-+91-9937148622 |
prerana_bgr@rediffmail.com |
Sunday 15th November 2026 |
R.N.I. Regd No. ODIODI/2010/46693
Breaking News
14-Nov-2026
ଲୋଇସିଂହା, (ପ୍ରେରଣା ଖବର) ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଆନନ୍ଦ ସେଠ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା 2026 କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ସାଂସଦୀୟ ବ୍ୟାପାର ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଯୋଗ ଦେଇଥିବା ବେଳେ ଅକ୍ଷୟପାଣି ଉଡ୍ଡୁ ବିଡ଼ିଓ ଲୋଇସିଂହା, ଟିକୁନୁ ପୁଟା ତହସିଲଦାର ଲୋଇସିଂହା, ଯତୀନ୍ଦ୍ର ପଟେଲ ଅଧ୍ୟକ୍ଷ ଲୋଇସିଂହା ବ୍ଲକ, ସିଡିଭିଓ ବଲାଙ୍ଗୀର ଡ଼. ସାରଦା ପ୍ରସାଦ ସିଂ ବରିହା, ବିଡ଼ିଭିଓ ଡ଼. ମୋହନ ମାନିଆ, ସିଡିଏଫଓ ଇନଚାର୍ଜ ଡେପୁଟି ଡାଏରେକ୍ଟର ବଲାଙ୍ଗୀର ମଂଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ l ଚାଷୀ ଙ୍କ ସଂବୃଦ୍ଧି ହିଁ ବିକଶିତ ଭାରତ ଓ ବିକଶିତ ଓଡ଼ିଶାର ମୂଳ ଆଧାର l ମେଳା ରେ ଛେଳି ଓ ମେଣ୍ଢା ପାଳନ, କୁକୁଡ଼ା ପାଳନ, ମତ୍ସ୍ୟଚାଷ ଏବଂ ଅନ୍ୟାନ୍ୟ ଆୟ ବର୍ଦ୍ଧକ କୃଷି ଭିତ୍ତିକ ଉଦ୍ୟୋଗ ସମ୍ପର୍କ ରେ ଚାଷୀ ମାନଙ୍କୁ ବୈଷୟିକ ଜ୍ଞାନ ଓ ସରକାରୀ ଯୋଜନା ବିଷୟରେ ସଚେତନ କରାଯାଇଥିଲା l ବିଭିନ୍ନ ଯୋଜନାରେ ହିତାଧିକାରୀ ଙ୍କୁ ସହାୟତା ଓ ଉପକରଣ ପ୍ରଦାନ ସହିତ ଚାଷୀ ମାନଙ୍କ ଅଭିଜ୍ଞତା ଆଦାନ ପ୍ରଦାନ କୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଥିଲା l ଏହି ମେଳା ର ମୁଖ୍ୟଲକ୍ଷ୍ୟ ମତ୍ସ୍ୟ ଓ ପ୍ରାଣୀ ମାନଙ୍କ କ୍ଷେତ୍ର କୁ ପାରିବାରିକ ଜୀବିକା ର ସୀମାରୁ ଭିତ୍ତିନ୍ନ କରାଇ ଏକ ବୈଜ୍ଞାନିକ ଲାଭଜନକ ଓ ଉଦ୍ୟୋଗ ଭିତ୍ତିକ ଆର୍ଥିକ କ୍ଷେତ୍ରରେ ରୂପାନ୍ତରିତ କରିବା l ଏଥିପାଇଁ ମତ୍ସ୍ୟଚାଷୀ, ପ୍ରଣିପାଳକ କୃଷକ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମୀଣ ଉଦ୍ୟୋଗୀ ଙ୍କୁ ଆଧୁନିକ ଜ୍ଞାନକୌଶଳ, ବୈଜ୍ଞାନିକ ପଦ୍ଧତି, ସରକାରୀ ଯୋଜନା, ଆର୍ଥିକ ସହାୟତା ଓ ବଜାର ସଂଯୋଗ ସମ୍ପର୍କ ରେ ପ୍ରତ୍ୟକ୍ଷ ଅବଗତ କରାଗଲା l ଏଥିସହ ମହିଳା ଓ ଯୁବ ଉଦ୍ୟୋଗୀ ଙ୍କୁ ସ୍ୱାବଲମ୍ବୀ କରାଇବା, ସରକାରୀ ସହାୟତା, ଋଣ, ବୀମା ଓ ବଜାର ସମ୍ପର୍କ ରେ ସଚେତନ କରାଇବା ଏବଂ ଉତ୍ପାଦନ ରୁ ବିକ୍ରି କରିବା ପର୍ଯ୍ୟନ୍ତ ସମଗ୍ର ବ୍ୟବସ୍ଥା କୁ ସୁଦୃଢ କରିବା ଏହାର ଅଭିପ୍ରାୟ ଥିଲା l ସିଡିଏଫଓ ତଥା ଶେଷରେ ଆୟୋଜକ ମାନଙ୍କ ପକ୍ଷରୁ ସମସ୍ତ ଅତିଥି, ଜନପ୍ରତିନିଧି, ବିଭାଗୀୟ ଅଧିକାରୀ, କର୍ମଚାରୀ ସମେତ ଚାଷୀ ଭାଇ ଭଉଣୀ ମାନଙ୍କୁ ଆନ୍ତରିକ କୃତଜ୍ଞତା ସହ ଧନ୍ୟବାଦ ଜ୍ଞାପନ କରାଯାଇଥିଲା l ସଫଳ ପ୍ରାଣୀପାଳକ ଙ୍କୁ ସମ୍ବର୍ଦ୍ଧନା l ପ୍ରାଣୀପାଳକ ଙ୍କୁ ସହାୟତା ରାଶିପ୍ରଦାନ l ବିଭିନ୍ନ ଯୋଜମା ପାଇଁ କାର୍ଯ୍ୟାଦେଶ ଦିଆଗଲା l ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କୃତୀ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ l ସଂଗୀତ ସାଧନା ସଂସ୍ଥା ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କୁ ନାଟ୍ୟଗୁରୁ ଶଙ୍କର ବେହେରା ଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା l