-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
29-Sep-2026
ପଂଚାୟତ ସମିତି ମହାବିଦ୍ୟାଳୟ ବେଲପଡା ରେ କଲେଜ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ମେହେର ଙ୍କ ସଭାପତିତ୍ୱ ଓ ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ସଞ୍ଜୟ ନନ୍ଦ ଙ୍କ ପୌରୋହିତ୍ୟ ରେ ବିଭାଗ କୁ ନୂତନ ହୋଇ ପ୍ରବେଶ କରିଥିବା ଛାତ୍ରଛାତ୍ରୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଛି l ଏହି ସୁନ୍ଦର କାର୍ଯ୍ୟକ୍ରମ ରେ ଇଂରାଜୀ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଡ଼କ୍ଟର ଦୁର୍ବାଦଳ ଘିବେଲା ମୁଖ୍ୟ ବକ୍ତା,ପ୍ରାଧ୍ୟାପକ ତନ୍ମୟ କୁମାର ପାଣିଗ୍ରାହୀ, ଓଡ଼ିଆ ବିଭାଗ ମୁଖ୍ୟ ମନୋଜ କୁମାର ମହାଖୁଡ଼ ସମ୍ମାନିତ ବକ୍ତା ଭାବେ ଯୋଗ ଦେଇଥିଲେ l ଅଧ୍ୟାପିକା ଅଙ୍କିତା ସାହୁ, ଦିବ୍ୟ ଜ୍ୟୋତି ପୁଟେଲ, ଅଧ୍ୟାପକ ସୁଦାମ ଚରଣ ମହାପାତ୍ର, ପ୍ରମୋଦ କୁମାର ବରିହା, ରାଧେଶ୍ୟାମ ମେହେର, ଛାତ୍ର ଭୈରବ ବେସ୍ରା ପ୍ରମୁଖ ଛାତ୍ରଛାତ୍ରୀଙ୍କ ଚରିତ୍ର ନିର୍ମାଣ ଏବଂ ସାମଗ୍ରିକ ବିକାଶ ବିଷୟରେ ନିଜ ନିଜ ମତ ବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଅମୀୟ କୁମାର ବାବୁ, ଅନୁପ ସାହୁ,ରମାକାନ୍ତ ପୁଟେଲ,ଅସୀମ ପୁଟେଲ, ସ୍ୱରାଜ ମେହେର,ପ୍ରତାପ ମହାନନ୍ଦ,ଅନୁପ ସାହୁ, ବାଲକୃଷ୍ଣ ମିଶ୍ର,ଅଭିଷେକ ସିକ୍କା,ରୁପେଶ ମେହେର ପ୍ରମୁଖ ଯୋଗ ଦେଇଥିଲେ ଏବଂ ଅଧ୍ୟାପିକା ପ୍ରୀତିଲତା ସାହୁ ଧନ୍ୟବାଦ ଦେଇଥିଲେ।ଶେଷରେ ବିଭାଗ ର ଛାତ୍ରଛାତ୍ରୀ ମାନେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l