-+91-9937148622 |
prerana_bgr@rediffmail.com |
Sunday 15th November 2026 |
R.N.I. Regd No. ODIODI/2010/46693
Breaking News
14-Nov-2026
ବଲାଙ୍ଗୀର: ସ୍ଥାନୀୟ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ମହାଆଡ଼ମ୍ବରରେ ଶିଶୁ ଦିବସ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷୟିତ୍ରୀ ସେବାଶ୍ରୀ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଉତ୍ସବରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱରୂପା ମଞ୍ଜରୀ ସାମନ୍ତରା ସଭାପତିତ୍ୱ କରିଥିଲେ।ଆଲୋଚକ ଭାବେ ଯୋଗଦେଇବରିଷ୍ଠ ଶିକ୍ଷୟିତ୍ରୀ ନୂତନ ନାୟକ, ଯାଜ୍ଞସିନୀ ମହାପାତ୍ର ଓ ସବିତା ମିଶ୍ର ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ,ଆଦର୍ଶ ଓ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ।ବକ୍ତାମାନେ କହିଥିଲେ ଯେ,ନେହେରୁ ଶିଶୁମାନଙ୍କୁ
ଦେଶର ଅମୂଲ୍ୟ ସମ୍ପଦ ଓ ଭବିଷ୍ୟତର କର୍ଣ୍ଣଧାର ଭାବେ ଦେଖୁଥିଲେ।ଶିଶୁମାନଙ୍କ ପ୍ରତି ତାଙ୍କର ଅଗାଧ ସ୍ନେହ ଓ ଭଲପାଇବା ତାଙ୍କୁ 'ଚାଚା ନେହେରୁ' ଭାବେ ପରିଚିତ କରାଇଥିଲା।ଶିଶୁମାନଙ୍କ ମଧ୍ୟରେ ଶୃଙ୍ଖଳା,ଜିଜ୍ଞାସା, ସୃଜନଶୀଳତା ଓ ମାନବିକ ମୂଲ୍ୟବୋଧର ବିକାଶ ହେଲେ ଏକ ସୁସ୍ଥ ଓ ସମୃଦ୍ଧ ରାଷ୍ଟ୍ର ଗଠନ ସମ୍ଭବ ବୋଲି ସେମାନେ ମତପ୍ରକାଶ କରିଥିଲେ।ବକ୍ତାମାନେ ଛାତ୍ରୀମାନଙ୍କୁ କେବଳ ପାଠପଢ଼ାରେ ସୀମିତ ନରହି ନିଜର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ସହ ଜୀବନରେ ଉଚ୍ଚ ଲକ୍ଷ୍ୟ
ରଖିବାକୁ ଆହ୍ୱାନ ଦେଇଥିଲେ।ଶିଶୁମାନଙ୍କ ପାଇଁ ଏହି ଦିବସ କେବଳ ଆନନ୍ଦ ଓ ଉତ୍ସବର ଦିନ ନୁହେଁ, ବରଂ ସେମାନଙ୍କ ଅଧିକାର,ସ୍ୱପ୍ନ ଓ ସାମର୍ଥ୍ୟକୁ ସମ୍ମାନ ଦେବାର ଦିନ ବୋଲି ମତ ରଖିଥିଲେ।ଏଥିରେ ଛାତ୍ରୀମାନେ ଉତ୍ସାହର ସହ ଭାଗନେଇ ନିଜର ଜ୍ଞାନ ଓ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇଥିଲେ।ସେହିପରି ଛାତ୍ରୀମାନଙ୍କୁ ନେଇ ଆୟୋଜିତ ମ୍ୟୁଜିକ୍ ଚେୟାର ପ୍ରତିଯୋଗିତା ଉତ୍ସବରେ ଆନନ୍ଦ ଓ ଉଲ୍ଲାସ ଭରିଦେଇଥିଲା।ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ପ୍ରିୟମ୍ବଦା ଦେବ,ସୁମନାଞ୍ଜଳି ସାହୁ,ନମିତା କର ଓ ଅଂଶୁ ସାହାଣୀ ମଞ୍ଚାସୀନ ଥିଲେ।ଶିକ୍ଷକ ଡ. ସୁରେଶ ବାରିକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବାବେଳେ ଶିକ୍ଷୟିତ୍ରୀ ରଶ୍ମିତା ଦାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟ ର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ସହଯୋଗ କରିଥିଲେ।