-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
21-Sep-2026
ଡୁଙ୍ଗୁରିପାଲି: ଏକ ଟ୍ରେନ ଧକ୍କାରେ ଜଣେ ସୁବକର ହାଚ ଶରୀରରୁ ଅଲଗା ହୋଇଥୁବା ଘଟଣା ଦେଖୁବାକୁ ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ସକାଳ ୧୦.୩୦ ପାଖାପାଖୁ ଏକ ଟ୍ରେନ ବଲାଙ୍ଗିର ପଟରୁ ସମ୍ବଲପୁର ଅଭିମୁଖେ ଯାଉଥୁଲା । ଏହି ସମୟରେ ସମଲେଇଚୁଆ ଗ୍ରାମର ସଚିନ ହୁଏ ନାମକ ଏକ ଯୁବକକୁ ସହଲା-ରାମପୁର ଫାଟକ ନିକଟରେ ଟ୍ରେନ ଧକ୍କା ଦେଇଥିଲେ । ଫଳରେ ଯୁବକର ବାମ ହାଡ ଶରୀରରୁ ଅଲଗା ହୋଇ ଟ୍ରେନ ଧାରଣା କଡକୁ ଉଡିଯାଇଥିଲା । ଯୁବକ ଜଣକ ଘରୁ ଆସିବା ବେଳେ ତାଙ୍କ ମାଆ ପଛରେ ରହିଥିଲେ । କେଉଁ ପରିସ୍ଥିତିରେ ଯୁବକ ଜଣକ ଏଭଳି ଘଟଣାରୁ ଶୀକାର ହୋଇଛି ଏହାକୁ ନେଇ ରେଳ ବିଭାଗ ପକ୍ଷରୁ ଚଦନ୍ତ ଜାରି ରହିଛି । ଦୁର୍ଘଟଣା ପରେ ପରିବାର ଲୋକେ ଦୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।