-+91-9937148622 |
prerana_bgr@rediffmail.com |
Sunday 25th October 2026 |
R.N.I. Regd No. ODIODI/2010/46693
Breaking News
13-May-2026
କଟକ(ପ୍ରେରଣା ଖବର): କଟକର ଅଗ୍ରଣୀ ସାମାଜିକ, ସାହିତ୍ୟିକ ଓ ସାସ୍କୃତିକ ଅନୁଷ୍ଠାନ ଲାବଣ୍ୟବତୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଶ୍ଵ ମାତୃ ଦିବସ ସ୍ଥାନୀୟମୋହନ ମଣ୍ଡପଠାରେ ଟ୍ରଷ୍ଟର କୋଷାଧ୍ୟକ୍ଷା ଶ୍ରୀମତୀ ପଙ୍କଜୀନି ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି, ଏଥିରେ ଟ୍ରଷ୍ଟର ଉପସଭାପତି ସନ୍ୟାସୀନି ସୁଶ୍ରୀ ବଦ୍ୟୁତ୍ କୁମାରୀ ଲାଲା ଉଦ୍ଘାଟିକ।ରୂପେ ଶିକ୍ଷl ବିତ୍ ଡ଼ାଃବସନ୍ତ ମଞ୍ଜରୀ ନନ୍ଦ ମୁଖ୍ୟ ଅତିଥି ରୂପେ,ସ୍ତମ୍ବ କାର ତଥା କବୟିତ୍ରୀ ଶ୍ରୀ ମତୀ ମୀରା ବେଉରା, ମୁଖ୍ୟ ବକ୍ତା ରୂପେ, ସମ୍ମାନନୀୟ ଅତିଥି ଭାବେ ସମାଜସେବୀ ଶ୍ରୀ ମତୀ ଶୁଭଶ୍ରୀ ଅଗଷ୍ଟୀ, ସମ୍ମାନ ନୀୟ ଵକ୍ତା ଭାବରେ ଯୋଗ ଦେଇ ବିଶ୍ବ ମାତୃ ଦିବସ ପାଳନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ଆଲୋଚନା କରିଥିଲେ। ଏଥିରେ କେତେକ ମାତୃ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ପ୍ରାରମ୍ଭରେ ସମ୍ପାଦକ ଶ୍ରୀ ଯୁକ୍ତ ଚିତ୍ତରଞ୍ଜନ ପରିଡ଼ା ସ୍ବାଗତ ଭାଷଣ ଦେଇଥିବା ବେଳେ
ସଭ୍ୟା ଶ୍ରୀମତୀ ବବିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭ୍ୟା ଶ୍ରୀମତୀ ରୂପସୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଟଷ୍ଟ୍ରର ସଭ୍ୟା ଶ୍ରୀମତୀ ସ୍ଵାଗତିକା ସେନାପତି, କୁନି ବେହେରା, ନୀଳିମା ନାୟକ, ସୁଶ୍ରୀ ମମତା ମଞ୍ଜରୀ ଦାସ,ଦୀପୁ ପ୍ରଧାନ, ଆରିୟନ ସିହ୍ନା,ସଚୀନ ସାହୁ, ପ୍ରକାଶ କୁମାର ପଣ୍ଡା, ବୀର କିଶୋର ସିଂ, ସୁଚୀ ସ୍ମିତ।ପଣ୍ଡା, ଋତୁପର୍ଣ୍ଣା ଜେନା । ବିଶ୍ଵଜିତ ମହାପାତ୍ର ସହଯୋଗ କରିଥିଲେ।