-+91-9937148622 |
prerana_bgr@rediffmail.com |
Sunday 25th January 2026 |
R.N.I. Regd No. ODIODI/2010/46693
Breaking News
15-Nov-2025
ବଲାଙ୍ଗୀର(ପ୍ରେରଣା ଖବର): ଧରତୀ ଆବା ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଜୟତି ଉପଲକ୍ଷେ ଜନଜାତୀୟ ଗୌରବ ଦିବସ ୧୫ ନଭେମ୍ବର ୨୦୨୫ ଦିନ ସାରା ଦେଶରେ ପାଳନ କରା ଯାଉଛି । ସେହି ଉପଲେକ୍ଷେ ଆଜି ବଲାଙ୍ଗୀର ପୌର ପରିଷଦ ତରଫରୁ ବିଜାଖମନ ସ୍ଥିତ ସ୍ମାର୍ଟ ପାର୍କ କୁ ଧରତୀ ଆବା ଭଗବାନ ବିର୍ସା ମୁଣ୍ଡା ଙ୍କ ନାମ ରେ ନାମିତ " ଭଗବାନ ବିର୍ସା ମୁଣ୍ଡା ବଲାଙ୍ଗୀର ଉଦ୍ୟାନ " ନାମରେ ନାମିତ କରାଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ । ଏହି ଉତ୍ସବ ରେ ଉପାଧକ୍ଷା ଗାୟତ୍ରୀ ଭୋଇ, ପୌର ପରିଷଦ ନିର୍ବାହୀ ଅଧିକାରୀ ସନ୍ତୋଷ ବେହେରା, ଆଦିବାସୀ ନେତା ସତ୍ୟ ନାରାୟଣ ଭୋଇ ଙ୍କ ସହ କାଉନସିଲର ହେଲେ ଲଲାଟେନ୍ଦୁ ପଟ୍ଟନାୟକ , ସତ୍ୟ ନାୟକ ,ଗଙ୍ଗା ଚାନ୍ଦ, ଶତ୍ରୁଘ୍ନ ବାଗ,ନନ୍ଦିନୀ ପୋଢ଼, ଇସ୍ମତ ଆରା ଖାନ, ପ୍ରେମଲତା ନାୟକ, ପ୍ରତିମା ଛତ୍ରିଆ, ସନ୍ତୋଷିନୀ କୁଅଁର ,ପିଙ୍କି କବାଟ ସହ ସମସ୍ତ ସ୍ୱଚ୍ଛ ସାଥୀ ସୁପର ଭାଇଜର୍, ସ୍ୱଚ୍ଛ ସାଥୀ ଓ ପୌର ପରିଷଦ ର ସମସ୍ତ କର୍ମଚାରୀ ଓ ଅଧିବାସୀ ସମ୍ପ୍ରଦାୟର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।