କୁ ଧରି କଙ୍ଗାରୁ କୋର୍ଟ ରେ ଦଣ୍ଡଦେଲେ ଗ୍ରାମବାସୀ*   (14-Nov-2026)       ||      ନେହେରୁଙ୍କ ଜୀବନଦର୍ଶନରୁ ପ୍ରେରଣା ନେବାକୁ ଆହ୍ୱାନ, ମ୍ୟୁଜିକ୍ ଚେୟାରରେ ଛାତ୍ରୀଙ୍କ ଉତ୍ସାହ   (14-Nov-2026)       ||      ଟାଉନ ବାଳିକା ହାଇସ୍କୁଲ ରେ ବିଜ୍ଞାନ ଓ ସାହିତ୍ୟର ଯୁଗଳବନ୍ଦୀ    (14-Nov-2026)       ||      ଗନ୍ଧମାର୍ଦ୍ଦନ ରେ ଖଣି ଖୋଲାଯିବନି ବୋଲି ବିଧାନସଭାରେ ସଂକଳ୍ପ ନିଆଯାଉ- ପ୍ରଫୁଲ୍ଲ ସାମନ୍ତରା   (14-Nov-2026)       ||      ଓଡ଼ିଶା ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ   (14-Nov-2026)       ||      ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ, ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି   (14-Nov-2026)       ||      ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଜିଲ୍ଲାସ୍ତରୀୟ ସମାରୋହ   (14-Nov-2026)       ||      ସୁବର୍ଣ୍ଣପୁର ସହରରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଶାଳ ରାଲି   (14-Nov-2026)       ||      *ଜୟ ଭୀମ କ୍ରିକେଟ୍ ସେମି ଫାଇନାଲରେ ସିଂଢୋଲକୁ ହରାଇ ପାଟଣାଗଡ଼ ଦଳ ଫାଇନାଲ କୁ ପ୍ରବେଶ*-   (14-Nov-2026)       ||      ସତଲମା ଶିଶୁବିଦ୍ୟାମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ   (14-Nov-2026)       ||      ବିଜେପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (14-Nov-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ, ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ   (14-Nov-2026)       ||      ନୂତନ ହିତାଧିକାରିଙ୍କ ଭତ୍ତା ବାଣ୍ଟିଲେ ବିଧାୟକ   (14-Nov-2026)       ||      ଲୋଇସିଂହା ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା - 2026 ଅନୁଷ୍ଠିତ    (14-Nov-2026)       ||      ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ପାଳିତ; ସଂଗଠନକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବଲାଙ୍ଗିର ବିଧାୟକଙ୍କ ଘୋଷଣା   (14-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ   (14-Nov-2026)       ||      ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଓ ଥାନା ପରିଦର୍ଶନ କଲେ   (14-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ଶିଶୁ ଦିବସ ପାଳିତ   (14-Nov-2026)       ||      ରେମତା ଗ୍ରାମର ସଚେତନ ନାଗରିକମାନେ ଏକତ୍ରିତ ହୋଇ ମଦ ବିକ୍ରି ବନ୍ଦ ପାଇଁ ଥାନାରେ ଦେଲେ ଦାବୀପତ୍ର   (14-Nov-2026)       ||      ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ   (13-Nov-2026)       ||     

HOME   ଜିଲ୍ଲା

ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ପାଳିତ; ସଂଗଠନକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବଲାଙ୍ଗିର ବିଧାୟକଙ୍କ ଘୋଷଣା

14-Nov-2026



ବଲାଙ୍ଗିର(ପ୍ରେରଣା ଖବର): ସ୍ଥାନୀୟ କୋଶଲ କଳାମଣ୍ଡଳ ପଡ଼ିଆଠାରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଗଠନର ସମସ୍ତ ସଦସ୍ୟ, ସଦସ୍ୟା ଏବଂ ଉପଦେଷ୍ଟା ମଣ୍ଡଳୀଙ୍କ ଦ୍ୱାରା ପାରମ୍ପରିକ ରୀତିନୀତିରେ ମଞ୍ଚ ପୂଜା ସମ୍ପନ୍ନ ହୋଇଥିଲା।

​ପୂର୍ବାହ୍ନରେ ସଂଗଠନ ପକ୍ଷରୁ ସମାଜସେବା ଉଦ୍ଦେଶ୍ୟରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସମେତ ମାଗଣା ସ୍ୱାସ୍ଥ୍ୟ ଓ ଚକ୍ଷୁ ପରୀକ୍ଷା ଶିବିରର ଆୟୋଜନ କରାଯାଇଥିଲା। ସନ୍ଧ୍ୟାରେ ଆୟୋଜିତ ସାଧାରଣ ସଭାରେ ବଲାଙ୍ଗିରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂଦେଓ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ, ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ବଲାଙ୍ଗିର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସରିତା ବାଗ ଏବଂ ଦେଓଗାଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦୟାନିଧି ଖମାରୀ ମଞ୍ଚାସୀନ ରହି ସଂଗଠନର ଜନହିତକର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିବା ସହିତ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟକ ଶ୍ରୀ ସିଂଦେଓ ସଂଗଠନର ସେବା ମନୋଭାବରେ ଖୁସି ହୋଇ ଆଗାମୀ ଦିନରେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନକୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେବେ ବୋଲି ମଞ୍ଚରୁ ଘୋଷଣା କରିଥିଲେ।

​କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ସମସ୍ତ ଅଗ୍ରଣୀ ସାମାଜିକ ସଂଗଠନ ସମେତ ସୁନ୍ଦରଗଡ଼, କଳାହାଣ୍ଡି ଓ ବରଗଡ଼ ଜିଲ୍ଲାରୁ ଆସିଥିବା ଅନେକ ଅଗ୍ରଣୀ ସାମାଜିକ ସଂଗଠନକୁ ସେମାନଙ୍କ ଉଲ୍ଲେଖନୀୟ ସେବା ପାଇଁ ସମ୍ମାନିତ କରାଯାଇଥିଲା। ​ସଂସ୍କୃତିକ କାର୍ଯ୍ୟକ୍ରମରେ ଲୋକପ୍ରିୟ କଣ୍ଠଶିଳ୍ପୀ ରୁକୁ ସୁନା ଓ ଟିମ୍, ଶିବାନନ୍ଦ ତ୍ରିପାଠୀ, ବ୍ୟାସଦେବ ପୁରୋହିତ, ଶ୍ରେୟାଂଶ ଶେଖର, ସୁଚିତ୍ରା ଦାସ, ଦିପିତା ସ୍ୱାଇଁ ଏବଂ ଦିନେଶ ଜଗତଙ୍କ ରଙ୍ଗାରଙ୍ଗ ସଙ୍ଗୀତ ଓ ନୃତ୍ୟ ପରିବେଷଣରେ ଦର୍ଶକମାନେ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ଝୁମି ଉଠିଥିଲେ। ସଭା ମଞ୍ଚକୁ ସଂଗଠନର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଶତପଥୀ ପରିଚାଳନା କରିଥିବା ବେଳେ ସାଂସ୍କୃତିକ ମଞ୍ଚକୁ ବୀରେନ୍ଦ୍ର ପାଣ୍ଡେ ପରିଚାଳନା କରିଥିଲେ। ପରିଶେଷରେ ସଂଗଠନର ସଭାପତି ଉତ୍ତମ ନନ୍ଦ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଂଗଠନର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
*କାମତା ଗ୍ରାମରେ ଦୁଇଜଣ ମେଣ୍ଢା ଚୋର କୁ ଧରି କଙ୍ଗାରୁ କୋର୍ଟ ରେ ଦଣ୍ଡଦେଲେ ଗ୍ରାମବାସୀ*   14-Nov-2026
  ଜିଲ୍ଲା  
ନେହେରୁଙ୍କ ଜୀବନଦର୍ଶନରୁ ପ୍ରେରଣା ନେବାକୁ ଆହ୍ୱାନ, ମ୍ୟୁଜିକ୍ ଚେୟାରରେ ଛାତ୍ରୀଙ୍କ ଉତ୍ସାହ   14-Nov-2026
  ଜିଲ୍ଲା  
ଟାଉନ ବାଳିକା ହାଇସ୍କୁଲ ରେ ବିଜ୍ଞାନ ଓ ସାହିତ୍ୟର ଯୁଗଳବନ୍ଦୀ   14-Nov-2026
  ଜିଲ୍ଲା  
ଗନ୍ଧମାର୍ଦ୍ଦନ ରେ ଖଣି ଖୋଲାଯିବନି ବୋଲି ବିଧାନସଭାରେ ସଂକଳ୍ପ ନିଆଯାଉ- ପ୍ରଫୁଲ୍ଲ ସାମନ୍ତରା   14-Nov-2026
  ଜିଲ୍ଲା  
ଓଡ଼ିଶା ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ   14-Nov-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ, ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି   14-Nov-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଜିଲ୍ଲାସ୍ତରୀୟ ସମାରୋହ   14-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁର ସହରରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଶାଳ ରାଲି   14-Nov-2026
  ଜିଲ୍ଲା  
*ଜୟ ଭୀମ କ୍ରିକେଟ୍ ସେମି ଫାଇନାଲରେ ସିଂଢୋଲକୁ ହରାଇ ପାଟଣାଗଡ଼ ଦଳ ଫାଇନାଲ କୁ ପ୍ରବେଶ*-   14-Nov-2026
  ଜିଲ୍ଲା  
ସତଲମା ଶିଶୁବିଦ୍ୟାମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ   14-Nov-2026
  ଜିଲ୍ଲା  
ବିଜେପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   14-Nov-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ, ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ   14-Nov-2026

You Might Also Like