-+91-9937148622 |
prerana_bgr@rediffmail.com |
Thursday 21st May 2026 |
R.N.I. Regd No. ODIODI/2010/46693
Breaking News
12-Dec-2025
ଗଣିଆ: ଗଣିଆ ବ୍ଲକ ଶିକ୍ଷକ ଭବନ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ମଣ୍ଡଳ ସ୍ତରୀୟ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସରପଞ୍ଚ ଗିରିଧାରୀ ସେଠୀ,ସମିତି ସଭ୍ୟ ଫକୀର ମୋହନ ଡାକୁଆ, ଶିକ୍ଷା ଅଧିକାରୀ ରବିନ୍ଦ୍ର ନାଥ ରାଉତରାୟ, ଅତିରିକ୍ତ ଶିକ୍ଷା ଅଧିକାରୀ ରବିନ୍ଦ୍ର ବେହେରା,ବିନୋଦିନୀ ପଣ୍ଡା,ନିରୁପମା ମହାପାତ୍ର, ପ୍ରଧାନଶିକ୍ଷୟିତ୍ରୀ ନିହାରବାଳା ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ଦେଶ ଦୁନିଆ ସମ୍ପର୍କରେ ଜାଣିବା ପାଇଁ ଛାତ୍ରଛାତ୍ରୀ ମାନେ ବିଭିନ୍ନ କୁଇଜ ବହି ପଢିବା ସହିତ ସେ ସମ୍ପର୍କରେ ଜ୍ଞାନ ଆହରଣ କରିବା ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ମାଧ୍ୟମିକ ସ୍ତରରେ ଶତାଧିକ ଛାତ୍ରଛାତ୍ରୀ ଏହି ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିଲେ । କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା ।