-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||     

HOME   ଜିଲ୍ଲା

ଡାକ୍ତର ଭଗବାନ ଙ୍କ ଦ୍ୱିତୀୟ ଅବତାର: ଗୌତମ ରାୟ ♦️୫ ବରିଷ୍ଠ ଡାକ୍ତରଙ୍କୁ ଜୀବନ ବ୍ୟାପି ସାଧନା ସମ୍ମାନ ♦️୭୧ ଡାକ୍ତରଙ୍କୁ ସ୍ବତନ୍ତ୍ର ସମ୍ମାନ

19-Jul-2026



ଯାଜପୁର(ପ୍ରଦୀପ କୁମାର ମଲ୍ଲିକ):ଯାଜପୁର ଜିଲ୍ଲାରେ ବର୍ତ୍ତମାନ ଡାକ୍ତରଙ୍କ ଅଭାବ ଏକ ବଡ଼ ସମସ୍ୟା ହୋଇ ରହିଛି। ଅନେକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ସତ୍ତ୍ୱେ, କାର୍ଯ୍ୟରତ ଡାକ୍ତରମାନେ ରୋଗୀଙ୍କ ସେବା ଓ ଚିକିତ୍ସା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସୀମିତ ମାନବସମ୍ପଦ ମଧ୍ୟରେ ସେମାନେ ଅଧିକ ସମୟ କାମ କରୁଛନ୍ତି | ଅନେକ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ହସ୍ପିଟାଲରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ସତ୍ତ୍ୱେ, କାର୍ଯ୍ୟରତ ଡାକ୍ତରମାନେ ରୋଗୀଙ୍କ ସେବା ଓ ଚିକିତ୍ସା ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସୀମିତ ମାନବସମ୍ପଦ ମଧ୍ୟରେ ସେମାନେ ଅଧିକ ସମୟ କାମ କରି ରୋଗୀଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇବାରେ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। ଡାକ୍ତରମାନଙ୍କୁ ‘ଦ୍ୱିତୀୟ ଭଗବାନ’ ବୋଲି କୁହାଯାଏ, ଏବଂ ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କର ସମର୍ପଣ, କର୍ତ୍ତବ୍ୟନିଷ୍ଠା ଓ ମାନବିକ ସେବାଭାବ ସତରେ ପ୍ରଶଂସନୀୟ |
 ବୋଲି ‘ପ୍ରମେୟ’ ହେଲ୍‌ଥ କନକ୍ଲେଭରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଅମ୍ବର କୁମାର କର ମତବ୍ୟକ୍ତ କରିଛନ୍ତି।ଯାଜପୁର ଟାଉନ୍ ଗୌତମ ବୁଦ୍ଧ ସଂସ୍କୃତି ଭବନ ପରିସରରେ ଶନିବାର ‘ପ୍ରମେୟ’ ଓ ‘ନ୍ୟୁଜ୍-୭' ପକ୍ଷରୁ ଡାକ୍ତର ଦିବସ ଅବସରରେ ହେଲ୍‌ଥ କନ୍‌କ୍ଲେଭ ଆୟୋଜନ କରାଯାଇଥିଲା। ପ୍ରଥମେ ଏକ ପ୍ୟାନେଲ୍ ଡିସ୍‌ସ୍କସନ୍ ଅନୁଷ୍ଠିତ ହୋଇଥିଲା। ‘ପ୍ରମେୟ’ ଡାଇରେକ୍ଟର( ମାର୍କେଟିଂ ଆଣ୍ଡ ସେଲ୍ସ) ହିମାଂଶୁ ହୋତା ଏହାକୁ ସଂଯୋଜନା