-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||     

HOME   ଜିଲ୍ଲା

ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ

22-Sep-2026



 ଟିଟିଲାଗଡ: ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ ସହର ଏକ ଶାନ୍ତିପ୍ରିୟ ସହର ଅଟେ। ଏହି ସହରରେ ରହିଛି ଟିଟିଲାଗଡ ରେଳ ଜଙ୍କସନ। ଯଦ୍ୱାରା ଟିଟିଲାଗଡରୁ ଦେଶର ସବୁ ପ୍ରାନ୍ତକୁ ଯିବା ପାଇଁ ଟ୍ରେନ ମିଳିଥାଏ, ସେଥିପାଇଁ ଟିଟିଲାଗଡ ରେଳ ଷ୍ଟେସନ ଉପରେ ଆଖପାଖ ଅଞ୍ଚଳର ଗ୍ରାମ ସମେତ ପଡୋଶୀ ଜିଲ୍ଲାର ଲୋକେ ଯାତାୟାତ ପାଇଁ ଦିନରାତି ସଦାବେଳେ ନିର୍ଭର କରିଥାନ୍ତି। ଦିନକୁ ଦିନ ଟ୍ରେନ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଯାତାୟାତ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଅପର ପକ୍ଷରେ ସହରର ଯୁବ ପିଢ଼ି ଏବେ ନିଶା ଗ୍ରସ୍ତ ହେବାରେ ଦେଖିବାକୁ ମିଳୁଛି। ଗୋଟିଏ ପଟେ ଭଲ ଶିକ୍ଷା ଦେଇ ନିଜ ପୁଅ ମାନଙ୍କ ଭବିଷ୍ୟତ ଗଢି ତୋଳିବା ପାଇଁ ଅଭିଭାବକ ମାନେ କେତେ ସ୍ୱପ୍ନ ଦେଖୁଥିବା ବେଳେ ଏବେ ସେମାନେ ଧୀରେ ଧୀରେ ଅବାଟକୁ ଯାଉଥବା ନଜିର ରହିଛି। ସହରର ପ୍ରମୁଖ ଚାରୋଟି ପ୍ରବେଶ ଦ୍ୱାର ନିକଟରେ ଥିବା ଖେଳ ପଡ଼ିଆ ତଥା ଅନ୍ଧାରିଆ ସ୍ଥାନ ମାନଙ୍କରେ ଯୁବ ପିଢ଼ିଙ୍କ ଭିଡ ପରିଲକ୍ଷିତ ହେଉଛି। ଯୁବ ପିଢ଼ିଙ୍କ ହାତରେ ରହୁଛି ସିଗାରେଟ, ଗଞ୍ଜେଇ ସିଗାରେଟ,ମଦ, କୋରେକ୍ସ ସିରଫ ଓ ନିଶା ବଟିକା। ଧୀରେ ଧୀରେ ମଦ ପିଇବା କମ କରି ନିଶା ବଟିକା ଓ କଫ ସିରପ ପିଇବାରେ ଅଭ୍ୟସ୍ଥ ହେଲେଣି ଯୁବ ପିଢ଼ି। ଟିକିଏ କଥାରେ ଝଗଡ଼ା ଲାଗିବା, ଗ୍ୟାଙ୍ଗ ହୋଇ ବୁଲିବା, ଅସ୍ତ୍ର ଶସ୍ତ୍ର ଧରି ବୁଲିବା ଭଳି ସ୍ଥିତି ଦେଖିବାକୁ ମିଳୁଛି।

   ତେବେ ଏଭଳି ସ୍ଥିତି କାହିଁକି ହେଉଛି ? ମଦ ଯେହେତୁ କିଣିବାକୁ ହେଲେ ମଦ ଦୋକାନ ଯିବାକୁ ପଡ଼ିବ ଏବଂ ମଦର ଦର ବି ଅଧିକ, ସବୁଦିନ କିଣି କି ପିଇବା ସମ୍ଭବ ପର ନୁହେଁ ସେଥିପାଇଁ କମ ଦରରେ ନିଶା କରିବାକୁ ଅନ୍ୟ ଉପାୟ ଖଞ୍ଜିବା ପାଇଁ ନିଶା ବଟିକା ଓ କଫ ସିରପ ବ୍ୟବହାର କରୁଛନ୍ତି। ମଦ ପିଇଲେ ଗନ୍ଧ ହେବ, ଗନ୍ଧ ହେଲେ ଘର ଲୋକ କିମ୍ବା ଅନ୍ୟ କେହି ଜାଣି ଯିବେ, ମଦ ଦର ମଧ୍ୟ ଅଧିକ ସେଥିପାଇଁ ଏବେ ଏହି ନିଶା ବଟିକା ଓ କଫ ସିରପ ବ୍ୟବହାର କରୁଛନ୍ତି ଯୁବ ପିଢ଼ି। ଏହା ଖାଇଲେ କି ପିଇଲେ ଗନ୍ଧ ହେବନି କିନ୍ତୁ ନିଶା ଅଧିକ ହୁଏ। ଏହି ନିଶା କଲାପରେ ସେମାନଙ୍କ ଆଖି ଖାଲି ପାଣି ପାଣି  ଭଳି ଦିଶିବା ସହ ମୁହଁ ଲାଲ ହୋଇଯାଉଛି, କଥା କମ କହିବେ କିନ୍ତୁ ରାଗିଗଲେ ସେମାନେ କଣ କରୁଛନ୍ତି ସେମାନେ ଜାଣି ପାରନ୍ତି ନାହିଁ। ବଡ ଲୋକଙ୍କୁ ନା ଡର ନା ଖାତିର କରୁଛନ୍ତି ସେମାନେ। ସେଥିପାଇଁ ଏହାର ବ୍ୟବହାର ଧୀରେ ଧୀରେ ବୃଦ୍ଧି ପାଉଛି। ସେମିତିବି ସହରର ପ୍ରାୟ ସ୍ଥାନରେ ଚୋରାରେ ଦେଶୀ ଓ ବିଦେଶୀ ମଦ ବିକ୍ରି ବୃଦ୍ଧି ପାଉଥିବା ବେଳେ ଏହି ନୂତନ ନିଶା ତାଠାରୁ ବି ଅଧିକ ମାତ୍ରାରେ ବ୍ୟବହାର ହେଉଛି। 

    ସରକାର ଏବେ ନିଶା ନିବାରଣ ଅଭିଯାନ ପାଇଁ ଡାକରା ଦେଇଛନ୍ତି , ସେଥିପାଇଁ ଗୁଟଖାର ଜରଦା, କଫ ସିରପ ବିକ୍ରି ଉପରେ କଟକଣା ଜାରି କରିବା ସହ ବିକ୍ରି ତଥ୍ୟ ଦେବା ସହ ସବୁ ଔଷଧ ଦୋକାନରେ ସିଶି ଟିଭି ଲଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯାହାକି ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଅପର ପକ୍ଷରେ କେଉଁ ଠାରୁ ଏହି ନିଶା ବଟିକା ବା କଫ ସିରପ ଆସୁଛି ସେ ଦିଗରେ ଧର ପଗଡ ଆରମ୍ଭ କରିବା ଜରୁରୀ ହୋଇଗଲାଣି। ମୂଳରୁ ଯଦି ନିପାତ ନ କରାଯାଏ ତାହେଲେ ଆଗକୁ ଆହୁରି ଏହାର କୁପ୍ରଭାବ ବଢ଼ି ଚାଲିବ। ଅଭିଭାବକ ମାନଙ୍କୁ ଅନୁରୋଧ ନିଜର ପୁଅ କାହା ସଙ୍ଗେ ମିଶୁଛି ? କୁଆଡେ ଯାଉଛି ? ତାହାର ବିଷୟରେ ତଥ୍ୟ ସଂଗ୍ରହ କରିବା ସହ ସେ କୁଆଡେ କୁଆଡେ ଯାଉଛି ଟିକିଏ ନିଘା ରଖନ୍ତୁ ନହେଲେ ଆଗାମୀ ଦିନରେ କଣ ହେବ କିଏ କହିବ ? କିଛି ଭଲ ପିଲା ଏ ବାଟରେ ନ ଯାଇ ନିଜର ପଢ଼ା ପଢ଼ି ଉପରେ ଧ୍ୟାନ ଦେବା ସହ ରାତିରେ କୁଆଡେ ନ ବୁଲି ଘରେ ରହି ପାଠ ପଢୁଛନ୍ତି ଯାହାକି ଏ ବୟସରେ ଜରୁରୀ ଅଟେ। ତେଣୁ ଅଭିଭାବକ ମାନେ ମଧ୍ୟ ଏ ଦିଗରେ ଟିକିଏ ଚିନ୍ତା କରନ୍ତୁ। ସମାଜରେ ବହୁତ ଖରାପ ଲୋକ ଥିଲେ ହେଁ ଭଲ ଲୋକଙ୍କ ବି ଅଭାବ ନାହିଁ। ସେମାନଙ୍କ ସହ ସଂଗ କଲେ ନିଜର ଭବିଷ୍ୟତ ଗଢି ଉଠିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026

You Might Also Like

  ଜିଲ୍ଲା  

ଗଣିତ ଗବେଷଣା