-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
28-Sep-2026
ଟିଟିଲାଗଡ(ପ୍ରେରଣା ଖବର)- ଟିଟିଲାଗଡ ଲାୟନ୍ସ କ୍ଲବ ସଦାବେଳେ ସାମାଜିକ କାର୍ଯ୍ୟ ତଥା ସହଯୋଗ କରିବା ପାଇଁ ସାହାଯ୍ୟର ହାତ ବଢ଼ାଇଥାଏ। ଏହି ପରୀପ୍ରେକ୍ଷୀରେ ରବିବାର ଦିନ ଲାୟନ୍ସ କ୍ଳବର ସମ୍ମିଳନୀ କକ୍ଷରେ ସଭାପତି ଶ୍ରୀ ମନିଷ ଗୁପ୍ତାଙ୍କ ସଭାପତିତ୍ବରେ ଏହି ସାଇକେଲ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏକ ସେବାମୂଳକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବ ସଦସ୍ୟ ତଥା ଟିଟିଲାଗଡ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ, ଲାୟନ୍ସ କ୍ଲବର ସଦସ୍ୟା ତଥା ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ ଯୋଗଦେଇ ୪ଟି ସାଇକେଲ ବଣ୍ଟନ କରିଥିଲେ। ଏହା ସହିତ ଦୈନିକ ଦିନକାମରେ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯାଇଛି। ସମାଜର ଆବଶ୍ୟକତା ଥିବା ଲୋକଙ୍କ ମୁହଁରେ ହସ ଫୁଟାଇବା ଏବଂ ସେମାନଙ୍କ ଜୀବନଯାତ୍ରାକୁ ସହଜ କରିବାର ଏଭଳି ମାନବୀୟ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ, ଲୋକଙ୍କ ସେବା ଓ ସହଯୋଗ ପାଇଁ ଟିଟିଲାଗଡ଼ ଲାୟନ୍ସ କ୍ଲବର ସମସ୍ତ ସଦସ୍ୟଙ୍କୁ ହୃଦୟରୁ ସାଧୁବାଦ ଜ୍ଞାପନ କରିଥିଲେ ବିଧାୟକ ଶ୍ରୀଯୁକ୍ତ ନବୀନ ଜୈନ।
ଏହି କାର୍ଯ୍ୟକ୍ରମକୁ ପରିଚାଳନା କରାଇବାରେ କ୍ଲବ୍ ସମ୍ପାଦକ ଆବାସ ଖାଁ, ବରିଷ୍ଠ ସଦସ୍ୟା ଲାୟନ ଶ୍ରୀମତି ବିନ୍ଦୁ ସାହୁ, ମିନାକ୍ଷୀ ସାହୁ, ଲାୟନ ଗଙ୍ଗାଧର ଶର୍ମା, ଅଜିତ ଚାନ୍ଦ ପାତ୍ର , ସଞ୍ଜୟ ସୋନୀ, ଦୀପକ ପୃଷ୍ଟି,ଲାୟନ ରତ୍ନାକର ସାହୁ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।