-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
02-Oct-2026
- ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା ୬୫ ତମ ସାହାଣୀ କପ ଫୁଟବଲ ମ୍ୟାଚ 2026 ଅବସରରେ ସନ୍ଧ୍ୟା କାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି |ମୁଖ୍ୟ ଅତିଥି ଭାବରେ ଓଡ଼ିଶା ଫୁଟବଲ ଏସୋ ସିଏସନ କଟକ ର ଅଫିସିଆଲ୍ ଶ୍ରୀ ଅମରେଶ ସିଂହ ଓ ରମେଶ ଚନ୍ଦ୍ର ମଲ୍ଲିକ, ସ୍ବେଛାସେବୀ ଶ୍ରୀ ଗୋବିନ୍ଦ ମହାରଣା, ଅତିଥି ଭାବରେ ଯୋଗ ଦେଇ କାର୍ଯ୍ଯ କ୍ରମ କୁ ଶୁଭ ଉଦ୍ଘାଟନ କରିଥିଲେ l ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ, ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ମଦନ ସୁନ୍ଦର କ୍ଷେତି ଓ ବ୍ରତା ନନ୍ଦ ଭୋଇ ସାଂସ୍କୃତିକ କାର୍ଯ୍ଯ କ୍ରମ କୁ ସଂଯୋଜନା କରିଥିଲେ |ଏହି ସାଂସ୍କୃତିକ ସନ୍ଧ୍ୟା ରେ ବଡ଼ବଜ଼ାର ସରକାରୀ ଉ. ପ୍ରା. ବିଦ୍ୟାଳୟ, ଆଦର୍ଶ ସରକାରୀ ଉ. ପ୍ରା. ବିଦ୍ୟାଳୟ, କୋଶଲ ଉଚ୍ଚ ବିଦ୍ୟାଳୟ ର ନୃତ୍ୟ ଶିଳ୍ପୀ ମାନେ ଅଂଶ ଗ୍ରହଣ କରି ଚିତ୍ତା କର୍ଷକ ଗୀତ ନାଚ ପରିବେଷଣ କରିଥିଲେ | ସେହି ପରି ଏହି ମଞ୍ଚ ରେ ଓଲିଉଡ ମ୍ୟୁଜିକ୍ ଡାଇରେକ୍ଟର ବ୍ରହ୍ମା କୁମ୍ଭାର ଙ୍କ ଟ୍ରୁପ କଳାକାର ଙ୍କ ଦ୍ୱାରା ସମ୍ବଲପୁରୀ ଗୀତ ନାଚ ପରିବେଷଣ କରା ଯାଇଥିଲା l ଏହି କଳାକାର ଙ୍କ ସହିତ ବିଭିନ୍ନ ଜିଲ୍ଲା ରୁ ଆସିଥିବା ଫାଓ ର ରେଫରି ଅଫିସିଆଲ୍ ମଧ୍ୟ ଗୀତ ନାଚ ରେ ସାମିଲ ହୋଇ ଖୁବ୍ ମଜା ନେଇଥିଲେ l