-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
12-Dec-2025
ଭୁବନେଶ୍ୱର(ପ୍ରେରଣା ଖବର):କଟକ ସ୍ଥିତ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟେଡ଼ିଅମ ଠାରେ ଅନ୍ତର୍ଜାତୀୟ ବେଡ଼ମୀଣ୍ଟନ ପ୍ରତିଯୋଗିତା "ଓଡିଶା ମାଷ୍ଟର୍ସ 2025" ର କ୍ଵାଟର ଫାଇନାଲ ରାଉଣ୍ଡ ର ମହିଳା ସିଙ୍ଗଲସ,ପୁରୁଷ ସିଙ୍ଗଲସ, ମହିଳା ଡବଲସ, ପୁରୁଷଡବଲସ ଏବଂଡ ମିକ୍ସଡ଼ ଡବଲସ ଏ ସମସ୍ତ ବିଭାଗ ର 20 ଟି ମେଚ ଅନୁଷ୍ଠିତ ହୋଇ ଯାଇଅଛି lପୁରୁଷ ବିଭାଗ ସିଙ୍ଗଲ କ୍ଵାଟର ଫାଇନାଲ ଖେଳରେ ଇଣ୍ଡୋନେସିଆ ଖେଳାଳୀ ମୋହମ୍ମଦ ଯୁସୁଫ ଟପ ସିଡ ଥରୁନ ମାନେପଲ୍ଲୀ ଙ୍କୁ 21-9,22-20 ପଏଣ୍ଟ ର ଦୁଇଟି ଗେମ ରେ ପରାସ୍ତ କରି ପ୍ରତିଯୋଗିତା ସେମି ଫାଇନାଲ ରେ ପହଂଚି ଛନ୍ତି l ସେହିପରି ଇଣ୍ଡୋନେସିଆ ଖେଳାଳୀ ବିସ୍ମ ରlୟା ଅକଟୋରା
ନିଜ ଦେଶର ରିଚି ଦୁତା ରିକାର୍ଦୋ ଙ୍କୁ 21-13,18-21,21-9 ପଏଣ୍ଟ ରେ ହରାଇ ସେମି ଫାଇନାଲ ରେ ପହଂଚିଛନ୍ତି l ସେମି ଫାଇନାଲ ପହଂଚି ଥିବା ଭାରତୀୟ ଖେଳାଳୀ କିରଣ ଜର୍ଜ ଗତବର୍ଷ ର ଚମ୍ପିୟାନ ସତୀଶ କୁମାର ଙ୍କୁ 21-11,21-17 ପଏଣ୍ଟ ରେ ହରାଇଥିବା ବେଳେ ଭାରତୀୟ ଖେଳାଳୀ ରୋନକ ଚୌହାନ ନିଜ ଦେଶ ଖେଳାଳି ଶଙ୍କର ସୁବ୍ରମଣିଅନ ଙ୍କୁ 21-19,22-20 ରେ ପରାସ୍ତ କରି ସେମି ଫାଇନାଲ ରେ ପ୍ରବେଶ କରିଛନ୍ତି l
ମହିଳା କ୍ୱାର୍ଟର ରେ ଟପ ସିଡ ଉନ୍ନତି ହୁଡ଼ା ପଞ୍ଚମ ସିଡ ଅନୁପମା ଉପାଧ୍ୟାୟ ଙ୍କୁ 21-16,21-15 ପଏଣ୍ଟର ଦୁଇଟି ଗେମ ରେ ହରାଇ ସେମି ଫାଇନାଲ ରେ ପହଂଚି ଛନ୍ତି l ଅନ୍ୟ କ୍ଵାଟର ରେ ଅନସିଡେଡ଼ ଖେଳାଳୀ ତାନ୍ୟା ହେମନ୍ଥ ତୃତୀୟ ସିଡ ତନଭି ଶର୍ମା ଙ୍କୁ 21-16 21-14 ପଏଣ୍ଟ ର ଦୁଇଟି ଗେମ ରେ ହରାଇ ସେମି ରେ ପହଂଚିଛନ୍ତି l ଅନ୍ୟ ଦୁଇ ଭାରତୀୟ ସେମି ଫାଇନାଲିଷ୍ଟ ହେଲେ ତସନିମ ମିର ଏବଂ ଇସାରାଣୀ ବରୁଆ l ତସନିମ କ୍ଵାଟର ଫାଇନାଲ ରେ ତାଇପେଇ ର ସପ୍ତମ ସିଡ ଖେଳାଳୀ ତୁଙ୍ଗ ସିଉ ଟଙ୍ଗ ଙ୍କୁ ହରାଇଥିବା ବେଳେ ଇସାରାଣି ବରୁଆ ଷଷ୍ଠ ସିଡ ଅନମୋଲ ଖର୍ବ ଙ୍କୁ ହରାଇଛନ୍ତି l
ମିକ୍ସଡ଼ ଡବଲସ କ୍ୱାର୍ଟର ରେ ଭାରତୀୟ ଯୋଡି ଏସ. କଣପୁରମ ଓ ସାଥି ଆର. ଉଥେୟସୂରୀୟାନ ଇଣ୍ଡୋନେସିଆ ଯୋଡି ଏମ. ନାୱାଫ ଓ ସାଥି ନାହ୍ୟା ମୁହିଫା ଙ୍କୁ 21-
15,21-19 ରେ ହରାଇ ସେମି ରେ ପହଂଚିଛନ୍ତି l
ସେମିଫାଇନାଲ ରେ ପହଂଚିଥିବା ଅନ୍ୟ ଯୋଡି ମାନେ ହେଲେ ତଣ୍ଡନ ପଂପାନୀଚ ଓ ସାଥି ଫୁଙ୍ଗଫା. କେ, ଇଣ୍ଡୋନେସିଆ ଯୋଡି ଡି. ଫେରଦିନାଂଶ୍ୟାହ ଓ ସାଥି ବି. ୱାର୍ଡନା, ଓ ଟପ ସିଡ ଏମ. ଫାଜା ଓ ଏ. ପ୍ରଣତା l
ମହିଳା ଡବଲସ ବିଭାଗ ରେ ଅନୁଷ୍ଠିତ କ୍ୱାର୍ଟରଫାଇନାଲ ରାଉଣ୍ଡ ମେଚ ରେ ଟପ ସିଡ ବୁଲଗେରିଆ ଯୋଡି ଗେବ୍ରିଏଲା ଷ୍ଟୋଭା ଓ ଷ୍ଟେଫlନୀ ଷ୍ଟୋଭା
ଇଣ୍ଡୋନେସିଆ ଯୋଡି ଲେନି ତ୍ରିଆ ମୟସରି ଓ ସାଥି
ଏମାଲୀଆ ଚାହାୟ ଙ୍କୁ 16-21,21-12 ଓ 21-19 ରେ ପରାସ୍ତ କରି ସେମି ଫାଇନାଲ ରେ ପହଂଚଛନ୍ତି l
ମହିଳା ସେମି ଫାଇନାଲ ରେ ପହଂଚିଥିବା ଅନ୍ୟ ଯୋଡି ମାନେ ହେଲେ ଭାରତୀୟ ଯୋଡି ଅଶ୍ୱିନୀ ଭଟ୍ଟ ଓ ସାଥି ଶିଖା ଗୌତମ, ମାଲେସିଆ ଯୋଡି ଅଙ୍ଗ ଜିନ ୟୀ ଓ ସାଥି କାର୍ମେନ ଟିଙ୍ଗ ଏବଂ ଇଣ୍ଡୋନେସିଆ ର ଆଇ. ମେଇଡା ଓ ସାଥି ଆର. ନାସ୍ତିନେ l
ଭାରତୀୟ ବେଡ଼ମୀଣ୍ଟନ ସଙ୍ଘ ଓଡିଶା ସରକାର ଏବଂ ଓଡିଶା ରାଜ୍ୟ ବେଡ଼ମୀଣ୍ଟନ ସଙ୍ଘ ର ମିଳିତ ସହଯୋଗ ରେ ଚାଲିଥିବା ଏହି ଆନ୍ତର୍ଜାତୀୟ ପ୍ରତିଯୋଗିତାର ସେମି ଫାଇନାଲ ର ସମସ୍ତ ମେଚ 13 ତାରିଖ ଦିନ ଅନୁଷ୍ଠିତ ହେବ l