-+91-9937148622 |
prerana_bgr@rediffmail.com |
Tuesday 17th February 2026 |
R.N.I. Regd No. ODIODI/2010/46693
Breaking News
20-Jan-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର ଟାଉନ ହଲ ଠାରେ "ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ ୧୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ସାମୁହିକ ଗାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ସାମୁହିକ ଗାନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ, ଉପ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ସୌମ୍ୟାରୂପା ରଥ, ଅଧ୍ୟକ୍ଷା, ସୋନପୁର ପୌର ପରିଷଦ, ସୋନପୁର, ଶ୍ରୀମତି ତାମସୀ ତାମସ୍ମିତା ନାୟକ, ନିର୍ବାହୀ ଅଧିକାରୀ, ସୋନପୁର ପୌର ପରିଷଦ, ସୁବର୍ଣ୍ଣପୁର, ଶ୍ରୀ ଋଷି ମାଝୀ, ଜିଲ୍ଲା ମଙ୍ଗଳ ଅଧିକାରୀ,ସୁବର୍ଣ୍ଣପୁର, ଶ୍ରୀ ଅଚ୍ୟୁତାନନ୍ଦ ସିଂହ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ସୁବର୍ଣ୍ଣପୁର, ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀ, ସୋନପୁର ପୌର ପରିଷଦର କାଉନସିଲର ମାନଙ୍କ ସମେତ ସୋନପୁର ସହରର ବିଭିନ୍ନ ବିଦ୍ୟାଳୟ, ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ଅଂଶଗ୍ରହଣ କରି ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତ କୁ ସାମୁହିକ ଗାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ଶ୍ରୀ ମଦନ ସୁନ୍ଦର କ୍ଷେତି, ଅଧ୍ୟାପକ, ଇଂରାଜୀ ବିଭାଗ, ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ, ଶ୍ରୀ ଚୌଧୁରୀ ବିଭାର ସହିତ ସୋନପୁର ମ୍ୟୁନିସିପାଲଟି ର କର୍ମଚାରୀ ମାନେ ସହଯୋଗ କରିଥିଲେ। ଏହି ଅବସରରେ ବନ୍ଦେ ମାତରମ୍ ରାଷ୍ଟ୍ରୀୟ ଗୀତ ର ୧୫୦ ବର୍ଷ ପୂର୍ତ୍ତି ଅବସରରେ ସୋନପୁର ସହରର ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ରଚନା ଓ ଅନ୍ୟ ବିଷୟରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ଅବସରରେ ଏହି ରାଷ୍ଟ୍ରୀୟ ଗୀତ କୁ କିଭଳି ଗାନ କରାଯିବ, ସେ ବିଷୟରେ ଶ୍ରୀ କ୍ଷେଟି ଓ ଶ୍ରୀ ବିଭାର ଓ ଅନ୍ୟ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ବିଶଦ ଭାବେ ତାଲିମ ପ୍ରଦାନ କରିଥିଲେ । ନିର୍ବାହୀ ଅଧିକାରୀ, ସୋନପୁର ପୌର ପରିଷଦ ରାଷ୍ଟ୍ରୀୟ ଗୀତ ଉପରେ ତାଙ୍କର ବକ୍ତବ୍ୟ ଉପସ୍ଥାପନ କରିଥିଲେ।