-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
03-Oct-2026
ଲୋଇସିଂହା, (ବିନୋଦ ଦୀପ) ଆଜି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ର ଦ୍ବିତୀୟ ଦିନ କ୍ୱାର୍ଟର ଫାଇନାଲ ଓ ସେମିଫାଇନାଲ ମ୍ୟାଚ ଖେଳାଯାଇଥିଲା l ୧୪ ବର୍ଷ ବାଳକ ବିଭାଗରେ ଲୋଇସିଂହା ବ୍ଲକ ଓ ବଙ୍ଗୋମୁଣ୍ଡା ବ୍ଲକ୍, ୧୭ ବର୍ଷ ବାଳିକା ବିଭାଗରେ ଟିଟିଲାଗଡ ବ୍ଲକ ଓ ବଙ୍ଗୋମୁଣ୍ଡା ବ୍ଲକ୍ ଏବଂ ୧୭ ବର୍ଷ ବାଳକ ବିଭାଗରେ ଲୋଇସିଂହା ବ୍ଲକ ଓ ଦେଓଗାଁ ବ୍ଲକ ଫାଇନାଲ ଖେଳିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ଆସନ୍ତାକାଲି ଫାଇନାଲ ମ୍ୟାଚ ଖେଳାଯିବ l ଆଜି ସମ୍ମାନିତ ଅତିଥି ଭାବେ ମାଗୁରବେଡା ସରପଞ୍ଚ ସଞ୍ଜୟ ଗଡତ୍ୟା, ଲୋଇସିଂହା ସରପଞ୍ଚ ନବକିଶୋର ନାଏକ, ହୀରାପୁର ସରପଞ୍ଚ ରମାକାନ୍ତ ବିଶ୍ବାଳ, ବୁଢ଼ୀପଦର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀ ପଧାନ, ବୁର୍ଡ଼l ସରପଞ୍ଚ ସୁଦୀପ ସା, ସଭାପତି ପଞ୍ଚସଖା ସେତୁ ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟ ଶେଖ୍ ନାଜୁରୁଲ୍ଲା ଖାନ୍, ଅବସରପ୍ରାପ୍ତ ଶିକ୍ଷକ ବିଭୁତି ଭୁଷଣ ସାହାଣୀ, ପ୍ରଫୁଲ୍ଲ କୁମାର ପାତ୍ର, ସମ୍ପତି ପଧାନ, ଅରବିନ୍ଦ ଚନ୍ଦ୍ର ନାୟକ, ସାଂସଦ ପ୍ରତିନିଧି (ଏନ୍ ଏ ସି) ପ୍ରଶାନ୍ତ ବାଦି ଉପସ୍ଥିତ ରହି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l
ସହ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ରୁଦ୍ରଦେବ ଷଡ଼ଙ୍ଗୀ, ଶିକ୍ଷକ ସଞ୍ଜିବ କୁମାର ଦାସ,ଲୋକେନ୍ଦ୍ର ପଶାୟତ,ବେଲାରସାହୁ,ବିରେନ୍ଦ୍ର କୁମାର ବାରିକ, ମାଣିକର ମାଝୀ, ବିଷ୍ନୁପ୍ରସାଦ ମିଶ୍ର, ଶାନ୍ତିଲାଳ ନନ୍ଦ, ଜନତା ନାଗ,ଡୋଲାମଣି ସାହୁ,ସୋମଦତ୍ତ ଦଣ୍ଡସେନା, ଅବନୀ ତ୍ରୀପାଠୀ, ସଦାନନ୍ଦ ଭୋଇ , ସର୍ଜନ ନେଗୀ ସମ୍ମାନିତ ଅତିଥି ମାନଙ୍କୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀଯୁକ୍ତ ପର୍ଶୁରାମ ସୁନା ମଞ୍ଚ ପରିଚାଳନା କରିଥିଲେ। ବ୍ଲକ କ୍ରୀଡ଼ା ସମ୍ପାଦିକା ଶ୍ରୀମତୀ ବିଦ୍ୟୁତ ପ୍ରଭା ମିଶ୍ର, ଶିକ୍ଷକ ନିତ୍ୟାନନ୍ଦ ବାଗ,ଭକ୍ତଚରଣ ନାଏକ, କରୁଣାକର ପଟେଲ, ଅମ୍ବୁଜ କୁମାର ହୋତା,ମୁରାସିଙ୍ଗ କୁଅଁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l