-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
22-Sep-2026
ବଲାଙ୍ଗୀର (ପ୍ରେରଣା ଖବର ): ଜଣେ ସରଳ, ଖୋଲା ହୃଦୟର ତଥା ସମସ୍ତଙ୍କ ସୁଖଦୁଃଖରେ ଭାଗିଦାରୀ ହେଉଥିବା ଯୁବକଙ୍କ ଅସମୟ ରେ ପରଲୋକ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହି ଯୁବକ ହେଉଛନ୍ତି ସମସ୍ତଙ୍କ ପ୍ରିୟ ସଞ୍ଜୀବ କୁମାର ବାବୁ(କୁନା) । ମାତ୍ର ୪୭ ବର୍ଷ ବୟସରେ ଆଜି ସନ୍ଧ୍ୟା ପ୍ରାୟ ୫ଟା ସମୟରେ ସ୍ଥାନୀୟ ସ୍ୱରାଜ ହସ୍ପିଟାଲ ଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ହୃଦଘାତରେ ସଂଜୀବ ଙ୍କ ଜୀବନ ଯାଇଥିବା ପରିବାର ସୂତ୍ରରୁ ପ୍ରକାଶ। ସଂଜୀବ ବିବାହିତ ଥିବା ବେଳେ ଘରେ ତାଙ୍କ ସ୍ତ୍ରୀ, ବିଧବା ମା ବଡ଼ ଭାଇ ସିଦ୍ଧାର୍ଥ ଓ ଭାଉଜ ରହିଛନ୍ତି l
ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସଂଜୀବଙ୍କ ସାଗର ପଡା ସ୍ଥିତ ବାସଭବନରେ ଆତ୍ମୀୟ ସ୍ୱଜନଙ୍କ ଭିଡ଼ ଜମିଥିଲା।
ସଞ୍ଜୀବ ବାବୁ ଜଣେ ମେଳାପୀ, ମିଷ୍ଟଭାଷୀ ଓ ସମସ୍ତଙ୍କ ପ୍ରିୟ ବ୍ୟକ୍ତି ଭାବେ ପରିଚିତ ଥିଲେ। ସେ ବିଜେପି ଯୁବମୋର୍ଚ୍ଚାର ଜଣେ ସକ୍ରିୟ ସଦସ୍ୟ ଥିବାବେଳେ ପିପି ଏକାଡେମୀ ପ୍ଲାଟିନମ ଜୁବଲି ସମୟରେ ସଂଜୀବ ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନାରେ ସକ୍ରିୟ ଅଂଶଗ୍ରହଣ କରି ସମସ୍ତଙ୍କ ପ୍ରଶଂସା ଭାଜନ ହୋଇପାରିଥିଲେ। ତାଙ୍କର ଅକାଳ ବିୟୋଗରେ ପରିବାର, ବନ୍ଧୁବର୍ଗ ଓ ପରିଚିତ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ସଂଜୀବଙ୍କ ବିୟୋଗରେ ବିଜେପିର ସକ୍ରିୟ ସଭ୍ୟ ଅନନ୍ତ ଦାଶ, ଚିତ୍ତରଞ୍ଜନ ମିଶ୍ର, କାଉନସିଲର ପୀତାମ୍ବର ଖମାରୀ, ରଂଜିତା ପାଣିଗ୍ରାହୀ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି। ପିପି ଏକାଡେମୀ ପୁରାତନ ଛାତ୍ର ମାନଙ୍କ ତରଫରୁ ଯୁବ ସଂଗଠକ ସଂଜୀବଙ୍କ ଆକସ୍ମିକ ବିୟୋଗରେ ଗଭୀର ଶୋକପ୍ରକାଶ ପାଇଛି।
ତାଙ୍କର ଅମର ଆତ୍ମାର ସଦ୍ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଈଶ୍ୱର ଏହି ଦୁଃଖ ସହିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ।