-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
12-Dec-2025
ବଲାଙ୍ଗିର(ପ୍ରେରଣା ଖବର): ସ୍ଥାନୀୟ ସରକାରୀ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଓ ଜିଲ୍ଲା ସଂସ୍କୃତି ଭବନ ପରିସର ଠାରେ ଜିଲ୍ଲାସ୍ତରୀୟ ଯୁବୋତ୍ସବ ନିମନ୍ତେ ବିଭିନ୍ନ ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ ହୋଇଥିଲା । ଏହି ଜିଲ୍ଲାସ୍ତରୀୟ ଯୁବୋତ୍ସବ ପ୍ରତିଯୋଗୀତାରେ ବଲାଙ୍ଗିର ଜିଲ୍ଲାର ବ୍ଲକ ଓ ପୌରାଞ୍ଚଳରୁ ମନୋନୀତ ବିଭିନ୍ନ ଅନୁଷ୍ଠାନର ପ୍ରତିଯୋଗୀ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର, ପୌରାଧ୍ୟକ୍ଷା ଲିକା ସାହୁ, ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା, ଜିଲ୍ଲା କ୍ରୀଡା ଅଧିକାରୀ ପରାଶର ବାଗ, ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଯୁବୋତ୍ସବ ଯୁବପିଢିଙ୍କ ପାଇଁ ଏକ ଜାତୀୟ ମଞ୍ଚ, ଯେଉଁଥିରେ ସେମାନେ ସେମାନଙ୍କର ପ୍ରତିଭା ପ୍ରଦର୍ଶନ କରିବା, ପରସ୍ପର ଠାରୁ ଶିଖିବା ଏବଂ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ସୁଯୋଗ ପାଇଥାନ୍ତି । ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତା
ମାଧ୍ୟମରେ ଏହି ମଞ୍ଚ ଯୁବପିଢିଙ୍କୁ ଏକାଠି କରେ ଏବଂ ସେମାନଙ୍କ ମଧ୍ୟରେ ଦେଶ ପ୍ରେମ ଓ ସଦଭାବନା ଜାଗ୍ରତ କରିବାରେ ସହାୟକ ହୋଇଥାଏ ବୋଲି ଉପସ୍ଥିତ ଅତିଥି ବୃନ୍ଦ ମତ ବ୍ୟକ୍ତ କରିଥିଲେ । ଏହି ଯୁବୋତ୍ସବ ପ୍ରତିଯୋଗିତାରେ ଅଚ୍ୟୁତ ପୁରୋହିତ, ବିଜୟ କୁମାର ତ୍ରିପାଠୀ, ସନ୍ଦୀପ କୁମାର କହ୍ନର, ଡାଃ ପ୍ରେମଚାନ୍ଦ ମହାନ୍ତି, ଜୟ କୁମାର ଆଚାର୍ଯ୍ୟ, ଅଶ୍ଵିନୀ କୁମାର ରଥ, ବାସୁଦେବ ମେହେର, ଦିଲୀପ ସିଂହଦେଓ, ସନାତନ ଠାକୁର, ବିରେନ୍ଦ୍ର କୁମାର ଝାଙ୍କର, ଆନନ୍ଦ ଚନ୍ଦ୍ର ସାହୁ, ପଙ୍କଜ ଜାଲ, ସୁଶ୍ରୀ ବିଥିକା ଚାଟାର୍ଜି,
ନବୀନ କୁଅଁର, ଗୋପାଳ ପ୍ରଧାନ, ଶଙ୍କର ବେହେରା ଓ ଧନେଶ୍ଵର ତାଣ୍ଡି ପ୍ରମୁଖ ବିଚାରକ ଭାବେ ଯୋଗଦାନ କରିଥିଲେ ।
ତେବେ ଦଳଗତ ନୃତ୍ୟରେ ବଲାଙ୍ଗିର ପୌରପରିଷଦର ନଟରାଜ କଳା ପରିଷଦ, ଦଳଗତ ଲୋକ ଗୀତରେ ବଲାଙ୍ଗିର ପୌରପରିଷଦ, ଗଳ୍ପ ଲିଖନରେ ସୁମିତ ବଗର୍ତି, ଚିତ୍ରାଙ୍କନରେ ରାକେଶ ସାଇ, ବକ୍ତୃତାରେ ଅଂଶୁମାନ ମିଶ୍ର, କବିତା ଲିଖନରେ ନଶିୱା ଏବଂ ବିଜ୍ଞାନ ପ୍ରଦର୍ଶନୀରେ ସ୍ଵସ୍ତିକ ଏସ. ମେହେର ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରୀୟ ଯୁବୋତ୍ସବରେ ଅଂଶଗ୍ରହଣ ନିମନ୍ତେ ମନୋନୀତ ହୋଇଛନ୍ତି । ଉପସ୍ଥିତ ଅତିଥି ଗଣ ପ୍ରତିଯୋଗୀଙ୍କୁ ମାନପତ୍ର ଓ ଡେମୋ ଚେକ ପ୍ରଦାନ କରିଥିଲେ ।