-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
22-Sep-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ପ୍ରବୀର ସାମଲ ଙ୍କ ନେତୃତ୍ଵ ରେ ଡିଷ୍ଟ୍ରିକ୍ଟ ମୋବାଇଲ ୟୁନିଟ୍ ଓ ସଦର ରେଞ୍ଜ ପକ୍ଷରୁ ଜିଲ୍ଲା ର ତିନୋଟି ଜାଗାରେ ଚଢ଼ାଉ କରି ଥିଲେ l ସୋନପୁର ବୁଢ଼ା ରାଜା ଛକ ରେ ଗୋଟାଏ ସ୍କର୍ପିଓ ଗାଡ଼ି ସହ ୨ ଜଣ ଆସାମୀ ଓ ୮୮ କେଜି ଗଞ୍ଜେଇ ଜବତ୍ କରିଥିଲେ l ସେହିପରି ବୀର ମହାରାଜ ପୁର ଫୁଲଛରା ଛକ ରେ ୨ ଜଣ ଆସାମୀ ଗାଡ଼ି ସହ ୧୬୦ କେଜି ଗଞ୍ଜେଇ ଜବତ୍ କରିଥିଲେ ଏବଂ ବୀର ମହାରାଜ ଉଦେ ପଦର୍ ଛକ ରେ ଗାଡି ଓ ୩ ଜଣ ଆସାମୀ ଙ୍କ ସହ ୬୦ କେଜି ଗଞ୍ଜେଇ ସମୁଦାୟ ତିନୋଟି ଜାଗାରୁ ୩ କ୍ଵିଣ୍ଟାଲ ଗଂଜେଇ ଜବତ୍ କରିଥିଲେ l ଏହାର ସରକାରୀ ମୂଲ୍ୟ ୬୭ ଲକ୍ଷ ଟଙ୍କା ହେବ ଓ ଏହି ୭ ଜଣ ଅଭିଯୁକ୍ତ ଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଇନ୍ସପେକ୍ଟର ଶ୍ରୀ ପଟ୍ଟ ନାୟକ ସୂଚନା ଦେଇଛନ୍ତି l ଗିରଫ ହୋଇଥିବା ସମସ୍ତ ୭ ଜଣ ଅଭିଯୁକ୍ତ ଙ୍କ ମଧ୍ୟରୁ ଜଣେ ବୀର ମହାରାଜ ପୁର ଅଞ୍ଚଳ ର ଓ ବାକି ୬ ଜଣ ଝାଡଖଣ୍ଡ ଓ ସୁନ୍ଦର ଗଡ ଅଞ୍ଚଳ ର ବୋଲି ଜଣା ପଡ଼ିଛି l