କରିଥିଲେ। ବରିଷ୍ଠ ଶିଶୁ ବିଶେଷଜ୍ଞ ତା. ପ୍ରସନ୍ନ କୁମାର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡିଏମ୍ ଓ ଡା. ମନୋଜ ସେନାପତି,ମହାରାଜା ଯଯାତି କେଶରୀ ମେଡିକାଲ କଲେଜର ଆନାଟମି ବିଭାଗ ମୁଖ୍ୟ ଡା. ଧର୍ମନିରଂଜନ ମିଶ୍ର, ମହିଳା ଓ ପ୍ରସୂତି ବିଶେଷଜ୍ଞ ତା. ସୁମନ୍ତ୍ର କୁମାର ରାଉଳ, ବରୁଣେଶ୍ଵର ମହାବିଦ୍ୟାଳୟର ପୂର୍ବତନଅଧ୍ୟକ୍ଷ ଡ. ବଟକୃଷ୍ଣ ମହାପାତ୍ର ପ୍ରମୁଖ ଯୋଗ ଦେଇ ଡାକ୍ତରଙ୍କ ସୁରକ୍ଷା ସଂପର୍କରେ ସବିଶେଷ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଜିଲ୍ଲାପାଳ ଶ୍ରୀ କର କହିଥିଲେ, ଡାକ୍ତରମାନଙ୍କୁ କେବଳ ଜାଣିଲେ ହେବ ନାହିଁ, ସେମାନଙ୍କୁ ବୁଝିବା ଆବଶ୍ୟକ। ଯାଜପୁରରେ ଡାକ୍ତରଙ୍କ ସଂଘର୍ଷକୁ ମୁଁ ନିକଟରୁ ଦେଖୁଛି। ଡାକ୍ତର ପଦବୀ ପଛରେ ରହିଛି ଅନେକ ତ୍ୟାଗ, ପରିଶ୍ରମ ଓ ମଣିଷ ଜୀବନ ପ୍ରତି ଦାୟିତ୍ଵ । ଆଜି ‘ପ୍ରମେୟ’ ଓ ‘ନ୍ୟୁଜ୍ -୭’ ଯେଉଁଭଳି ଡାକ୍ତରଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିଛି ତାହା ସ୍ମରଣୀୟ ହୋଇରହିବ । ରାଜ୍ୟରେ ପର୍ଯ୍ୟାୟକ୍ରମେ ସରକାରୀ ଓ ଘରୋଇ ମେଡିକାଲ କଲେଜ ଖୋଲିବା ସହ ଏମ୍ବିବିଏସ୍ ସିଟ୍ ସଂଖ୍ୟା ବୃଦ୍ଧି ପାଇଛି । ଏହା ଦ୍ଵାରା ଆଗାମୀ ଦିନରେ ଡାକ୍ତର ଅଭାବ ସମସ୍ୟା  ଭିତରେ ଡାକ୍ତର ବି ମଣିଷ...ଦୂର ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଜିଲ୍ଲା ପରିଷଦ ସଭାପତି ତଥା ବିଜେପିର ବରିଷ୍ଠ ନେତା  ଗୌତମ ରାୟ ଡାକ୍ତରଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ। ସମାଜରେ ଡାକ୍ତରଙ୍କ ସ୍ଥାନ ସର୍ବଦା ସମ୍ମାନଜନକ ହୋଇଥିଲେ ମଧ୍ୟ ରାଜ୍ୟରେ ଡାକ୍ତରଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଉଥିବା ଚିନ୍ତାର ବିଷୟ। ଯାଜପୁର ଜିଲ୍ଲାରେ ୪୫୮ଟି ଡାକ୍ତର ପଦବୀରୁ ମାତ୍ର ୨୧୮ଜଣ ଡାକ୍ତର ବିଭିନ୍ନ ସ୍ବାସ୍ଥ୍ୟ ଅନୁଷ୍ଠାନରେ କାର୍ଯ୍ୟରତ ଅଛନ୍ତି ବୋଲି ସେ କହିଥିଲେ।‘ପ୍ରମେୟ’ର ସଂପାଦକ ଗୋପାଳକୃଷ୍ଣ ମହାପାତ୍ର ଯୋଗ ଦେଇ ଡାକ୍ତରଙ୍କ ମଧୁର ବ୍ୟବହାର ଓ ସାନ୍ତ୍ୱନା ମୂଳକ କଥା ରୋଗୀଙ୍କୁ ଅଧା ସୁସ୍ଥ କରିଦେଇଥାଏ ବୋଲି କହିଥିଲେ। ‘ପ୍ରମେୟ’ ଓ ‘ନ୍ୟୁଜ୍-୭’ର ପ୍ରତିଷ୍ଠାତା ଡା. ମନୋଜ ରଞ୍ଜନ ନାୟକଙ୍କ ଲକ୍ଷ୍ୟ ଥିଲା ଡାକ୍ତରମାନଙ୍କୁ ସମ୍ମାନିତ ଓ ଉତ୍ସାହିତ କରିବା ।   