-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
15-Feb-2026
ବୌଦ୍ଧ(ପ୍ରେରଣା ଖବର): ଚନ୍ଦ୍ରଚୁଡ଼ ଆଳତୀ ଘାଟରେ ସୀତାରାମ କଳା ଅନୁଷ୍ଠାନ ପକ୍ଷରୁ ମହାଶିବରାତ୍ରୀ ଉପଲକ୍ଷେ ଭଜନ ସନ୍ଧ୍ୟା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ବିନୟ କୁମାର ଭୋଇ, ସମ୍ମାନୀତ ଅତିଥି ଭାବେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାର ସିଂହ, ବୌଦ୍ଧ କୃଷି ବିଜ୍ଞାନ କେନ୍ଦ୍ର ର ସାଇଣ୍ଟିଷ୍ଟ ସସ୍ମିତା ପାଲ, ଗେଲ୍ହା ମାଆ କଳା ନିକେତନର ଗୋପାଳକୃଷ୍ଣ ବେହେରା ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ ନାରିକେଳ ଭାଙ୍ଗି କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମକୁ ମେଂଢ଼ୀମାଳ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ପ୍ରମୋଦ କୁମାର ପ୍ରଧାନ ସଂଯୋଜନା କରିଥିବା ବେଳେ ସୀତାରାମ କଳାନୁଷ୍ଠାନର ଜିତେନ୍ଦ୍ର କୁମାର ମହାନ୍ତି, ମିକୁନ କୁମାର ଘିବେଳା ଏବଂ ଅନ୍ୟାନ୍ୟ ସଦସ୍ୟ, ସଦସ୍ୟା, ମନ୍ଦିର ପରିଚାଳନା କମିଟି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସଂସ୍କୃତିକ କାର୍ଯ୍ୟକ୍ରମ ପରେ ଅତିଥି ବୃନ୍ଦ କଳାକାର ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ l