-+91-9937148622 |
prerana_bgr@rediffmail.com |
Sunday 18th October 2026 |
R.N.I. Regd No. ODIODI/2010/46693
Breaking News
29-Jul-2026
(ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ଭଣ୍ଡାରୀଗୁଡା ଗ୍ରାମପଞ୍ଚାୟତ ରେ ଅବସ୍ଥିତ ପୋଡ଼ାଗଡ ଐତିହାସିକ ପୀଠର ନେସନାଲ ମନ୍ୟୁମେଣ୍ଟ ସର୍ଭେ ଅଫ୍ ଇଣ୍ଡିଆ ତରଫରୁ ସର୍ଭେ ଆରମ୍ଭ ହୋଇଛି ଏଥି ନିମନ୍ତେ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟ ମୁଖ୍ୟ ଉପଦେଷ୍ଟା ଡଃ କୈଳାସ ଚନ୍ଦ୍ର ବେହେରା ମହାମହିମ୍ ରାଷ୍ଟ୍ରପତିଙ୍କୁ ଏକ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ ଯାହାକି ମହା ମହିମ୍ ରାଷ୍ଟ୍ରପତି ଡଃ ବେହେରାଙ୍କ ପତ୍ରକୁ ଗୁରୁତ୍ୱ ଦେଇ ପଠା ଯାଇଥିବା ପୋଡ଼ାଗଡର ଏକ ବ୍ଲୁ ପ୍ରିଣ୍ଟ କୁ ଅନୁଧ୍ୟାନ କରିଥିଲେ ଓ ପୋଡ଼ାଗଡର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଜାତୀୟ ପ୍ରତ୍ନତତ୍ତ୍ଵ ବିଭାଗ କୁ ଚିଠିକରିଥିଲେ। ଆଜି ଜିଲ୍ଲା ସଂସୃତି ଅଧିକାରୀ ଶ୍ରୀଯୁକ୍ତ ଘାଶିଆ ହରିଜନଙ୍କ ସହିତ ଜାତୀୟ ସ୍ତରରୁ ଆସିଥିବା ଟିମ ସହ ଉମରକୋଟ ଥାନା ଏ ଏସ ଆଇ କୁଲଭୁସନ୍ ନାୟକ ଓ ତାଙ୍କ ସହଯୋଗୀ ପାଞ୍ଚଜଣ କନେଷ୍ଟବଲ ଓ ଉମରକୋଟ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ମନୋଜ ମେହେରଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ସମଲ୍ ଓ କନିଷ୍ଟ ଯନ୍ତ୍ରୀ ଶ୍ରୀଯୁକ୍ତ ଉଦୟନାଥ ମୁର୍ମୁ ଙ୍କ ସମେତ ପୋଡ଼ାଗଡ ସେବାୟତ ଚାରିଟେବୁଲ ଟ୍ରଷ୍ଟର ସଭ୍ୟ ମାନେ ସ୍ୱାଗତ କରିଥିଲେ ,ଏହି ସର୍ଭେ କାର୍ଯ୍ୟରେ ସର୍ବ ପ୍ରଥମେ ସଂଗ୍ରହାଳୟ ରେ ଥିବା ମୂର୍ତ୍ତି ଗୁଡିକୁ ଅନୁଧ୍ୟାନ କରିଥିଲେ ପରେ ଗୁଣ୍ଡୁରୁ ଭୈରବ ମନ୍ଦିର ଓ ଉପରଗଡ ପାହାଡ ଚଢ଼ି ଥିଲେ ହାତୀ ବନ୍ଧା ପଥର ,ଲେଖନୀ ପଥର , ଧାନ କୁଟା କୋଟନି ଗାତ ଗାଦି ମାଆ ମନ୍ଦିର ଦେବରା ପାଇକ ଧନୁ ଓ ରାଜାଙ୍କ ପାଟ ଖଣ୍ଡା,ଦେଖିଲା ପରେ ଚଉଁରିଆ ମନ୍ଦିରରେ ଥିବା ରାଜାଙ୍କ ଢାଲ ଖଣ୍ଡା ଦେଖିଲା ପରେ ଭୈରବ ମନ୍ଦିର ଯାଇଥିଲେ ସେଠାରେ ଭୈରବ,ଗଣେଶ,ମା ଦନ୍ତେଶ୍ୱରି , ମାଉଲି ପରେ କଳା ଭୈରବ ମନ୍ଦିର ,ଯୋଗୀ ଗୁମ୍ଫା ଦେଖିଥିଲେ ପରେ ବି ଏସ, ପଦର ଠାରେ ଥିବା ଶିଳା ଲେଖା ର ଫଟୋ ଉତ୍ତୋଳନ କରି ଥିଲେ ଏବଂ ଗାଡା ଦୂର୍ଦାନି ମନ୍ଦିର ନିକଟରେ ଥିବା ବାରଟି ଶଗଡ଼ ଚକ ଓ ଶିବ ଲିଙ୍ଗ ଗଣେଶ ମୂର୍ତ୍ତି ଓ ବାର ଭୂଜାଙ୍କ ଦେବୀଙ୍କ ମୂର୍ତ୍ତିର ଫଟୋ ଉଠାଇଲେ। ସର୍ବେ ପରେ ଏହି ସବୁ ଐତିହାସିକ ତଥ୍ୟ ରେକଡଭୁକ୍ତ ହେବାର ଯୋଜନା ରହିଛି ବୋଲି ସୂଚନା ମିଳିଛି।