-+91-9937148622 |

prerana_bgr@rediffmail.com |

  Sunday 18th October 2026 |

| | | |

R.N.I. Regd No. ODIODI/2010/46693

Breaking News

ଗଣିତ ଗବେଷଣା    (17-Oct-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   (17-Oct-2026)       ||      ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   (17-Oct-2026)       ||      ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   (17-Oct-2026)       ||      ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   (17-Oct-2026)       ||      ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   (17-Oct-2026)       ||      ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   (17-Oct-2026)       ||      ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ    (17-Oct-2026)       ||      ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା    (17-Oct-2026)       ||      ୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି    (17-Oct-2026)       ||      ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   (17-Oct-2026)       ||      ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ    (17-Oct-2026)       ||      ଦେବୀଙ୍କ ନବରାତ୍ର ପୂଜା ପୁସ୍ତକ ଲୋକାର୍ପଣ ଉତ୍ସବ   (17-Oct-2026)       ||      ଟିକ୍ରାପଡାର ନୂତନ ପୂଜା ମଣ୍ଡପ(ଗାନ୍ଧି ପାଠାଗାର) ଉଦଘାଟିତ    (17-Oct-2026)       ||      ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପରୁ ସୋଲାର ପ୍ଲେଟ ଚୋରି, ଅଟୋ ସହ ୩ ଗିରଫ   (17-Oct-2026)       ||      *ବରିଷ୍ଠ ଆଇନଜୀବୀ ଦିବାକର ସାହୁଙ୍କ ବିୟୋଗ*   (17-Oct-2026)       ||      ମଦ ବନ୍ଦ ପାଇଁ ତାତିଲେ ମହିଳା    (17-Oct-2026)       ||      ବିଶିଷ୍ଟ ସୂଚନା ଅଧିକାର କର୍ମୀ ନୀଳମଣି ଯୋଶୀଙ୍କ ପରଲୋକ   (16-Oct-2026)       ||      ମୌଳିକ ସୁବିଧା ନାହିଁ, ହେଲେ ଫି’ ଆକାଶଛୁଆଁ — ରେଳ ବିଭାଗର ଦୃଷ୍ଟି ଆକର୍ଷଣ କଲେ ବିଭିନ୍ନ ସଂଗଠନ    (16-Oct-2026)       ||      ଜବର ଦଖଲ ଉଚ୍ଛେଦକୁ ଡ଼ରୁଛି ପ୍ରଶାସନ   (16-Oct-2026)       ||     

HOME   ଜିଲ୍ଲା

କିରାବାହାଲ ଚାଷୀ ଓ ଲୋକଙ୍କୁ ଭେଟିଲେ ନରସିଂହ, ଚାଷୀଙ୍କୁ ଦେଇଥିବା ପ୍ରତିଶୃତି ପ୍ରତାରଣାରେ ପରିଣତ ହେଲାଣି - ନରସିଂହ

