-+91-9937148622 |

prerana_bgr@rediffmail.com |

  Monday 13th July 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   (12-Jul-2026)       ||      କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   (12-Jul-2026)       ||      ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   (12-Jul-2026)       ||      ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ    (12-Jul-2026)       ||      ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ    (12-Jul-2026)       ||      ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   (12-Jul-2026)       ||      ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   (12-Jul-2026)       ||      ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା    (12-Jul-2026)       ||      ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   (12-Jul-2026)       ||      ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   (12-Jul-2026)       ||      ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍    (12-Jul-2026)       ||      ବୁଦ୍ଧିଜୀବୀ ମାନଙ୍କର ଶାସକ ଗୋଷ୍ଠୀର ଜୟଗାନ ମନୋବୃତ୍ତି ସମାଜ କୁ ଆହୁରି ଅଧୋପତନ ଆଡକୁ ନେଇ ଯାଉଛି    (12-Jul-2026)       ||      ବୃକ୍ଷରୋପଣ ଆମରି ପଣ   (12-Jul-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପ୍ରଶ୍ନୋତ୍ତର ପ୍ରତିଯୋଗିତା    (12-Jul-2026)       ||      *ଗାଁ ମୁହାଁ ଜଙ୍ଗଲୀ ଭାଲୁ.... ବୋରିପଦର ଗ୍ରାମରେ ଭାଲୁର ଆତଙ୍କ*   (12-Jul-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ ଙ୍କ 53 ତମ ଜନ୍ମଦିବସ ବୁର୍ଡ଼l ଡାକ ବଙ୍ଗଳା ଠାରେ ମହା ସମାରୋହରେ ପାଳିତ    (12-Jul-2026)       ||      କୁଟୁମ୍ବଡୋଲା କ୍ଲଷ୍ଟର ପକ୍ଷରୁ ସିଆଲବାହାଲି ଠାରେ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା   (12-Jul-2026)       ||      ଅଲେଖ ଧର୍ମ ବଳାମ୍ବି ସ୍ବର୍ଗତ ବିନ୍ଦୁ ବାରିକ ଙ୍କ ଅକାଳ ବିୟୋଗ, ଅଂଚଳ ରେ ଶୋକର ଛାୟା   (12-Jul-2026)       ||      ଯୁବକଙ୍କୁ ହତ୍ୟା, ପୁଲିସର ତଦନ୍ତ ଜାରି   (11-Jul-2026)       ||     

HOME   ଜିଲ୍ଲା

ମାଲକାନଗିରିରେ ସରକାରୀ ଡାକ୍ତରଙ୍କ ପ୍ରାଇଭେଟ୍ ଚିକିତ୍ସାକୁ ଗୁରୁତ୍ୱ (ଗରିବ ଓ ମଧ୍ୟବିତ୍ତ ରୋଗୀ ଆର୍ଥିକ ଶୋଷଣର ଶିକାର)

05-Jun-2026



ମାଲକାନଗିରି: ମାଲକାନଗିରି ସଦର ମହକୁମାକୁରେ ଥିବା ପ୍ରାଇଭେଟ୍ କ୍ଳିନିକ୍, ପ୍ରାଇଭେଟ୍ ଔଷଧ ଦୋକାନଗୁଡିକରେ ସରକାରୀ ଡାକ୍ତରମାନଙ୍କ ପ୍ରାଇଭେଟ୍ ବିଜନେସ ଭାରି ଜୋରରେ ଚାଲିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିଯୁକ୍ତି ପ୍ରାପ୍ତ କିଛି ସରକାରୀ ଡାକ୍ତର ସକାଳେ, ମଧ୍ୟାହ୍ନରେ ଓ ସଂଧ୍ୟାରେ ଅର୍ଥାତ ଦିନକୁ ୩ ଥର କ୍ଳିନିକ୍ ବା କୌଣସି ଔଷଧ ଦୋକାନକୁ ଧାଇଁ ଥାନ୍ତି ରୋଗୀମାନଙ୍କୁ ଘରୋଇ ଚିକିତ୍ସା ପ୍ରଦାନ କରି ମୋଟା ଅଙ୍କର ଅର୍ଥ ଉପାର୍ଜନ କରିବା ପାଇଁ। ଫଳରେ ସରକାରୀ ଚିକିତ୍ସାଳୟରେ ରୋଗୀମାନେ ଉତ୍ତମ ଚିକିତ୍ସା ପ୍ରଦାନ କରୁନଥିବା ଅଭିଯୋଗ ହୋଇ ଆସୁଛି। ବର୍ତ୍ତମାନ ଯେଉଁ ଔଷଧ ଦୋକାନ ଗୁଡିକରେ ଡାକ୍ତର ମାନେ ବସି ପର୍ଚା ଲେଖୁଛନ୍ତି,ସେହି ଔଷଧ ଦୋକାନରୁ ହିଁ ଔଷଧ କ୍ରୟ କରିବାକୁ ବାଧ୍ୟ କରିଥାନ୍ତି। ପର୍ଚା ଲେଖାବା ପାଇଁ କେହି କେହି  ଡାକ୍ତର ଫିସ ବାବଦରେ ୩୦୦ ଟଙ୍କାରୁ ୫୦୦ ଟଙ୍କା ନେଉଥିବା ବେଳେ ଔଷଧ ଦୋକାନରୁ ପରସେଣ୍ଟେଜ (ପିସି)ପାଇଥାନ୍ତି। ଏହା ବ୍ୟତୀତ ନିର୍ଦ୍ଧିଷ୍ଟ ପାଥୋଲ୍ଯାବରୁ  ରକ୍ତ,ମଳ, ମୂତ୍ର,କଫ ଓ ଅନ୍ୟାନ୍ୟ ଟେଷ୍ଟ କରିବା ପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ଉକ୍ତ ଲ୍ଯାବର ମାଲିକ
ସମସ୍ତ ପରୀକ୍ଷଣର ମୋଟ ଆୟର ୫୦ ପ୍ରତିଶତ ଅର୍ଥ ଡାକ୍ତରଙ୍କ ଘରେ ଦୈନିକ ଭିତିରିଆ ପହଞ୍ଚାଇଥାନ୍ତି। ନିର୍ଦ୍ଧିଷ୍ଟ ଔଷଧ ଦୋକାନରୁ ଔଷଧ କ୍ରୟ କରିବା ଓ ନିର୍ଦ୍ଧିଷ୍ଟ କ୍ଳିନିକ୍ ରୁ ବିଭିନ୍ନ ପରୀକ୍ଷା କରାଇବାକୁ କଡ଼ାକଡ଼ି କଟକଣା ଲଗାଇଥାନ୍ତି। ବ୍ୟତିକ୍ରମ ହେଲେ ରୋଗୀଙ୍କ ଉପରେ କ୍ରୋଧାନ୍ୱିତ ହୋଇ ଖରାପ ମନ୍ତବ୍ୟ ଦେଇଥାନ୍ତି । ରୋଗୀ ମାନେ ଡାକ୍ତରଙ୍କ ଧମକପୂର୍ଣ୍ଣ କଥା ଶୁଣି ନିରବ ରହିବାକୁ ବାଧ୍ୟ ହୋଇ ଥାନ୍ତି।ମାଗଣା ଚିିିକିତ୍ସା ଲାଗି ସରକାର ମାଲକାନଗିରି ଜିଲ୍ଲା ସଦର ମହକୁମାରେ ସାତ ମହଲା ବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାପନ କରିଥିବା ବେଳେ କମ୍ ସଂଖ୍ୟକ ବିଶେଷଜ୍ଞ ଥିବାରୁ ଏହି ଡାକ୍ତରମାନଙ୍କ ଭାଉ କାହିଁରେ କେତେ? ରୋଗୀଙ୍କ ଜୀବନ ମରଣ ସମସ୍ୟାର ସୁଯୋଗ ନେଇ କିଛି ଡାକ୍ତର ରୋଗୀମାନଙ୍କୁ ଶୋଷଣ କରିବାର ସହଜ ପନ୍ଥାକୁ ଆପଣେଇ ଥାନ୍ତି। ବିଚାରା ରୋଗୀ ଡାକ୍ତରଙ୍କ ଶୋଷଣ ମନବୃତ୍ତିକୁ ବିରୋଧ କରି ନ ପାରି ଆର୍ଥିକ ଓ ମାନସିକ ଯନ୍ତ୍ରଣାର ଶିକାର ହେବାକୁ ପଡ଼ିଥାଏ ।
ଅନ୍ୟପକ୍ଷରେ ସରକାରୀ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ଅଲଟ୍ରାସାଉଣ୍ଡ ମେସିନ ଥିଲେ ମଧ୍ୟ ଅଧିକାଂଶ ଗର୍ଭବତୀ ମହିଳାଙ୍କ ଗର୍ଭ କିଛି ନିର୍ଦ୍ଦିଷ୍ଟ ପ୍ରାଇଭେଟ୍ କ୍ଳିନିକ୍ ରେ ପରୀକ୍ଷା ପାଇଁ ଭିଡ ଜମିଥାଏ । ଗର୍ଭବତୀ ମହିଳାଙ୍କ ଠାରୁ ଗର୍ଭ ପରୀକ୍ଷା ପାଇଁ ମୋଟା ଅଙ୍କର ଅର୍ଥ ଆଦାୟ କରାଯାଇଥାଏ । ତେବେ ଏହି ଅଲଟ୍ରାସାଉଣ୍ଡ ମେସିନଟି କିଛି ନିର୍ଦ୍ଦିଷ୍ଟ ଡାକ୍ତରଙ୍କ ହୋଇଥିବାରୁ କୌଣସି ରୋଗୀଙ୍କର ପ୍ରତିବାଦ ନାହିଁ। ଫଳରେ ଅଧିକାଂଶ ଗରିବ ଗର୍ଭବତୀ ମହିଳା ଉକ୍ତ ପ୍ରାଇଭେଟ୍ କ୍ଳିନିକ୍ ରେ ଗର୍ଭ ପରୀକ୍ଷା କରି ଆର୍ଥିକ ଶୋଷଣ ଶିକାର ହୋଇଥାନ୍ତି।ଅନ୍ଯ ପକ୍ଷରେ ଗର୍ଭବତୀ ମହିଳାଙ୍କୁ ସ୍ବାଭାବିକ ପ୍ରସବ ନ କରାଇ ସିଜେରିଆନ ମାଧ୍ୟମରେ ପ୍ରସବ କରାଇ କିଛି ନିର୍ଦ୍ଧିଷ୍ଟ ଡାକ୍ତର ମୋଟା ଅଙ୍କର ଅର୍ଥ ହାତେଇ ଥାନ୍ତି।ଆଉ କିଛି ଡାକ୍ତର ମିଠେଇ ନାଁ ରେ
ଟଙ୍କା ମାଗିବାର ମାଧ୍ୟମ ପାଲଟି ଯାନ୍ତି ।
ଅନ୍ୟପକ୍ଷରେ ସରକାରୀ ପରୀକ୍ଷା ପାଇଁ ଯେଉଁମାନେ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟକୁ ଯାଇ ଥାନ୍ତି, ସେମାନେ ଜାଣିଶୁଣି ପରୀକ୍ଷାକୁ ଦୀର୍ଘ ସମୟ ବିଳମ୍ବ କରିଥାନ୍ତି, ଫଳରେ ମୁର୍ମୂଷୁ ରୋଗୀଟି ବାଧ୍ୟ ହୋଇ ପ୍ରାଇଭେଟ୍ ପରୀକ୍ଷା କରିଥାଏ ।
କିଛି ନିର୍ଦ୍ଧିଷ୍ଟ ଡାକ୍ତର ସଦର ମହକୁମାରେ ୨୦ ରୁ ୨୭ ବର୍ଷ ହେଲା ଆସ୍ଥାନ ଜମାଇ ରହିଥାଲା ବେଳେ ସେମାନ ବଦଳି ନହେବାରୁ ନିଜର ମନମୁଖୀ ଶାସନ ବଳବତ୍ତର ରହିଛି।
ଓଡ଼ିଶାରେ ବିଜେଡି ସରକାର ଯାଇ ବର୍ତ୍ତମାନ ବିଜେପି ସରକାର ଶାସନ ଗାଦିରେ ବସିଛି।ନିୟମ ଦୃଷ୍ଟିରୁ ଜଣେ ସରକାରୀ ଅଧିକାରୀ ଗୋଟିଏ ସ୍ଥାନରେ ୩ ବର୍ଷ ରହିଲା ପରେ ବଦଳି ହେବାର ନିୟମ ରହିଛି। ମାତ୍ର ମାଲକାନଗିରି ଜିଲ୍ଲାରେ କିଛି ନିର୍ଦ୍ଧିଷ୍ଟ ଡାକ୍ତର ୨୦ ରୁ ୨୭ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଜିଲ୍ଲାରେ ରହିଥିଲେ ମଧ୍ୟ ସେମାନଙ୍କ କ୍ଷେତ୍ରରେ ବଦଳି ନିୟମ କାମ କରୁ ନାହିଁ। ସ୍ବାସ୍ଥ୍ୟ ମନ୍ତ୍ରୀ ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ। ବର୍ତ୍ତମାନ ମାଲକାନଗିରି ସଦର ମହକୁମାରେ ଥିବା କିଛି ବିଶେଷଜ୍ଞ ଡାକ୍ତର ରୋଗୀମାନଙ୍କୁ ଦିନରାତି ଶୋଷଣ କରିବା ଅଭ୍ୟାସ ଗତ ପ୍ରବୃତ୍ତିରେ ପରିଗଣିତ ହୋଇଗଲାଣି। କିଛି ନିର୍ଦ୍ଧିଷ୍ଟ ଡାକ୍ତରଙ୍କ ପ୍ରତି ଜନ ଅସନ୍ତୋଷ ଦାନା ବାନ୍ଧୁଥିଲେ ମଧ୍ୟ ରାଜନୈତିକ ମହଲରେ ସ୍ଥିତି ଦୁର୍ବଳ ଥିବାରୁ ଡାକ୍ତରମାନଙ୍କୁ ଅନ୍ୟତ୍ର ବଦଳି ହେଉନାହିଁ।ବର୍ତ୍ତମାନ ଦିନକୁ ଦିନ ମାଲକାନଗିରି ଜିଲ୍ଲାରେ ସରକାରୀ ଡାକ୍ତରମାନେ ପ୍ରାଇଭେଟ୍ ଚିକିତ୍ସା ଗୁରୁତ୍ୱ ଦେଉଥିବାରୁ  ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ରୋଗୀମାନେ ଦୈନିକ ହନ୍ତସନ୍ତ ହେଉଥିବା ବେଳେ ଏହି ଅମାନବୀୟ ଶୋଷଣର ପୂର୍ଣ୍ଣଛେଦ କେବେ ପଡିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସରକାରୀ ଡାକ୍ତରମାନଙ୍କୁ ମାସିକ ରାଜ୍ୟ ସରକାର ମୋଟା ଅଙ୍କର ଦରମା ଦେଉଥିବା ସତ୍ବେ ସେମାନେ ପ୍ରାଇଭେଟ୍ ଚିକିତ୍ସାକୁ ଅଧିକ ଗୁରୁତ୍ବ ଦିନ ସାରା କ୍ଲିନିକ୍ ଓ ଔଷଧ ଦୋକାନରେ ଡେରା ପକାଇଥାନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଆଉଟ୍ ଡୋର୍ ରେ କିଛି ନୂଆ ପିଢ଼ିର ଯୁବ ଡାକ୍ତରମାନେ ରୋଗୀ ସେବା କରିଥାନ୍ତି। ଯେହେତୁ ସେମାନେ ପ୍ରକକ୍ଟିସ କରିବା ଏବଂ ଅଭିଜ୍ଞତା କମ୍ ଥିବାରୁ ମୁର୍ମୁଷୁ ରୋଗୀଙ୍କୁ
ଚିକିତ୍ସା କରିବାରେ ଅନ୍ତରାୟ ସୃଷ୍ଟି ହେଉଛି। ବିଶେଷଜ୍ଞ ଡାକ୍ତରମାନେ 
କେବେ ଆଉଟ୍ ଡୋର୍ ରେ ବସନ୍ତି ନାହିଁ କି ରୋଗୀ ସେବା କରନ୍ତି ନାହିଁ। କେବଳ ଇନ୍ ଡୋରରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କୁ 
ଘଣ୍ଟାଏ ଦେଢ଼ ଘଣ୍ଟା ରାଉଣ୍ଡ କରି ପୁଣି ଆପଣା ପ୍ରାଇଭେଟ୍ କ୍ଲିନିକ୍ ଓ
ଔଷଧ ଦୋକାନରେ ବ୍ୟବସାୟ ଆରମ୍ଭ କରିଥାନ୍ତି। ଜଣେ ଜଣେ ବିଶେଷଜ୍ଞ ଡାକ୍ତର ଦୈନିକ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ରୋଜଗାର କରୁଥିବା ବେଳେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ 
କେବେ ଚଢ଼ାଉ କରିବାର ନଜିର ନାହିଁ। ରୋଗୀମାନଙ୍କୁ ଦିନରାତି ଶୋଷଣ କରୁଥିବା ଡ଼ାକ୍ତରଙ୍କ ପ୍ରତି ଭିଜିଲାନ୍ସ ବିଭାଗର କୋହଳ ମନୋବୃତ୍ତି ଯୋଗୁଁ ଡ଼ାକ୍ତରଙ୍କ ମନମୁଖୀ ଶାସନ ଚାଲିଛି। ଅନ୍ୟ ପକ୍ଷରେ ମାଲକାନଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଯୋଗୁଁ 
ସରଳ ନିରୀହ ଜନତାଙ୍କୁ ଶୋଷଣ କଲେ ମଧ୍ୟ କେହି ସ୍ବର ଶାଣିତ କରନ୍ତି ନାହିଁ। ମାଲକାନଗିରି ଜିଲ୍ଲାରେ ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଳକ ଚୋୟାରମାନ, ସରପଞ୍ଚ ଆଦି ପଦପଦବୀ ସବୁ ଆଦିବାସୀ ନେତାଙ୍କ ଲାଗି ସଂରକ୍ଷଣ କରାଯାଇଥିଲା ବେଳେ ସ୍ବାସ୍ଥ୍ୟ 
ବିଭାଗ ପ୍ରତି କୋହଳ ମନୋବୃତ୍ତି ଦେଖିବାକୁ ମିଳୁଛି। ଯଦି କୌଣସି ସଚେତନଶୀଳ ନାଗରିକ ଡାକ୍ତରଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କଲା ତେବେ ଡାକ୍ତରମାନେ ସଙ୍ଘ ବଦ୍ଧ ହୋଇ ତାଙ୍କୁ ଟାର୍ଗେଟ କରନ୍ତି। ଏମିତି ସ୍ବାସ୍ଥ୍ୟ ବିଭାଗରେ ସମସ୍ଯା ଲାଗି ରହିବା ବେଳେ ନୂତନ ସରକାରଙ୍କୁ ୨ ବର୍ଷ ପୂର୍ତ୍ତି ହେବାକୁ ଯାଉଥିଲେ ମଧ୍ୟ ବର୍ଷ ବର୍ଷ ଧରି ରହି ଥିବା ଡ଼ାକ୍ତରମାନଙ୍କ ବଦଳି କେବେ ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ଏଥି ପ୍ରତି ସ୍ବାସ୍ଥ୍ୟ ମନ୍ତ୍ରୀ ଏବଂ ସ୍ବାସ୍ଥ୍ୟ ସଚିବ ଦୃଷ୍ଟି ଦେବାକୁ ସାଧାରଣରେ ଦୃଢ଼ ଦାବି ହୋଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ରାଜ୍ୟ  
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ରାଜ୍ୟବ୍ୟାପୀ ବେସରକାରୀ ନର୍ସିଂ କଲେଜ ଯାଞ୍ଚ: ବଲାଙ୍ଗିରରେ ଯାଞ୍ଚ ପ୍ରକ୍ରିୟାକୁ ନେଇ ଉଠୁଛି ପ୍ରଶ୍ନ   12-Jul-2026
  ଜିଲ୍ଲା  
କୋମନାରେ ଜିଲ୍ଲା ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ   12-Jul-2026
  ଜିଲ୍ଲା  
ସୁବର୍ଣ୍ଣପୁର ରେ ଓଡ଼ିଶା ସାମ୍ୱାଦିକ ସଂଘ ର ରାଜ୍ୟ କାର୍ଯ୍ୟକାରିଣୀ ଓ ଜିଲ୍ଲା ଶାଖାର ବାର୍ଷିକ ଉତ୍ସବ ଅନୁଷ୍ଠିତ   12-Jul-2026
  ଜିଲ୍ଲା  
ଯୋଗ ର ଉପକାରିତା ଉପରେ ଏକ ଆଲୋଚନା ଚକ୍ର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ   12-Jul-2026
  ଜିଲ୍ଲା  
ପ୍ରାସଙ୍ଗିକ ଓ ମାଟିମନସ୍କ ହୁଅନ୍ତୁ ଯୁବ ଲେଖକ   12-Jul-2026
  ଜିଲ୍ଲା  
ରେଟାମୁଣ୍ଡାରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗୋଣ୍ଡ ମହାସଭାର ନୂତନ କାର୍ଯ୍ୟକାରି କମିଟି ଗଠିତ ,   12-Jul-2026
  ଜିଲ୍ଲା  
ଗୋପାଳପୁର ଆଶ୍ରମ ସ୍କୁଲରେ ୭୭ ତମ ବନ ମହୋତ୍ସବ ପାଳିତ   12-Jul-2026
  ଜିଲ୍ଲା  
ଆକାଶବାଣୀ ବଲାଙ୍ଗୀରର ସାମୟିକ ଉଦଘୋଷକ ଶରତ କୁମାର ନନ୍ଦ ଙ୍କୁ ଅବସର ସମ୍ବର୍ଦ୍ଧନା   12-Jul-2026
  ଜିଲ୍ଲା  
ଆଗଲପୁର ଠାରେ ବିଜେପିର ବିଏଲଓ ବୈଠକ   12-Jul-2026
  ଜିଲ୍ଲା  
ରାଜ୍ୟ ସ୍ତରୀୟ ଗଙ୍ଗାଧର ମେହେର ଜୟନ୍ତୀ ସମାରୋହ ପାଇଁ ପ୍ରସ୍ତୁତି ବୈଠକ ।   12-Jul-2026
  ଜିଲ୍ଲା  
ସୁରେନ୍ଦ୍ର ପଟେଲଙ୍କ କୋଶଲୀ ରାମାୟଣ ଲୋକାର୍ପଣ ଏବଂ ତହଁକ୍ କୁଟୁମ୍ ର ଝକେର୍ କବିତା ଆସର୍   12-Jul-2026

You Might Also Like