-+91-9937148622 |

prerana_bgr@rediffmail.com |

  Friday 12th June 2026 |

| | | |

R.N.I. Regd No. ODIODI/2010/46693

Breaking News

କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ    (12-Jun-2026)       ||      *ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   (12-Jun-2026)       ||      ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   (11-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   (11-Jun-2026)       ||      ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   (11-Jun-2026)       ||      ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ    (11-Jun-2026)       ||      *ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   (11-Jun-2026)       ||      ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   (11-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   (11-Jun-2026)       ||      ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   (11-Jun-2026)       ||      ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ଓ୍ବାଶିଂଟନ୍‌ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ‌‌ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ   (11-Jun-2026)       ||      ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ ଙ୍କ  ହୃଦଘାତରେ ପରଲୋକ    (11-Jun-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଂଚଳରେ ତିନିଟିକିଆ ହାତୀପଲ, ଲୋକଙ୍କ ମଧ୍ୟରେ ଭୟ   (11-Jun-2026)       ||      ବରପାଲି ରେଲୱେ ଉପଭୋକ୍ତା କମିଟି ଗଠିତ   (11-Jun-2026)       ||      ଭାରତ ନିର୍ମାଣ ସମିତି ଦ୍ୱାରା ସମ୍ବର୍ଦ୍ଧନା ଜ୍ଞାପନ    (11-Jun-2026)       ||      ଜାତୀୟ କଳାକାର ସମ୍ମାନ ୨୦୨୬ ରେ "ଚିନ୍ମୟ କୁମାର" ନାଟ୍ୟଶାସ୍ତ୍ର ସମ୍ମାନରେ ସମ୍ମାନିତ   (11-Jun-2026)       ||      ନୂଆବଜାର ଛକ ଖୋଳି ଗେଲ୍ ଇଣ୍ଡିଆ ଛୁ’: ରାସ୍ତାସାରା କାଦୁଅ ପଚ୍ ପଚ୍ | ଖାଲରେ ପଡି ଏସ୍ ସିବିରେ ଭର୍ତ୍ତି ।ସରକାର ଙ୍କୁ ଗାଳି କଲେ ଯାତ୍ରୀ   (11-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଉପସ୍ଥିତି ରେ ଜନ୍ମଦିନ ପାଳନ କଲେ ମଣ୍ଡଳ ଯୁବ ସଭାପତି ସୁଜିତ ବେହେରା   (10-Jun-2026)       ||      ବଲାଙ୍ଗୀର : ଭୋଟର ତାଲିକାକୁ ଅଧିକ ସୁଦୃଢ଼, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସଘନ ସଂଶୋଧନ କାର୍ଯ୍ୟକ୍ରମ    (10-Jun-2026)       ||     

HOME   ଜିଲ୍ଲା

ଉଲଟା ଚୋର କୋତୱାଲ କୋ ଡାଁଟେ - ନରସିଂହ♦️ ଛତାମଖନା ବ୍ୟାରେଜ ବଲାଙ୍ଗିରବାସୀଙ୍କ ପାଇଁ ହେବ ଆଶିର୍ବାଦ, ବ୍ୟାରେଜରୁ ବଲାଙ୍ଗିରବାସୀ ପାଇବେ ପିଇବା ପାଣି

03-Jun-2026



ବଲାଙ୍ଗିର(ପ୍ରେରଣା ଖବର): ୨୦୧୪ ରୁ ୨୦୨୩ ଏହି ୧୦ ବର୍ଷ ବଲାଙ୍ଗିରର ବିକାଶ ପାଇଁ ସ୍ୱର୍ଣ୍ଣିମ ଅଧ୍ୟାୟ। ଯଦି ଆମେ ଆଣିଥିବା ବିଭିନ୍ନ ପ୍ରକଳ୍ପ ଯଥା ମହାରାଣୀ ସାଗର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ, ଲକ୍ଷ୍ମୀଯୋର ସୌନ୍ଦର୍ଯିକରଣ, ଅଡିଟରିୟମ ଏବଂ ୧୬ ବନ୍ଧର ସୌନ୍ଦର୍ଯିକରଣ ପ୍ରକଳ୍ପକୁ ବିଜେଡି ସ୍ଥାନୀୟ ନେତା ତଥା ବିଜେଡି ସରକାର ଷଡଯନ୍ତ୍ର କରି ବାଧା ଦେଇ ନ ଥାନ୍ତେ ତେବେ ବଲାଙ୍ଗିର ବର୍ତ୍ତମାନ ଏକ ଅତ୍ୟାଧୁନିକ ସହରରେ ପରିଣତ ହୋଇଥାନ୍ତା। ଲକ୍ଷ୍ମୀଯୋର ପ୍ରକଳ୍ପ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ଅନୁଦାନରୁ ଆରମ୍ଭ ହୋଇଥିଲା। ପ୍ରକଳ୍ପ ଆରମ୍ଭରୁ ସମସ୍ତ ଇଂଜିନିୟରମାନଙ୍କୁ ଏହି ରାଜ ପରିବାରର ବିଜେଡି ନେତାମାନେ ଅନ୍ୟତ୍ର ଟ୍ରାନ୍ସଫର କରିଦେଇ ପ୍ରକଳ୍ପ ନିର୍ମାଣରେ ବାଧା ସୃଷ୍ଟି କରିଥିଲେ। କେବଳ ସେତିକି ନୁହେଁ ସେ ସମୟର ତୃତୀୟ ମହଲା ଦ୍ୱାରା ଚାପ ପକାଇ ଲକ୍ଷ୍ମୀଯୋର ପ୍ରକଳ୍ପ କାମକୁ ପ୍ରବଳ ବାଧା ଦେଇ ଅସମ୍ପୁର୍ଣ୍ଣ କରିଦେଲେ। ଆହୁରି ମଧ୍ୟ ତାଙ୍କ ଅଧିନରେ ଥିବା ପୌର ପରିଷଦକୁ କହି ସହରର ସମସ୍ତ ଆବର୍ଜନାକୁ ଏମାନେ ଲକ୍ଷ୍ମୀଯୋରରେ ପକାଇ ତାର ପାଣି ଯେମିତି ଦୂଷିତ ହେବ ତାର ବ୍ୟବସ୍ଥା କରାଇ ଏହି ପ୍ରକଳ୍ପକୁ ଅଧାପନ୍ତରିଆ କରିବାରେ ମୁଖ୍ୟ ଭୂମିକା ନେଇଥିଲେ।  ମୁଁ ଲୋଇସିଂହା ବିଧାୟକ ଥିଲା ବେଳେ ବଲାଙ୍ଗିରରେ ଗୋଟିଏ କଲ୍ୟାଣ ମଣ୍ଡପ କରାଯାଥିଲା । ଦୀର୍ଘ ୨୦ ବର୍ଷ ପରେ  ଦ୍ୱିତୀୟ, ତୃତୀୟ, ଚତୁର୍ଥ କଲ୍ୟାଣ ମଣ୍ଡପ ପୁଣି ମୋର ବିଧାୟକତ୍ୱ ସମୟ ୨୦୧୪ ରୁ ୨୦୨୩ ମଧ୍ୟରେ ତିଆରି ହୋଇଛି, ତେବେ ଏ ରାଜ ପରିବାରର ବିଜେଡି ନେତାମାନେ ବଲାଙ୍ଗିରରୁ ବିଧାୟକ, ସାଂସଦ ଓ ମନ୍ତ୍ରୀ ଥାଇ କରୁଥିଲେ କଣ । ଆଜି ଆମ ବିରୁଦ୍ଧରେ ଅଭିଯୋଗ କରୁଛନ୍ତି। ଏହା ତ “ଉଲଟା ଚୋର କୋତୱାଲ କୋ ଡାଁଟେ”  ସହ ସମାନ ବୋଲି ଆଜି ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ବର୍ତ୍ତମାନର ବିଧାୟକ ତାଙ୍କ ବିରୁଦ୍ଧରେ କରିଥିବା ଅଭିଯୋଗର ଉତ୍ତରରେ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ କହିଛନ୍ତି। ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରରେ ସୁଶ୍ରୀ ଉମା ଭାରତୀ ଜଳ ସଂସାଧନ ମନ୍ତ୍ରୀ ଥିଲା ବେଳେ ସହରର ୧୬ଟି ବନ୍ଧକଟା ଓ ଦେଓଗାଁ ବଲାଙ୍ଗିର ବ୍ଲକର ବିଭିନ୍ନ ବନ୍ଧକଟାର ଉନ୍ନତି ପାଇଁ ସେ ନିଜେ ପତ୍ର ମାଧ୍ୟମରେ ଦାବି କରିଥିଲେ। ତତ୍‌କାଳୀନ ମନ୍ତ୍ରୀ ଉମା ଭାରତୀ ଦାବିପତ୍ର ଉତ୍ତରରେ ରାଜ୍ୟ ସରକାରଙ୍କ ଠାରୁ ଏକ ସକରାତ୍ମକ ଚିଠି ଚାହିଁଥିଲେ କିନ୍ତୁ ସ୍ଥାନୀୟ ରାଜପରିବାରର ବିଜେଡି ନେତା ତାଙ୍କ ସରକାରକୁ କହି ସେ ଚିଠି କୁ ଅଟକାଇ ଦେଲେ । ତାର ସତ୍ୱେ ମଧ୍ୟ ମହାରାଣୀ ସାଗର, ରାଣୀବନ୍ଧ, ଗେଟସରୋବର, ବେହେରାପାଲି ବନ୍ଧ ଓ କରଙ୍ଗାକଟା ଉନ୍ନତି ପାଇଁ ବହୁ କୋଟି ଟଙ୍କାର ଅନୁଦାନ ଅଣା ଯାଇଥିଲା ତାହାକୁ ମଧ୍ୟ ସରକାରର ପ୍ରଭାବ ପକାଇ ଏମାନେ ଚଂଚକତା କରି କାମ ଗୁଡିକୁ ଅଧୁରା ପକାଇ ରଖିଲେ। ଛତାମଖନା ବ୍ୟାରେଜକୁ ନେଇ କରିଥିବା ଅଭିଯୋଗର ଉତ୍ତରରେ ଶ୍ରୀ ମିଶ୍ର କହିଛନ୍ତି ଯେତେବେଳେ ସରକାର ସାରା ରାଜ୍ୟରେ ୮ ଟି ଆଇଏସ୍‌ଏସ୍ ପ୍ରକଳ୍ପ ପାଇଁ ପ୍ରସ୍ତବ ଆଣିଥିଲେ ମୁଁ ନିଜେ ବଲାଙ୍ଗିରବାସୀଙ୍କ ପାଇଁ ଗୋଟିଏ ପ୍ରକଳ୍ପ ଆଣି ପାରି ଥିଲି  ସେତେବେଳେ ସ୍ଥାନୀୟ ବିଜେଡି ନେତାମାନେ ନିଜ ଫାର୍ମ ପାଇଁ ବ୍ୟାରେଜ ନିର୍ମାଣ କରୁଛନ୍ତି ବୋଲି କଟାକ୍ଷ କରି ଥିଲେ ତାହା କିନ୍ତୁ ବର୍ତ୍ତମାନ ବଲାଙ୍ଗିରବାସୀଙ୍କ ପାଇଁ ଏକ ଆଶିର୍ବାଦ ହେବାକୁ ଯାଉଛି। ବହୁ ଶୀଘ୍ର ଛତାମଖନା ବ୍ୟାରେଜ ରୁ  ବଲାଙ୍ଗିରବାସୀଙ୍କ ପାଇଁ ପିଇବା ପାଣି ଯୋଗାଣ କରାଯିବ । ଆଉ ରହିଲା ଦୁର୍ନୀତିର ଅଭିଯୋଗ, ଗଣମାଧ୍ୟମ ଜରିଆରେ ମୁଁ ଅନୁରୋଧ କରୁଛି ବର୍ତ୍ତମାନର ବିଧାୟକ ମିଡିଆରେ ନ କହି ଯଦି ଦମ୍ ଅଛି ଦୟାକରି ବିଧାନସଭା ଗୃହ ଭିତରେ ଭିଜିଲେନ୍ସ ତଦନ୍ତ ଦାବି କରନ୍ତୁ। ଆହୁରି ମଧ୍ୟ ଦୁର୍ନୀତିର କଥା କହୁଥିବା ରାଜ ପରିବାର ବିଜେଡି ନେତା ବଲାଙ୍ଗିରରେ ୪ହଜାର କୋଟିର ସିଲିଂ ଜମି ଦୁର୍ନିତିରେ ସଂଶ୍ଲିଷ୍ଟ ଅଛନ୍ତି। ଏହି ଦୁର୍ନୀତି କଥା ବିଧାନସଭାରେ ମୁଁ ବାରମ୍ବାର ତଦନ୍ତ ପାଇଁ ଦାବି କରି ଥିଲେ ହେଁ ସେତେବେଳେ ରାଜ୍ୟରେ ବିଜେଡି ସରକାର ଥିବାରୁ ତାହାକୁ ଦବାଇ ଦେଇଥିଲେ। ଆଗାମୀ ଦିନରେ ଏହା ତଦନ୍ତ ନିଶ୍ଚୟ ହେବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ତା ସହ ସେ ଏହା ମଧ୍ୟ କହିଛନ୍ତି ଯେ ବ୍ୟାରେଜ କାମରେ ବର୍ତ୍ତମାନ ଦୁର୍ନୀତିର କଥା କହୁଥିବା ବିଧାୟକ ବିଜେଡି ସରକାର ଥିଲା ବେଳେ ଏହାକୁ ନେଇ ମୁହଁ ଖୋଲିବାକୁ କାହିଁକି ଭୟ କରୁଥିଲେ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି। ମୁଁ ନିଜେ ପ୍ରସ୍ତାବ ଦେଇ ଆଣିଥିବା ଅଡିଟରିୟମ କାମକୁ ଏମାନେ ଏତେ ମାତ୍ରାରେ ବାଧା ସୃଷ୍ଟି କଲେ ଯେ ସେ ବିଧାୟକ ହେବାର ଦୁଇ ବର୍ଷ ପରେ ମଧ୍ୟ ସେ କାମ ସମ୍ପୁର୍ଣ୍ଣ କରିପାରୁ ନାହାନ୍ତି। ଏଥିରୁ ତାଙ୍କର ବଲାଙ୍ଗିର ବାସୀଙ୍କ ନୂତନ ପ୍ରକଳ୍ପ ଆଣିବା ଓ ତାଙ୍କୁ କାର୍ଯ୍ୟକାରି କରି ସମ୍ପୁର୍ଣ୍ଣ କରିବାରେ ସେ କେତେ ଅସମର୍ଥ ଲୋକେ ଜାଣି ଗଲେଣି। ତେଣୁ ବୟାନ ବାଜି ନ କରି ଲୋକଙ୍କ ଅଭିଯୋଗ ଶୁଣନ୍ତୁ। ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ବିଜୁଳିକୁ ନେଇ ଲୋକେ ଅନେକ ହନ୍ତସନ୍ତ ହେଉଛନ୍ତି ସେଥିରୁ ଯେମତି ଲୋକେ ମୁକୁଳିବେ ତାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀ ମିଶ୍ର ପ୍ରେସ ବିବୃତ୍ତି ମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
କ୍ଵାକ୍ ଙ୍କ ଭୁଲ ଇଞ୍ଜେକ୍ସନ୍ ଯୋଗୁଁ ଯୁବକଙ୍କ ମୃତ୍ୟୁ   12-Jun-2026
  ଜିଲ୍ଲା  
*ଡାବୁଗାଁ ବ୍ଲକରେ ମଦ ବନ୍ଦ ଆନ୍ଦୋଳନ ଜୋର ଧରିଲା*   12-Jun-2026
  ଜିଲ୍ଲା  
ନୂଆପଡ଼ାକୁ ଅତ୍ୟାଧୁନିକ କୃଷି ଜିଲ୍ଲାରେ ପରିଣତ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ, କୃଷି ସମୀକ୍ଷା ବୈଠକ ରେ ନିଷ୍ପତ୍ତି*   11-Jun-2026
  ଜିଲ୍ଲା  
ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ପାର୍ବତୀ ବିବାହ ମୋହତ୍ସବର ସାମ୍ୱାଦିକ ସମ୍ମିଳନୀ,   11-Jun-2026
  ଜିଲ୍ଲା  
ସେବାର ଅନନ୍ୟ ଉଦାହରଣ ସହଯୋଗ ଫାଉଣ୍ଡେସନ ମାଧ୍ୟମରେ ୧୦୦୦ରୁ ଅଧିକ ତଉଲିଆ ଏବଂ ଶତାଧିକ ଲୋକଙ୍କୁ ଖାଦ୍ୟ ବଣ୍ଟନ   11-Jun-2026
  ଜିଲ୍ଲା  
ମା ଖଜୁରକଟିଏନ ବନ୍ଧରୁ ପାଣି ଆଣି ନିଜେ ମୁହଁ ଧୋଇବା ସହ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାତ ଧୁଆଇଲା ଛାତ୍ର କଂଗ୍ରେସ   11-Jun-2026
  ଜିଲ୍ଲା  
*ବିଶ୍ବବିଦ୍ୟାଳୟ ଟପ୍ପର ଛାତ୍ରୀ ଙ୍କୁ ଶୁଭେଛା ସମ୍ବର୍ଦ୍ଧନା କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ*-   11-Jun-2026
  ଜିଲ୍ଲା  
ସତଲମା ଉଚ୍ଚ ବିଦ୍ୟାଳୟରେ ନୂତନ ପ୍ରଧାନଶିକ୍ଷକଙ୍କ ଯୋଗଦାନ   11-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ସାମ୍ବାଦିକ ସମ୍ମିଳନୀ।   11-Jun-2026
  ଅପରାଧ  
ଏସ୍‌.ସି.-ଏସ୍‌.ଟି. ଙ୍କ ପ୍ରତି ସରକାର ଙ୍କ ବୈମାତୃକ ମନୋଭାବ, ଏସଟି ଏସସି ମାରଣ ନିତୀ ବିରୁଦ୍ଧରେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର  ପ୍ରତିବାଦ   11-Jun-2026
  ଜିଲ୍ଲା  
ସୁବର୍ଣ୍ଣପୁରର ନିବେଦିତା ରଥଙ୍କୁ ଆମେରିକାର ଓ୍ବାଶିଂଟନ୍‌ ଡିଜିଟାଲ୍ ୟୁନିଭରସିଟି ପକ୍ଷରୁ ‌‌ ସମ୍ମାନସୂଚକ ଡକ୍ଟରେଟ୍ ପ୍ରଦାନ   11-Jun-2026
  ଜିଲ୍ଲା  
ବଲାଙ୍ଗୀର ସହରର ବିଶିଷ୍ଟ ଔଷଧ ବ୍ୟବସାୟୀ ରମେଶ ଅଗ୍ରୱାଲ ଙ୍କ  ହୃଦଘାତରେ ପରଲୋକ   11-Jun-2026

You Might Also Like