15-Jan-2026



ଧାନର ଅଭାବି ବିକ୍ରି ପରିସ୍ଥିତି ହେଲେ ସରକାର ଦାୟୀ ରହିବ- ନରସିଂହ

ବଲାଙ୍ଗିର,- ବିଜେଡି ସରକାର ଦିର୍ଘ ୨୪ ବର୍ଷ ଧରି ଚାଷୀଙ୍କୁ ପ୍ରତାରଣା କରିଛି । ଗତ ନିର୍ବାଚନରେ ଚାଷୀଙ୍କ ଭୋଟରେ ଜିତିଥିବା ବିଜେପି ସରକାର ର ବୋନସ ଘୋଷଣା ଚାଷୀଙ୍କ ମନରେ କିଛିଟା ଆନନ୍ଦ ଦେଇଥିଲା କିନ୍ତୁ ସମୟକ୍ରମେ ଦେଖିବାକୁ ମିଳୁଛି ଏହି ସରକାର ପ୍ରତିଶୃତିରୁ ଓହରି ଯିବାରେ ବୋଧହୁଏ ରେକର୍ଡ କରିବ । ଏ ବର୍ଷ ଧାନର ଏମ୍‌ଏସ୍‌ପି ରେ କେନ୍ଦ୍ର ସରକାର କିଛି ଟଙ୍କା ବଢେଇବା ସତ୍ୱେ ମଧ୍ୟ ରାଜ୍ୟ ସରକାର ଚାଷୀଙ୍କୁ ସେହି ବର୍ଦ୍ଧିତ ମୁଲ୍ୟରୁ ବଂଚିତ କରୁଛି । ପୁଣି ବର୍ତ୍ତମାନ କହୁଛି ୧୫୦ କ୍ୱିଣ୍ଟାଲ ଉପରେ ଅମଳ କରୁଥିବା ଚାଷୀକୁ ୧୫୦ କ୍ୱିଣ୍ଟାଲ ରୁ ଅଧିକ ଧାନ ଉପରେ କୌଣସି ପ୍ରକାର ବୋନସ ଦିଆଯିବ ନାହିଁ । ତା ଉପରେ ପୁଣି କଟନି ଛଟନିର ମାଡ । ପ୍ରଥମେ କଟନି ଛଟନି ହେବ ନାହିଁ କହୁଥିବା ସରକାର ଏବେ ତାର କଥାରୁ ପୁଣି ଓହରୁଛି । ଏଣୁ ରାଜ୍ୟର ଚାଷୀ ଏହି ସରକାର ର ପ୍ରତିଶୃତି ଚାଷୀମାନଙ୍କ ପ୍ରତି ଏକ ବଡ ପ୍ରତାରଣା ବୋଲି ଆଜି ବଲାଙ୍ଗିର ବ୍ଲକ ଅନ୍ତର୍ଗତ ଖଲିଆପାଲି ପଂଚାୟତର କିରାବାହାଲ ଠାରେ ଚାଷୀ ଓ ସାଧାରଣ ଲୋକଙ୍କ ସମସ୍ୟା ଉପରେ ଆଲୋଚନା ବେଳେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର କ୍ଷୋଭର ସହ କହିଛନ୍ତି । ଶ୍ରୀ ମିଶ୍ର ଆହୁରି ମଧ୍ୟ କହିଛନ୍ତି ଯେ ଏ ବର୍ଷ ଧାନର ଅଭାବି ବିକ୍ରି ପାଇଁ ଖୋଦ ସରକାର କ୍ଷେତ୍ର ପ୍ରସ୍ତୁତ କରୁଛି କାରଣ ମିଲର୍ସ ଧାନମଣ୍ଡିରେ ଉପସ୍ଥିତ ରହି କଟନି ଛଟନି ପାଇଁ ଚାଷୀ ଉପରେ ଚାପ ପକାଇବା ସହ ଧାନ ଉଠାଉନାହିଁ । ଏ ସବୁରେ ସରକାର ଓ ଅଧିକାରୀଙ୍କ ପ୍ରଚ୍ଛନ୍ନ ହାତ ରହୁଛି ତେଣୁ ବର୍ତ୍ତମାନ ସମସ୍ୟା ଦେଖାଦେଉଛି ଯେ ଉନ୍ନତମାନର ଧାନ ଚାଷ କରୁଥିବା ଆମ ଚାଷୀ ବର୍ତ୍ତମାନ ବାଧ୍ୟ ହୋଇ ବହୁତ କମ୍ ରେଟରେ ତାର ଧାନ ବିକି ପାରେ । ସକମା ଧାନ ମଣ୍ଡିରେ ଅନେକ ଚାଷୀଙ୍କ ଧାନ ଆଜି ପର୍ଯ୍ୟନ୍ତ ପଡି ରହୁଥିବାରୁ ଚାଷୀଙ୍କ ମନରେ ଅସାନ୍ତି ଭରି ରହୁଛି । ଏ ସବୁର ସମାଧାନ ପାଇଁ ଶ୍ରୀ ମିଶ୍ର ହସ୍ତକ୍ଷେପ କରନ୍ତୁ ବୋଲି ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ । ଆଲୋଚନା ବେଳେ ଖତାମଖନା କିରାବାହାଲ ଯୁଧିଷ୍ଟିର ସେତୁ ଉପରେ ମଦ୍ୟପମାନଙ୍କ ପ୍ରଦୁର୍ଭାବ ବଢୁଥିବା ଲୋକେ ଅଭିଯୋଗ କରିଥିଲେ । ତେଣୁ ଏ ଅଂଚଳକୁ ପୋଲିସ ପେଟ୍ରୋଲିଂ ର ବ୍ୟବସ୍ଥା କରିବାକୁ ଶ୍ରୀ ମିଶ୍ରଙ୍କୁ ଲୋକେ ଅନୁରୋଧ କରିଥିଲେ । ଯୁଧିଷ୍ଟିର ସେତୁ ର ଆଡିବନ୍ଧ ବାରମ୍ବାର ଭାଙ୍ଗୁଥିବାରୁ ସ୍ଥାନୀୟ ଚାଷୀଙ୍କ ଫସଲ ହାନି ହେଉଛି । ଏହାକୁ ନେଇ ଶ୍ରୀ ମିଶ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ କଥା ହେବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି ଆଲୋଚନା ବେଳେ ସତ୍ୟନାରାୟଣ ମହାକୁର, ଗଣ୍ଡୁଲା ସେଠ, ସୂର୍ଯ୍ୟମଣି ବଗର୍ତ୍ତି, ପରମାନନ୍ଦ ସେଠ, ଦିନବନ୍ଧୁ ମହାକୁର,ଚମ୍ପେ ମହାକୁର, ରୋହିତ ମହାକୁର, ଦୁର୍ଯ୍ୟୋଧନ ବଗର୍ତ୍ତି, ଅବଧୁତ ବଗର୍ତ୍ତି, ପୁଟୁ ମେର୍ଲି, ଶ୍ରୀବତ୍ସ ସେଠ, ନରସିଂହ ମହାକୁର, କୁଶଧ୍ୱଜ ମାହାର ଙ୍କ ସମେତ ଅନେକ ଗ୍ରାମବାସୀ ସାମିଲ ହୋଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଗଣିତ ଗବେଷଣା   17-Oct-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଆଜି ‘ମେଗା ଡାଣ୍ଡିଆ ନାଇଟ୍’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଗୋବିନ୍ଦତୋଳା ଦୁର୍ଗାପୂଜା ପୂଜା ପାଇଁ କଳସାଧିବାସ ସହ ପୂଜାକାର୍ଯ୍ୟ ହେଲା ଆରମ୍ଭ ll ଷଷ୍ଠି ଓ ମହାସପ୍ତମୀ ପୂଜା ସହ ମାଁ ଙ୍କର ମଣ୍ଡପ ରେ ମାଁ ମୁଖ ଦର୍ଶନ ଓ ଆଗମନ : ଶ୍ରାଦ୍ଧଳୁ ଙ୍କୁ ଆସିଲା ବରୁଆ ll   17-Oct-2026
  ଜିଲ୍ଲା  
ଶ୍ରୀରାମ ବିଜୟାଦଶମୀ ମହୋତ୍ସବ ରାମଲୀଳାରେ ରାମାୟଣର ଭାବଗମ୍ଭୀର ପ୍ରସଙ୍ଗ, ପ୍ରତିଭାଙ୍କୁ ସମ୍ବର୍ଦ୍ଧନାରେ ଝଲସିଲା ସପ୍ତମ ସନ୍ଧ୍ୟା   17-Oct-2026
  ଜିଲ୍ଲା  
ପରମ୍ପରା ଓ ଭକ୍ତିଭାବରେ ପଡିଆବାହାଲରେ ଦୁର୍ଗାପୂଜା କଳସ ଯାତ୍ରା ପୋଖରୀରେ କଳସ ବିସର୍ଜନ ପରେ ମଣ୍ଡପକୁ ଫେରିଲା ଶୋଭାଯାତ୍ରା   17-Oct-2026
  ଜିଲ୍ଲା  
ଭୁତାପଡ଼ା ମଙ୍ଗଳା ମନ୍ଦିରରେ ଶରତକାଳୀନ ପୂଜା ପାଇଁ କଳସାଧିବାସ I   17-Oct-2026
  ରାଜ୍ୟ  
ଗୋଏଲପିଟା ରୁଦ୍ର ବରିହା ହତ୍ୟା ଘଟଣାରେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍‌ଡିପିଓଙ୍କୁ ଭେଟିଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ   17-Oct-2026
  ଜିଲ୍ଲା  
ଲାୟନ୍ସ କ୍ଲବ୍ ଟିଟିଲାଗଡ଼ ପକ୍ଷରୁ ଚାର୍ଟର ଡେ ଉତ୍ସବ ମହାସମାରୋହରେ ପାଳିତ   17-Oct-2026
  ଜିଲ୍ଲା  
ବଲାଙ୍ଗୀର ମୋତିଲାଲ କିସ୍ ଆବାସିକ ସ୍କୁଲ  ଠାରେ ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା   17-Oct-2026
  ଜିଲ୍ଲା  
୧ନଭେମ୍ବର ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି   17-Oct-2026
  ଜିଲ୍ଲା  
ମଲମୁଣ୍ଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଅନୁଷ୍ଠିତ   17-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ୨୦୨୬ ମହକ ଓ ଉତ୍ସାହ ଉଦଯାପିତ   17-Oct-2026

You Might Also Like

  ଜିଲ୍ଲା  

ଗଣିତ ଗବେଷଣା