-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
29-Sep-2026
(ମନୋରଞ୍ଜନ ତ୍ରିପାଠୀ )
ଆସନ୍ତା ୩ ତାରିଖ ରୁ ମା ସୁବର୍ଣ୍ଣପୁର ର ଇଷ୍ଟଦେବୀ ମା ସୁରେଶ୍ଵରୀ ଙ୍କ ପୀଠ ଯଜ୍ଞ ମଣ୍ଡପ ରେ ଅନୁଷ୍ଟିତ ହେବ ଶଡୋଷ ପୂଜା ପଠନ ଓ ହବନ ମହା ଯଜ୍ଞ କାର୍ଯ୍ଯ କ୍ରମ l ଏଥିପାଇଁ ଅକ୍ଟୋବର ୨ ତାରିଖ ସକାଳ ୮ ଟା ରୁ ସମସ୍ତ ଦେବା ଦେବୀ ତଥା ଅଷ୍ଟ ଶମ୍ଭୁ, ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀ, ଓ ଅଷ୍ଟ ହନୁମାନ ଙ୍କୁ ଏଥିରେ ନିମନ୍ତ୍ରଣ କରା ଯାଇ ୨ ତାରିଖ ଅପରାହ୍ନ ରୁ ଅଙ୍କୁରା ରୋପଣ ଓ ଶୁଭ ଖମ୍ବ ସ୍ଥାପନ କରା ଯିବ l ଏଥି ପାଇଁ ଆଜି ଆଜି ମା ଙ୍କ ପୀଠ ରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ପଣ୍ଡିତ କାଳୀ ପ୍ରାସାଦ ମିଶ୍ର ଙ୍କ ତତ୍ତ୍ଵl ବଧାନ ରେ ଅନୁଷ୍ଟିତ ଏହି ବୈଠକ ରେ ଯଜ୍ଞ କମିଟି ର ସମସ୍ତ ସଦସ୍ୟ ଯୋଗ ଦେଇ ନିଜ ନିଜ ର ମତାମତ ରଖିଥିଲେ l ଆଜିର ଏହି ବୈଠକ ରେ ପଣ୍ତିତ କାଳୀ ପ୍ରସାଦ ମିଶ୍ର, ଶ୍ରୀବତ୍ସ ମଲ୍ଲିକ, ପ୍ରଦୀପ ପୁରୋହିତ, ପୀତାମ୍ବର ମହାପାତ୍ର, ବୈକୁଣ୍ଠ ଶତପଥୀ, ରବି ନାରାୟଣ ମହାପାତ୍ର, ଅଟଳ ମହାପାତ୍ର, ଜ୍ଯୋତି ରଞ୍ଜନ ପଟ୍ଟନାୟକ, ସତ୍ୟ ନାରାୟଣ ତ୍ରିପାଠୀ, ଶେଷ ଦେବ ମେହେର, ରଶ୍ମି ସାହୁ, ମନୋରଞ୍ଜନ ତ୍ରିପାଠୀ ପ୍ରମୁଖ ଅନେକ ସଦସ୍ୟ ଉପସ୍ଥିତ ଥିଲେ l