-+91-9937148622 |

prerana_bgr@rediffmail.com |

  Wednesday 14th October 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   (13-Oct-2026)       ||      ୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ    (13-Oct-2026)       ||      *ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   (13-Oct-2026)       ||      ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି    (13-Oct-2026)       ||      ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   (13-Oct-2026)       ||      ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   (13-Oct-2026)       ||      ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   (13-Oct-2026)       ||      ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ    (13-Oct-2026)       ||      ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   (13-Oct-2026)       ||      ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   (13-Oct-2026)       ||      ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   (13-Oct-2026)       ||      ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   (13-Oct-2026)       ||      ତୁଷୁରାରେ ମହାରାଜା ଅଗ୍ରସେନଜୀଙ୍କ ଜୟନ୍ତୀ ପାଳିତ   (13-Oct-2026)       ||      ମା କୁଶଙ୍ଗାଇ ପୀଠ ନବରାତ୍ରିରେ ଚଳଚଞ୍ଚଳ   (13-Oct-2026)       ||      ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍କରର୍ସ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (13-Oct-2026)       ||      ଭାରତ ବିକାଶ ପରିଷଦ ଦ୍ଵାରା (ଶିକ୍ଷା ବର୍ଷ ୨୦୨୬) ପାଇଁ ଶ୍ରେଷ୍ଠ ଛାତ୍ର ଓ ଶ୍ରେଷ୍ଠ ଶିକ୍ଷୟିତ୍ରୀ ପୁରସ୍କାରରେ ସମ୍ମାନିତ ହେଲେ ଓମ ଭ୍ୟାଲି ସ୍କୁଲର ଶିକ୍ଷୟତ୍ରୀ ଓ ଛାତ୍ର    (13-Oct-2026)       ||      ଆଗଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କ୍ଲଷ୍ଟର୍ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଧୁମ ଧାମରେ ପାଳିତ   (13-Oct-2026)       ||      ମା ଘଣ୍ଟାସୁନିଙ୍କ ନବମୀ ଯାତ୍ରା ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ    (12-Oct-2026)       ||      *ଆସନ୍ତା କାଲି ଠାରୁ ସୁବର୍ଣ୍ଣପୁର ଠାରେ ହେବ ରାଜ୍ୟ ସ୍ତରୀୟ ୧୪ ବର୍ଷ ରୁ କମ୍ ବାଳକ ଫୁଟବଲ୍ ଚାମ୍ପିଅନସିପ*-   (12-Oct-2026)       ||      ମା’ ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ବ୍ରହ୍ମଚାରିଣୀ ବେଶ ଦର୍ଶନ   (12-Oct-2026)       ||     

HOME   ରାଜ୍ୟ

ବଜେଟରେ ଚାଷୀ- ଆଦିବାସୀ- ଯୁବକ- ଦାଦନ ଶ୍ରମିକ ବିକାଶ ପାଇଁ କିଛି ନାହିଁ♦️ଓଡିଶା ର ଶିକ୍ଷା- ସ୍ୱାସ୍ଥ୍ୟ- ପର୍ଯ୍ୟଟନ ଶିଳ୍ପ - ରେଲୱେ ସମୁଦ୍ରକୁ ଶଙ୍ଖେ.. ନିରଞ୍ଜନ.

10-Feb-2026



ଆଦିବାସୀ-ଯୁବକ-ଦାଦନ ଶ୍ରମିକ ବିକାଶ ପାଇଁ କିଛି ନାହିଁ

ଦିଲ୍ଲୀ(ପ୍ରେରଣା ଖବର) କେନ୍ଦ୍ରୀୟ ବଜେଟ ୨0୨୬-୨0୨୭  ଆଲୋଚନା ରେ ଅଂଶଗ୍ରହଣ କରି ବିଜେଡି ରାଜ୍ୟସଭା ସାଂସଦ କେନ୍ଦ୍ର ସରକାରଙ୍କ ବଜେଟକୁ କଡ଼ା ସମାଲୋଚନା କରି କହିଲେ ଯେ କେନ୍ଦ୍ରୀୟ ବଜେଟ ରେ ଓଡିଶା ର ବିକାଶ ପାଇଁ କିଛି ନାହିଁ l ଚାଷୀ ଓ ଚାଷ ର ବିକାଶ ପାଇଁ, ଧାନ ର ଏମ ଏସ ପି  କ୍ଯୁଇଣ୍ଟାଲ ପିଛା ୩୧୦୦ରୁ ୬୨୦୦ ଟଙ୍କା ବଢେଇବା ବ୍ୟବସ୍ଥା ନାହିଁ l ଦାଦନ ଶ୍ରମିକ ସମସ୍ୟା ସମାଧାନ ପାଇଁ ବଜେଟ ନାହିଁ l ପଶ୍ଚିମ ଓଡିଶା ଏବଂ କେବିକେ ଅଞ୍ଚଳ, ଗ୍ରାମାଞ୍ଚଳ ର ବିକାଶ ପାଇଁ ବଜେଟ ସୁବିଧା ନାହିଁ l ପ୍ରାକୃତିକ ବିପର୍ଯ୍ୟୟ ବନ୍ୟା ବାତ୍ୟା ମରୁଡ଼ି ଓଡିଶା କୁ ଧ୍ୱସ୍ତ ଵିଧ୍ଵସ୍ଥ କରୁଛି l ସେଥିପାଇଁ ଓଡିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳ ସଭାପତି ନବୀନ ପଟ୍ଟନାୟକ ଓଡିଶା କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମନ୍ୟତା ଦେବା ପାଇଁ ଲଢ଼େଇ କରିଆସୁଛନ୍ତି l ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଓଡିଶା ର ବିକାଶ ପାଇଁ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ମଞ୍ଜୁରୀ ପାଇଁ ଦାବୀ କରିଆସୁଛନ୍ତି l ତାସତ୍ୱେ ବଜେଟ ରେ ଓଡିଶା କୁ ଅତିରିକ୍ତ ପାଣ୍ଠି ଦିଆଯାଇନାହିଁ l   ସାଂସଦ ଶ୍ରୀ ବିଶି କହିଲେ ଯେ ବଜେଟ ରେ ଶିକ୍ଷା ପାଇଁ ୧. ୩୯ ଲକ୍ଷ କୋଟି ବଜେଟ ବ୍ୟବସ୍ଥା ଯାହାକି ମୋଟ ବଜେଟ ର ମାତ୍ର ୨ ପ୍ରତିଶତ l  ଭାରତ ରେ୨୦୧୪-୨୦୨୪ ମଧ୍ୟରେ  ୯୩ ହଜାର ସରକାରୀ ସ୍କୁଲ ବନ୍ଦ ହୋଇଯାଇଛି l ଓଡିଶା ରେ ୨୦୨୪ ରୁ ୨୦୨୫ମଧ୍ୟରେ ୭୦୬୮ ଟି ସରକାରୀ ସ୍କୁଲ ବନ୍ଦ କରା ଯାଇଛି l ଏସବୁ ସ୍କୁଲ ଗୁଡିକ ଆଦିବାସୀ ଅଞ୍ଚଳ, ଆଦିବାସୀ ଗାଁ, ଆଦିବାସୀ ବସ୍ତି ରେ ବନ୍ଦ ହୋଇଯାଇଛି l ଆଦିବାସୀ ଛାତ୍ରଛାତ୍ରୀ ପାଠ ପଢ଼ାରୁ ବଞ୍ଚିତ l ଆଦିବାସୀ ଯଦି ପଢି ପାରିବେ ନାହିଁ, ତେବେ ସବକା ସାଥ ସବକା ବିକାଶ ସବକା ବିଶ୍ୱାସ ହୋଇ ପାରିବ ନାହିଁ l ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ବଜେଟ ରେ କେବଳ ୨ ପ୍ରତିଶତ ବ୍ୟବସ୍ଥା ହୋଇଛି l ଏହି ବଜେଟ ରେ  ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଳିଆ ମାଗଣା ସ୍ୱାସ୍ଥ୍ୟ ସେବା ମିଳିବ ନାହିଁ  ବୋଲି ସାଂସଦ ଶ୍ରୀ ବିଶି ଉଦବେଗ ପ୍ରକାଶ କରିଥିଲେ l ଦେଶର ୧୫ କୋଟି ଆଦିବାସୀ ପାଇଁ ୧୫ହଜାର କୋଟି ଯାହାକି ମୋଟ ବଜେଟ ର ୦.୨୯% ବଜେଟ ହୋଇଥିବା ବେଳେ ଅନୁସୂଚିତ ଜାତି, ସଂଖ୍ୟାଲଘୁ, ଦିବ୍ୟାଙ୍ଗଜନ ପାଇଁ ୧୫,୩୫୭ କୋଟି ଅର୍ଥାତ  ମୋଟ ବଜେଟ ର ୦.୩ % l ଶ୍ରୀ ବିଶି କ୍ଷୋଭ ପ୍ରକାଶ କରି କହିଲେ ଯେ ଏଭଳିଆ ବଜେଟ ରେ ବାବାସାହେବ ଡକ୍ଟର ଆମ୍ବେଦକର ଙ୍କ ସପ୍ନ ସାକାର ହେବ ନାହିଁ କିମ୍ବା କ୍ରାନ୍ତିବିର ବିର୍ସାମୁଣ୍ଡା ଙ୍କ ଲକ୍ଷ ପୂରଣ ହେବ ନାହିଁ l  ଓଡିଶା ର ପର୍ଯ୍ୟଟନ ବିକାଶ ତଥା ଶ୍ରୀକ୍ଷେତ୍ର ପୁରୀ ଜଗନ୍ନାଥ, କୋଣାର୍କ, ଲିଙ୍ଗରାଜ, ଚିଲିକା, ସମଲେଶ୍ୱରୀ ମନ୍ଦିର, ହରିଶଙ୍କର ନରସିଂନାଥ ଗନ୍ଧମାର୍ଦନ, ଚଉଷଠି ଯୋଗିନୀ ରଣିପୁର ଝରିଆଲ ଇତ୍ୟାଦି ପର୍ଯ୍ୟଟନ ସ୍ଥଳୀ ପାଇଁ ବଜେଟ ନାହିଁ ବୋଲି ଅସନ୍ତୋଷ ପ୍ରକାଶ କରିଥିଲେ l ଓଡିଶା ର ହାଇ ସ୍ପିଡ଼ ରେଲୱେ କରିଡର, ଭୁବନେଶ୍ୱର ମେଟ୍ରୋ ପ୍ରୋଜେକ୍ଟ, ବଲାଙ୍ଗିର -ନୁଆଁ ପଡ଼ା ନୁଆଁ ରେଲୱେ ଲାଇନ ନିର୍ମାଣ ବଜେଟ ରେ ନାହିଁ ବୋଲି ସେ ଦୁଃଖ ପ୍ରକାଶ କରିଥିଲେ l କେବଳ ଓଡିଶା ର ପ୍ରାକୃତିକ ସମ୍ପଦ ମାଙ୍ଗାନିଜ, ବକ୍ସାଇଟ, କ୍ରୋମାଇଟ, କୋଇଲା, ଆଇରନ ଓର ପାଇଁ ବଜେଟ, ଆଦିବାସୀ ମାନଙ୍କୁ ତାଙ୍କ ଜମି ଜଙ୍ଗଲ ରୁ ବିସ୍ଥାପିତ କରି ଆଦିବାସୀ ମାନଙ୍କୁ ତାଙ୍କ ଗାଁ ରୁ ହଟେଇ ଖଣି ଖନନ କୁ ବିକାଶ କୁହା ଯାଏ ନାହିଁ l ଆଦିବାସୀ ଙ୍କୁ  ଜଙ୍ଗଲ  ଦରକାର l ମଙ୍ଗଳ ଦରକାର ନାହିଁ l ଜଙ୍ଗଲ ରେ ଆମେ ଠିକ ଅଛୁ ବୋଲି ଶ୍ରୀ ବିଶି କହିଥିଲେ l ପଶ୍ଚିମ ଓଡିଶା ରେ ସବୁଠାରୁ ଭଲ କପା ଚାଷ ହେଉଛି l ସେଠାରେ ପିଏମ ମିତ୍ର ଯୋଜନାରେ ବୃହତ ସମ୍ୱନ୍ୱିତ ଲୁଗା କାରଖାନା ପ୍ରତିଷ୍ଠା କଲେ ବହୁତ ଯୁବକ ନିଯୁକ୍ତି ପାଇବେ ବୋଲି ଦାବୀ କରିଥିଲେ l ଓଡିଶା ପାଇଁ  କେନ୍ଦ୍ରୀୟ ବଜେଟ ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ ବୋଲି ସାଂସଦ ଶ୍ରୀବିଶି  କଟୁ ସମାଲୋଚନା କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରଠାରେ ଅନୁଷ୍ଠିତ ହେଲା ଅଖିଳ ଓଡ଼ିଶା ନ୍ୟାୟିକ କର୍ମଚାରୀ ସଂଘର ରାଜ୍ୟସ୍ତରୀୟ ସାଧାରଣ ପରିଷଦ ବୈଠକ   13-Oct-2026
  ଜିଲ୍ଲା  
୩ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ସଇଁତଲା ଆର ଆଇ ଙ୍କୁ ଧରିଲା ଭିଜିଲାନ୍ସ ବିଭାଗ   13-Oct-2026
  ଜିଲ୍ଲା  
*ନବରଙ୍ଗପୁରରେ ନୂତନ ଜିଲ୍ଲାପାଳଙ୍କ ଦାୟିତ୍ୱ ଗ୍ରହଣ*   13-Oct-2026
  ଜିଲ୍ଲା  
ବଲାଙ୍ଗୀର ତହସିଲର ଅବ୍ୟବସ୍ଥା ନେଇ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ସଭାପତି ଙ୍କ ପ୍ରତିକ୍ରିୟା: କପି ଟିଏ ପାଇବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି   13-Oct-2026
  ଜିଲ୍ଲା  
ଚନ୍ଦ୍ରଘଣ୍ଟା ବେଶରେ ଦର୍ଶନ ଦେଲେ ମାଁ ଚରଦେଇ   13-Oct-2026
  ଜିଲ୍ଲା  
ଜିଲ୍ଲା ସମବାୟ ବିଭାଗ, ହସ୍ତତନ୍ତ ଓ ବୟନ ଶିଳ୍ପ ବିଭାଗର ମିଳିତ ଆନୁକୂଲ୍ୟରେ ରଙ୍ଗୋଲି ରାଷ୍ଟ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ   13-Oct-2026
  ଜିଲ୍ଲା  
ବଲାଙ୍ଗୀରରେ ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତା   13-Oct-2026
  ଜିଲ୍ଲା  
ଓମ୍‌ ଭ୍ୟାଲି ଶିକ୍ଷାନୁଷ୍ଠାନରେ ୧୧ତମ ବାଟାଲିୟନ ଦ୍ଵାରା ଏନ୍‌.ସି.ସି.ପ୍ରଶିକ୍ଷଣ ଶିବିରର ଉଦ୍‌ଯାପିତ   13-Oct-2026
  ଜିଲ୍ଲା  
ପାଟଣେଶ୍ୱରୀ ଦେବୀପୀଠରେ ନବରାତ୍ରପୂଜା   13-Oct-2026
  ଜିଲ୍ଲା  
ମା’ସୁରେଶ୍ୱରୀଙ୍କ ସମେତ ତିନି ଦେବୀଙ୍କ ଚନ୍ଦ୍ରଘଣ୍ଟା ବେଶ   13-Oct-2026
  ଜିଲ୍ଲା  
ଚୋରି ଓ ଅପରାଧର ଖିଅ ଖୋଜିବ ସିସିଟିଭି! ଦାରିଙ୍ଗବାଡ଼ିର ସବୁ ହୋଟେଲ, ରିସର୍ଟ ଓ ରେଷ୍ଟୁରାଣ୍ଟରେ କ୍ୟାମେରା ଲାଗିବା ବାଧ୍ୟତାମୂଳକ   13-Oct-2026
  ଜିଲ୍ଲା  
ପଡାଗଡ଼ ଅଞ୍ଚଳରେ ରାତିରେ ଚାଲିଛି ବେଆଇନ କ୍ରସର, ଖଣି ମାଫିଆ ମାଲାମାଲ   13-Oct-2026

You Might Also Like