-+91-9937148622 |

prerana_bgr@rediffmail.com |

  Sunday 15th November 2026 |

| | | |

R.N.I. Regd No. ODIODI/2010/46693

Breaking News

*କାମତା ଗ୍ରାମରେ ଦୁଇଜଣ ମେଣ୍ଢା ଚୋର କୁ ଧରି କଙ୍ଗାରୁ କୋର୍ଟ ରେ ଦଣ୍ଡଦେଲେ ଗ୍ରାମବାସୀ*   (14-Nov-2026)       ||      ନେହେରୁଙ୍କ ଜୀବନଦର୍ଶନରୁ ପ୍ରେରଣା ନେବାକୁ ଆହ୍ୱାନ, ମ୍ୟୁଜିକ୍ ଚେୟାରରେ ଛାତ୍ରୀଙ୍କ ଉତ୍ସାହ   (14-Nov-2026)       ||      ଟାଉନ ବାଳିକା ହାଇସ୍କୁଲ ରେ ବିଜ୍ଞାନ ଓ ସାହିତ୍ୟର ଯୁଗଳବନ୍ଦୀ    (14-Nov-2026)       ||      ଗନ୍ଧମାର୍ଦ୍ଦନ ରେ ଖଣି ଖୋଲାଯିବନି ବୋଲି ବିଧାନସଭାରେ ସଂକଳ୍ପ ନିଆଯାଉ- ପ୍ରଫୁଲ୍ଲ ସାମନ୍ତରା   (14-Nov-2026)       ||      ଓଡ଼ିଶା ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ   (14-Nov-2026)       ||      ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ, ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି   (14-Nov-2026)       ||      ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଜିଲ୍ଲାସ୍ତରୀୟ ସମାରୋହ   (14-Nov-2026)       ||      ସୁବର୍ଣ୍ଣପୁର ସହରରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଶାଳ ରାଲି   (14-Nov-2026)       ||      *ଜୟ ଭୀମ କ୍ରିକେଟ୍ ସେମି ଫାଇନାଲରେ ସିଂଢୋଲକୁ ହରାଇ ପାଟଣାଗଡ଼ ଦଳ ଫାଇନାଲ କୁ ପ୍ରବେଶ*-   (14-Nov-2026)       ||      ସତଲମା ଶିଶୁବିଦ୍ୟାମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ   (14-Nov-2026)       ||      ବିଜେପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   (14-Nov-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ, ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ   (14-Nov-2026)       ||      ନୂତନ ହିତାଧିକାରିଙ୍କ ଭତ୍ତା ବାଣ୍ଟିଲେ ବିଧାୟକ   (14-Nov-2026)       ||      ଲୋଇସିଂହା ଠାରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା - 2026 ଅନୁଷ୍ଠିତ    (14-Nov-2026)       ||      ବଲାଙ୍ଗିର ସ୍ୱେଚ୍ଛାସେବୀ ସଂଗଠନର ୬ତମ ବାର୍ଷିକ ପ୍ରତିଷ୍ଠା ଦିବସ ‘ସମର୍ପଣ୍-୨୦୨୬’ ପାଳିତ; ସଂଗଠନକୁ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ବଲାଙ୍ଗିର ବିଧାୟକଙ୍କ ଘୋଷଣା   (14-Nov-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ   (14-Nov-2026)       ||      ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଓ ଥାନା ପରିଦର୍ଶନ କଲେ   (14-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ଶିଶୁ ଦିବସ ପାଳିତ   (14-Nov-2026)       ||      ରେମତା ଗ୍ରାମର ସଚେତନ ନାଗରିକମାନେ ଏକତ୍ରିତ ହୋଇ ମଦ ବିକ୍ରି ବନ୍ଦ ପାଇଁ ଥାନାରେ ଦେଲେ ଦାବୀପତ୍ର   (14-Nov-2026)       ||      ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଲକ୍ଷ୍ୟ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ   (13-Nov-2026)       ||     

HOME   ଜିଲ୍ଲା

ଗନ୍ଧମାର୍ଦ୍ଦନ ରେ ଖଣି ଖୋଲାଯିବନି ବୋଲି ବିଧାନସଭାରେ ସଂକଳ୍ପ ନିଆଯାଉ- ପ୍ରଫୁଲ୍ଲ ସାମନ୍ତରା

14-Nov-2026



ବଲାଙ୍ଗୀର/ଖପ୍ରାଖୋଲ(ପ୍ରେରଣା ଖବର)- ଗନ୍ଧମାର୍ଦନ ର ସୁରକ୍ଷା ନେଇ ହରିଶଙ୍କର ଠାରେ ଜିନ୍ଦାବାଦ ସଂଗଠନ ପକ୍ଷ୍ୟରୁ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଶିଷ୍ଟ ପରିବେଶବିତ୍ ଗ୍ରୀନ ନୋବେଲ ପୁରସ୍କାର ବିଜେତା ପ୍ରଫୁଲ୍ଲ ସାମନ୍ତରା ଯୋଗଦେଇ ଗନ୍ଧମାର୍ଦନ ରେ ଖଣି ଖନନ କରାଯିବ ନାହିଁ ବୋଲି ବିଧାନସଭା ରେ ସମସ୍ତ ରାଜନୈତିକ ଦଳ ସଂକଳ୍ପ ପାରିତ କରନ୍ତୁ ବୋଲି ମତ ବ୍ୟକ୍ତ କରିଛନ୍ତି l ଅନ୍ୟତମ ନେତା ଲିଙ୍ଗରାଜ କହିଛନ୍ତି ଯେ, ୧୯୮୦ ଦଶକର ଦୁର୍ବାର ଜନ ଆନ୍ଦୋଳନର ଚାପରେ' ବାଲକୋ 'କମ୍ପାନୀର ଗନ୍ଧମାର୍ଦ୍ଦନ ବକସାଇଟ ଖଣି ପ୍ରକଳ୍ପ ବନ୍ଦ ହେବା ସ୍ୱାଧୀନୋତ୍ତର ଭାରତରେ ପ୍ରଥମ ସଫଳ ତଥା ଐତିହାସିକ ଖଣି ବିରୋଧି ଆନ୍ଦୋଳନ ଥିଲା। ପରବର୍ତ୍ତୀ କାଳରେ ବିଭିନ୍ନ ସରକାରଙ୍କ ଅମଳରେ ପୁନଶ୍ଚ ଖଣିଖନନ୍ ପାଇଁ ଅନେକ କମ୍ପାନୀ ମାନଙ୍କର ଉଦ୍ୟମ୍ ଜାରି ରହିଥିଲେ ସୁଦ୍ଧା ଗନ୍ଧମାର୍ଦ୍ଦନର ଅନନ୍ୟ ପ୍ରାକୃତିକ ସମ୍ପଦ ସ୍ଥାନୀୟ ଜନଗଣଙ୍କ ନିରନ୍ତର ସଚେତନତା କାରଣରୁ ଆଜିବି ଅକ୍ଷତ ରହିଅଛି। କିନ୍ତୁ ଓଡିଶାରେ କ୍ଷମତା ପରିବର୍ତ୍ତନ ପରେ ତଥାକଥିତ ଡବଲ ଇଞ୍ଜିନ ସରକାର୍ ଗଠନ ପରେ କେତେକ ଘଟଣାବଳୀ କାରଣ ରୁ ଗନ୍ଧମାର୍ଦ୍ଦନରେ ଖଣିଖନନ୍ ପାଇଁ ଆଦିନି କମ୍ପାନୀର ମସୁଧାକୁ ନେଇ ଜନମାନସରେ ଆଶଙ୍କା ଘନୀଭୂତ ହେବାରେ ଲାଗିଛି। ବିଶେଷ  କରି 2024ର ଶେଷଭାଗରେ ଗନ୍ଧମାର୍ଦ୍ଦନ ପାଦଦେଶରେ ବିଭିନ୍ନ ଗାଁ ରେ ଆଦାନୀ କମ୍ପାନୀ ସୁନ୍ଦରଗଡ଼ ଜିଲ୍ଲାର କୋଇଲା ଖଣି ଜନିତ ଜଙ୍ଗଲ ବିନାଶର ଭରଣା ପାଇଁ ଶହ ଶହ ଏକର ଜମି କିଣିବା, ବରଗଡ଼, ରାୟପୁର ରେଲ୍ ଲାଇନ୍ ଅନୁମତି ଓ କାର୍ଯ୍ୟ ତ୍ବରାନିତ  ହେବା ଏବଂ ୟୁଏଇ ର ଏକ କମ୍ପାନୀ ସହ ଆଦାନୀ ଓଡ଼ିଶାରେ  ଆଲୁମିନିୟମ ହବ ପ୍ରତିଷ୍ଠା କରିବାକୁ ଘୋଷଣା କରିବା ଏହି ଆଶଙ୍କା କୁ ଘନୀଭୂତ ହୋଇଛି l

ବଲାଙ୍ଗୀର ଜିଲ୍ଲାର ଜିନ୍ଦାବାଦ ସଂଗଠନ ଆନୁକୁଲ୍ୟରେ ହରିଶଙ୍କର ଗନ୍ଧମାର୍ଦ୍ଧନ ଆୱାସ ଠାରେ ୧3,୧୪ନଭେମ୍ବର ଦୁଇ ଦିନ ଧରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟକର୍ମୀ ମାନଙ୍କ ସହ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆନ୍ଦୋଳନ କର୍ମୀମାନେ ଅଂଶଗ୍ରହଣ କରିଥିଲେ। ବାଲକୋ ହଟାଓ ଆନ୍ଦୋଳନ, କାଳଖଣ୍ଡ ର ଜଣେ ପ୍ରମୁଖ କର୍ମୀ ତଥା କୃଷକ ନେତା ଲିଙ୍ଗରାଜ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିନ୍ଦାବାଦ ସଂଗଠନର ଉପଦେଷ୍ଟା ତ୍ରିଲୋଚନ ପୁଞ୍ଜି ସଂଯୋଜନା କରିଥିଲେ। ବିଶିଷ୍ଟ ପରିବେଶ କର୍ମୀ ତଥା ଏନଏପିଏମ   ରାଷ୍ଟ୍ରୀୟ ନେତା ପ୍ରଫୁଲ୍ଲ  ସାମନ୍ତରା ସଂସଦରେ ବିନା ଆଲୋଚନା ରେ ଏମଏମଡିଆର ଆଇନ୍ ରେ ସଂଶୋଧନ ତଥା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ନିର୍ଦ୍ଦେଶ ରେ ଓଡ଼ିଶା ର ମୋଦି - ମୋହନ ସରକାର୍ ଅବିଚାରିତ ଭାବେ ଖଣିଖାଦାନ ଗୁଡ଼ିକୁ ଆଦାନୀ ବେଦାନ୍ତ ଆଦି କମ୍ପାନୀମାନଙ୍କୁ ଶାଗ ମାଛ ମୂଲ୍ୟରେ ଟେକି ଦେଉଥିବା ଘଟଣା କ୍ରମ ର ବିଶ୍ଳେଷଣ କରି ଗନ୍ଧମାର୍ଦ୍ଧନ  ଉପରେ ଆଦାନୀ ର ଲୋଲୋପ ଦୃଷ୍ଟି ନିରାଧାର ନୁହେଁ ବୋଲି ଦୃଢ ମତ ପ୍ରକାଶ କରିଥିଲେ। ଯେଉ ଗତିରେ ଓଡ଼ିଶା ସରକାର୍ କମ୍ପାନୀ ମାନଙ୍କୁ ଖଣିଲିଜ୍ ଦେଇଚାଳିଛନ୍ତି  ଆଗାମୀ ୨୦,୩୦ ବର୍ଷ ମଧ୍ୟରେ ଓଡ଼ିଶା ର ସମସ୍ତ ବକ୍ସସାଇଡ୍ କେବଳ କଞ୍ଚାମାଲ ରୂପରେ ସମାପ୍ତ ହୋଇଯିବ ବୋଲି ସେ ଚେତାବନୀ ଦେଇଥିଲେ । କାର୍ଯ୍ୟକ୍ରମର ବିଭିନ୍ନ ଅଧିବେଶନରେ ଖଡିଆଲ କଲେଜର ଦୁଇଜଣ ପୂର୍ବତନ ଅଧ୍ୟକ୍ଷ ଡ଼. ଫଣୀଦମ ସିଂ ଦେଓ ଏବଂ ପଦ୍ମଲୋଚନ ବର୍ମା, କଣ୍ଟାବାଞ୍ଜିର ପ୍ରତିଷ୍ଠୀତ ମାନବାଧିକାର ଏଡଭକେଟ ବିଷ୍ଣୁ ପ୍ରସାଦ ଶର୍ମା, ଝାରସୁଗୁଡାର ସାମାଜିକ କର୍ମୀ ଅନନ୍ତ, ନୂଆପଡାର ସାଂସ୍କୃତିକ କର୍ମୀ ତଥା ନାଟ୍ୟକାର ଶଙ୍କର ମହାନନ୍ଦ ଓ ସୁମନ, ବଲାଙ୍ଗିରର ବାଲକୃଷ୍ଣ ଶାଣ୍ଢ, ବରଗଡ଼ ଜୟ କିଷାନ ଆନ୍ଦୋଳନର ସଭାପତି ସୁଶୀଲ ସାହୁ , ଏସୟୁସିଏସ (କ)  ବଲାଙ୍ଗୀର ଜିଲ୍ଲା କମିଟି ସଭ୍ୟ  ମଧୁସୁଦନ ବାଗ ଓ ତାମସ୍ ବେହେରା ,ପଦମପୁର ମିଡ଼ିଆ କର୍ମୀ ଗୋପବନ୍ଧୁ ଶିକା, ଲୋଏରସୁକତେଲ ବିସ୍ଥାପିତ ଆନ୍ଦୋଳନ କର୍ମୀ ସତ୍ୟ ବଞ୍ଛୋର୍, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତିର ପ୍ରବକ୍ତା ସରୋଜ ମହାନ୍ତି , ପ୍ରକାଶ ସାହୁ ମା ମାଏଟ ବଞ୍ଚାଓ ଆନ୍ଦୋଳନ ର ସଭାପତି ଏହି ପ୍ରସଙ୍ଗ ର ବିଭିନ୍ନ ଦିଗ ଉପରେ ଆଲୋଚନା ପୂର୍ବକ ଜନଗଣଙ୍କ ସଚେତନତା ସୃଷ୍ଟି ତଥା ଆନ୍ଦୋଳନକାରି ମାନଙ୍କର ବ୍ୟାପକ ଏକତା ସୃଷ୍ଟି ଉପରେ ଗୁରୁତ୍ୱ ଆରୋପ କରିଥିଲେ |
ଏହି ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଥିଲା ଯେ ଗନ୍ଧମାର୍ଦ୍ଧନ ପର୍ବତ ମାଲା ଉପରେ ଆଦାନୀ କମ୍ପାନୀ ଲୋଲୋପ ଦୃଷ୍ଟି ଉଠିଲା ପରଠାରୁ ରାଜ୍ୟ ର ପ୍ରମୁଖ ରାଜନୈତିକ ଦଳର ସ୍ଥାନୀୟ ନେତାମାନେ ସର୍ବସାଧାରଣରେ ଗନ୍ଧମାର୍ଦ୍ଧନର ସୁରକ୍ଷା କଳ୍ପେ କୌଣସି କମ୍ପାନୀ କୁ ଅନୁମତି ଦିଆଯିବ ନାହିଁ ବୋଲି ଘୋଷଣା କରିଥିଲେ ସୁଦ୍ଧା ସେମାନଙ୍କର ଶୀର୍ଷ ନେତୃତ୍ଵ ଚୁପ୍ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ବିଧାନସଭାର ଆଗାମୀ ଅଧିବେଶନରେ ସମସ୍ତ ଦଳ ମାନେ ଏକ ସଂକଳ୍ପ ପ୍ରସ୍ତାପ୍ ପାରିତ କରି ଗନ୍ଧମାର୍ଦ୍ଧନରେ ଖଣିଖନନ୍କୁ ନିଷିଦ୍ଧ ଘୋଷଣାକରି ସେମାନଙ୍କର ଅଙ୍ଗିକାର ବଦ୍ଧତା ପ୍ରମାଣ କରନ୍ତୁ। ଯଦି ଶାସକ ବିଜେପି ଏ ଦିଗରେ ନିରବ୍ ରହନ୍ତି, ତେବେ ବିରୋଧୀ ବିଜେଡି ଓ କଂଗ୍ରେସ ସେପରି ପ୍ରସ୍ତାବ୍ ଆଗତ କରିବା ପାଇଁ ଏହି କାର୍ଯ୍ୟକ୍ରମରେ ଆହ୍ବାନ ଦିଆଯାଇଥିଲା। ଆଶନ୍ତା ଜାନୁୟାରୀ ୨୦୨୭ ରେ ଏକ ସାଂସ୍କୃତିକ ଦଳ ନିର୍ମାଣ କରି ପଞ୍ଚିମ - ଦକ୍ଷିଣ ଓଡ଼ିଶାର ଗନ୍ଧମାର୍ଦ୍ଦନ ରୁ ଦେଓମାଲି ପର୍ବତ ମାଳା ପର୍ଯ୍ୟନ୍ତ ବିଭିନ୍ନ ବକ୍ସସାଇଟ ଗଚ୍ଛିତ ମାଳି ପର୍ବତ ଅଞ୍ଚଳରେ ଏକ ଯାତ୍ରା ‘ମାଳିର ଗୀତ - ଗୀତର ମାଳି' ଆୟୋଜନ କରାଯିବାକୁ ଯୋଜନା ନିଷ୍ପତି କରାଯାଇଛି। ଜିନ୍ଦାବାଦ ସଂଗଠନ ର କାର୍ଯ୍ୟକର୍ତ୍ତା ଗୋଲାପ ନିଆଲ୍, ଖିରସିନ୍ଧୁ ମାଝୀ , ମିଲନ ପୁଞ୍ଜି, ଡୋଲାମଣି ବନଞ୍ଛୋର, ଲକ୍ଷ୍ମଣ କୁମାର, ତପନାଥ ସାହୁ ଓ ନନ୍ଦୂପଲା ଗ୍ରାମର କର୍ମକର୍ତ୍ତା ତରନ୍ୟ ବରିହା, ପୁଟୁଳ ବରିହା  ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*କାମତା ଗ୍ରାମରେ ଦୁଇଜଣ ମେଣ୍ଢା ଚୋର କୁ ଧରି କଙ୍ଗାରୁ କୋର୍ଟ ରେ ଦଣ୍ଡଦେଲେ ଗ୍ରାମବାସୀ*   14-Nov-2026
  ଜିଲ୍ଲା  
ନେହେରୁଙ୍କ ଜୀବନଦର୍ଶନରୁ ପ୍ରେରଣା ନେବାକୁ ଆହ୍ୱାନ, ମ୍ୟୁଜିକ୍ ଚେୟାରରେ ଛାତ୍ରୀଙ୍କ ଉତ୍ସାହ   14-Nov-2026
  ଜିଲ୍ଲା  
ଟାଉନ ବାଳିକା ହାଇସ୍କୁଲ ରେ ବିଜ୍ଞାନ ଓ ସାହିତ୍ୟର ଯୁଗଳବନ୍ଦୀ   14-Nov-2026
  ଜିଲ୍ଲା  
ଗନ୍ଧମାର୍ଦ୍ଦନ ରେ ଖଣି ଖୋଲାଯିବନି ବୋଲି ବିଧାନସଭାରେ ସଂକଳ୍ପ ନିଆଯାଉ- ପ୍ରଫୁଲ୍ଲ ସାମନ୍ତରା   14-Nov-2026
  ଜିଲ୍ଲା  
ଓଡ଼ିଶା ୨୩ ବର୍ଷରୁ କମ୍ ମହିଳା କ୍ରିକେଟ ଦଳରେ ବଲାଙ୍ଗିରର ଦୁଇ ଝିଅ   14-Nov-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ) ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ମିଳିଲା ଆଉ ୧ ଲକ୍ଷ ଆବାସ, ମୋଟ ଆବାସ ସଂଖ୍ୟା ୫ ଲକ୍ଷକୁ ବୃଦ୍ଧି   14-Nov-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ): ଓଡ଼ିଶାରେ ଆବାସ ବଣ୍ଟନର ଶୁଭାରମ୍ଭ ଅବସରରେ ଭବାନୀପାଟଣା ଜିଲ୍ଲାସ୍ତରୀୟ ସମାରୋହ   14-Nov-2026
  ଜିଲ୍ଲା  
ସୁବର୍ଣ୍ଣପୁର ସହରରେ ବ୍ରାହ୍ମଣ ସମାଜ ପକ୍ଷରୁ ବିଶାଳ ରାଲି   14-Nov-2026
  ଜିଲ୍ଲା  
*ଜୟ ଭୀମ କ୍ରିକେଟ୍ ସେମି ଫାଇନାଲରେ ସିଂଢୋଲକୁ ହରାଇ ପାଟଣାଗଡ଼ ଦଳ ଫାଇନାଲ କୁ ପ୍ରବେଶ*-   14-Nov-2026
  ଜିଲ୍ଲା  
ସତଲମା ଶିଶୁବିଦ୍ୟାମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ   14-Nov-2026
  ଜିଲ୍ଲା  
ବିଜେପୁରରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ   14-Nov-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ଦିବସ, ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ   14-Nov-2026

You Might Also Like