ଦେବନାରାୟଣ ସେଠୀ କହିଥିଲେ, ବର୍ଭମାନ ଡାକ୍ତର ଓ ରୋଗୀଙ୍କ ସମ୍ପର୍କରେ ଦୂରତା ସୃଷ୍ଟି ହେଉଛି। ସାମାନ୍ୟ ଘଟଣା ମଧ୍ଯ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥୁବାରୁ ଡାକ୍ତରମାନେ ଅଧିକ ସମ୍ବେଦନଶୀଳ ହେବା ଆବଶ୍ୟକ। ଡାକ୍ତରମାନେ ସମସ୍ତଙ୍କ ଚିକିତ୍ସା କରୁଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ଓ ମାନସିକ ଚାପ ପ୍ରତି ସମାଜର ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ।ଏହି ଅବସରରେ ଯାଜପୁର ଜିଲ୍ଲାର ୫ଜଣ ବରିଷ୍ଠ ଡାକ୍ତରଙ୍କୁ ଜୀପନ ବ୍ୟାପି ସାଧନା ସମ୍ମାନ ପ୍ରଦାନ କରାଯାଇଥିଲା। ପୂର୍ବତନ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଧୂକାରୀ ଡା. ବିଜୟ କୁମାର ଶତପଥୀ, ବରିଷ୍ଠ ସ୍ନାୟୁ ଶଲ୍ୟ ବିଶେଷଜ୍ଞ ଡା. ଗୌରୀ ଶଙ୍କର ଷଡ଼ଙ୍ଗୀ, ବରିଷ୍ଠ ମେଡିସିନ ବିଶେଷଜ୍ଞ ଡା. କାର୍ଷିକ ଚନ୍ଦ୍ର ରାଉତ, ବରିଷ୍ଠ ମେଡିସିନ୍ ବିଶେଷଜ୍ଞ ଡା. ମଦନ ମୋହନ ସାମଲ ଏବଂ ବରିଷ୍ଠ ଚକ୍ଷୁ ଚିକିତ୍ସକ ଡା. ରାଜକିଶୋର ପଣ୍ଡା ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ। ସେହିପରି ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ସମେତ ଜିଲ୍ଲା ଅନ୍ତର୍ଗତ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ୭୧ଜଣ ଡାକ୍ତରଙ୍କ ସ୍ବତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମରେ ପ୍ରସାରଣ ବିଭାଗ ଡିଜିଏମ୍ ଗଜେନ୍ଦ୍ର ଦାସ, ଯାଜପୁର ସହକାରୀ ବ୍ୟୁରୋ ମୁଖ୍ୟ ଉଦୟନାଥ ଖଣ୍ଡାଇ, ବିଜ୍ଞାପନ ବିଭାଗ ଡିଜିଏମ୍ ବିଶ୍ଵରୂପ ପରିଡ଼ା, ମ୍ୟାନେଜର( ମାର୍କେଟିଂ) ସତ୍ୟରଂଜନ ମିଶ୍ର, ‘ନ୍ୟୁଜ୍-୭’ ଜିଲ୍ଲା ପ୍ରତିନିଧ ସୁରେନ୍ଦ୍ର ସାମଲ, ‘ପ୍ରମେୟ’ ଉପଖଣ୍ଡ ପ୍ରତିନିଧୂ ଦିଲ୍ଲୀପ ଦାସ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026

You Might Also Like

  ଜିଲ୍ଲା  

ଗଣିତ ଗବେଷଣା