-+91-9937148622 |
prerana_bgr@rediffmail.com |
Sunday 15th November 2026 |
R.N.I. Regd No. ODIODI/2010/46693
Breaking News
14-Nov-2026
ସୋନପୁର( ମନୋରଞ୍ଜନ ତ୍ରିପାଠୀ )
ସୋନପୁର ରାମେଶ୍ୱର ଷ୍ଟାଡିଅମ ରେ ସୋନପୁର ୟୁନିଟି ସ୍ପୋର୍ଟିଂ ଦ୍ୱାରା ଆୟୋଜିତ ରାଜ୍ୟ ସ୍ତରୀୟ ଦ୍ଵିତୀୟ ଜୟ ଭୀମ କ୍ରିକେଟ ଟୁର୍ନାମେଣ୍ଟ. ର ଦ୍ବିତୟ ସେମିଫାଇନାଲ ମ୍ୟାଚରେ ରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅନିରୁଦ୍ଧ ପ୍ରଧାନ ମୁଖ୍ୟ ଅତିଥି, ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା କ୍ରୀଡା ଅଧିକାରୀ ଓ ଶ୍ରମିକ ନେତା କର୍ମ ଯୋଗୀ ଗୋବିନ୍ଦ ମହାରଣା , ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସେମିଫାଇନାଲରେ ଉପନୀତ ହୋଇଥିବା ସିଂଢୋଲ SGCC ଦଳ ଓ ପିସିସି ପାଟଣାଗଡ, ବଲାଙ୍ଗୀର ଜିଲ୍ଲାର ଉଭୟ ଦଳ ଖେଳାଳି ଙ୍କ ସହ ପରିଚୟ ପ୍ରଦାନ କରି ଖେଳ କୁ ଶୁଭ ଉଦ୍ଘାଟନ କରିଥିଲେ l ଏକ ଚିତ୍ତାକର୍ଷକ ବେଟିଂ ଓ ଫିଲଡିଂ ମଧ୍ୟରେ ଏସ ଜି ସି ସି ସିଂଢୋଲ ଦଳ ୪ ୱିକେଟ ବିନିମୟରେ ୧୩ ଓଭେର ରେ ୧୨୧ ରନ କରିପାରିଥିଲେ। ପାଟଣାଗଡ ପି ସି ସି ଦଳ ୧୨୧ ରନ ଚେଜ କରି ୧୧.୨ ଓଭର ରେ ୧୨୨ ରନ କରି ମ୍ୟାଚ ଵିଜୟୀ ଆସନ୍ତାକାଲି ର ଫାଇନାଲ ରେ ପ୍ରବେଶ କରିଥିଲେ l ଆଜିର ମ୍ୟାଚ ପରିଚାଳନା କରିଥିଲେ ରଘୁବୀର ମିଶ୍ର, ମୁନୁ ସେଠ, ସ୍କୋରର ରୋହନ କୁମାର, ଉଦ୍ ଘୋଷାକ ଅମ୍ଲାନହୋତା ଦାୟିତ୍ଵ ଗ୍ରହଣ କରିଥିଲେ। ଦ୍ବିତୟ ସେମିଫାଇନାଲରେ ପାଟଣାଗଡର ଶ୍ରୀ କୁନାଲ ପଣ୍ଡା ମ୍ୟାନ ଅଫ ଦି ମ୍ୟାଚ ଘୋଷିତ ହୋଇ ଅତିଥି ମାନଙ୍କ ଠାରୁ ଟ୍ରଫି ଗ୍ରହଣ କରିଥିଲେ।